ETV Bharat / state

ଢେଙ୍କାନାଳରେ ଜରୁରୀ ଅବତରଣ କଲା ହେଲିକପ୍ଟର - helicopter emergency landing

Helicopter Emergency Landing: ଢେଙ୍କାନାଳ ପଲ୍ଲୀଶ୍ରୀ ପଡ଼ିଆରେ ଜରୁରୀ ଅବତରଣ କଲା ହେଲିକପ୍ଟର । ଭୁବନେଶ୍ୱରରେ ପାଗ ଭଲ ନଥିବାରୁ କଲା ଅବତରଣ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : May 2, 2024, 12:21 PM IST

HELICOPTER EMERGENCY LANDING
HELICOPTER EMERGENCY LANDING
HELICOPTER EMERGENCY LANDING

ଢେଙ୍କାନାଳ: ଢେଙ୍କାନାଳରେ ଜରୁରୀକାଳୀନ ଅବତରଣ କଲା ହେଲିକପ୍ଟର । ମହିଷାପାଟ ପଲ୍ଲୀଶ୍ରୀ ପଡ଼ିଆରେ ଅବତରଣ କରିଛି VT-JPL ନାମକ ଏକ ହେଲିକପ୍ଟର । ଏଥିରେ 5 ଜଣ ଲୋକଥିବା ବେଳେ ଅବତରଣ ପରେ ଚାରିଜଣ ରହିଥିଲେ । ଏନେଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି । ଭୁବନେଶ୍ବରରେ ହେଲିକପ୍ଟରଟି ଅବତରଣ କରିବାର ଥିଲା । କିନ୍ତୁ ସେଠାରେ ପାଗ ଭଲ ନଥିବାରୁ ତାହା ଢେଙ୍କାନାଳରେ ଅବତରଣ କରିଥିଲା । ଫୁଏଲ ସରିଯିବା ମଧ୍ୟ ଏହା ପଛରେ କାରଣ ରହିଛି ।

ଏହା ମଧ୍ୟ ପଢନ୍ତୁ-ଭୁବନେଶ୍ବର ବିମାନବନ୍ଦରରେ ଜରୁରୀ ଅବତରଣ କଲା ଭିସ୍ତାରା ବିମାନ - FLIGHT EMERGENCY LANDING

ମିଳିଥିବା ସୂଚନା ଅନୁଯାୟୀ, ବଡ଼ବିଲରୁ ଭୁବନେଶ୍ୱର ଦେଇ ମୁମ୍ବାଇ ଯାଉଥିଲା ଏହି ହେଲିକପ୍ଟର । କୌଣସି ଯାନ୍ତ୍ରିକ ତ୍ରୁଟି ନଥିଲେ ମଧ୍ୟ ଫୁଏଲ ସରି ଯାଇଥିବା କାରଣରୁ ଅବତରଣ କରିଥିବା ଜଣାପଡିଛି । ତେବେ ଭୁବନେଶ୍ୱରରୁ ଫୁଏଲ ଆସିବା ପରେ ସାଢ଼େ ୧୦ଟାରେ ହେଲିକପ୍ଟରଟି ପୁଣି ଉଡାଣ ଆରମ୍ଭ କରିଥିଲା । ହେଲିକପ୍ଟରରେ ଜଣେ ପାଇଲଟ ଓ ଇଞ୍ଜିନିୟର ସମେତ ୫ ଜଣ ଥିଲେ ବୋଲି ଘଟଣା ସ୍ଥଳରେ ଯାଞ୍ଚ କରୁଥିବା ଢେଙ୍କାନାଳ ଫ୍ଲାଇଂ ସ୍କ୍ୱାର୍ଡର କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ଶିବରାଜ ସେଠି ପ୍ରକାଶ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ, ପ୍ରଚାର ବେଳେ ଯାଞ୍ଚ କଲେ ନିର୍ବାଚନ ଅଧିକାରୀ - PANDIAN HELICOPTER CHECKED

ଫ୍ଲାଇଂ ସ୍କ୍ୱାର୍ଡ ର କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟ ଶିବରାଜ ସେଠି କହିଛନ୍ତି , ''ବଡବିଲରୁ ମୁମ୍ବାଇ ଯିବାର ଥିଲା ହେଲିକପ୍ଟର । ଭାୟା ଭୁବନେଶ୍ବର ଦେଇଯିବାର ଥିଲା । ସେଠାରେ ପାଗ ଖରାପ ଥିବାରୁ ଢେଙ୍କାନାଳରେ ଜରୁରୀ ଅବତରଣ କରିଥିଲା । 5 ଜଣ ହେଲିକପ୍ଟରରେ ଥିଲେ । ସେମାନଙ୍କ ମଧ୍ୟରୁ ଜଣେ ପାଇଲଟ ପ୍ରଭାକରନ ଓ ଇଞ୍ଜିନିୟର ଦୀପଙ୍କର ରାୟ ଚୌଧୁରୀ ରହିଥିଲେ । ଏହି ଦୁଇ ଜଣ ଏବେ ରୋଡ ଦେଇ ଯାଉଛନ୍ତି । କୌଣସି ରାଜନୈତିକ କାର୍ଯ୍ୟକ୍ରମ ପାଇଁ ହେଲିକପ୍ଟରଟି ବ୍ୟବହାର ହେଉଥିଲା । ଯାହା ସମୟରେ ସେମିତି କିଛି ଜବତ ହୋଇନାହିଁ । ଯାଞ୍ଚ ପରେ ହେଲିକପ୍ଟରଟି ମୁମ୍ବାଇ ଉଡାଣ ଆରମ୍ଭ କରିଛି ।''

ସୂଚନା ଥାଉକି, ଗତକାଲି କାଳବୈଶାଖି ପାଇଁ ଭୁବନେଶ୍ବରେ ଭିସ୍ତାରା ବିମାନଟି ଜରୁରୀ ଅବତରଣ କରିଥିଲା । ଉଡାଣ ଭରିବାର ୧୦ ମିନିଟ ପରେ କାଳବୈଶାଖି ଯୋଗୁଁ ଜରୁରୀ ଅବତରଣ କରିଥିଲା । ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସହ ପରେ ସେମାନଙ୍କୁ ଗନ୍ତବ୍ୟସ୍ଥଳକୁ ପହଞ୍ଚା ଯାଇଥିଲା ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.