ETV Bharat / state

ଫେଲ ମାରିଲା ବକ୍ସ ଡ୍ରେନ ପ୍ରୋଜେକ୍ଟ, ଜଳବନ୍ଦୀ କଟକ - WATERLOGGING in Cuttack - WATERLOGGING IN CUTTACK

Cuttack Submerged In Drain Water: ଅଦିନିଆ କାଳବୈଶାଖୀରେ ଉବୁଟୁବୁ ହେଲା କଟକ ସହର । ବକ୍ସ ଡ୍ରେନ ପ୍ରୋଜେକ୍ଟ ଫେଲ ମାରିବା ପରେ ଲୁହା ୱାଲ କାରଣରୁ ଜଳ ନିଷ୍କାସନ ହୋଇ ପାରି ନଥିବା କହିଛନ୍ତି ସିଏମସି କମିଶନର । ଅଧିକ ପଢ଼ନ୍ତୁ

WATERLOGGING in Cuttack
WATERLOGGING in Cuttack (ETV Bharat Odisha)
author img

By ETV Bharat Odisha Team

Published : Jun 3, 2024, 9:48 PM IST

କଟକ: ବକ୍ସ ଡ୍ରେନ କାର୍ଯ୍ୟ ନେଇ ଜଳବନ୍ଦୀ ହେଉଛି କଟକ । କାଳବୈଶାଖୀ ଜନିତ ପ୍ରବଳ ବର୍ଷାରେ ଗତକାଲି ରାତିରେ କଟକରେ ଅନେକ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଦେଖାଦେଇଛି । ରାସ୍ତା ଉପରେ ଆଣ୍ଠୁଏ ଆଣ୍ଠୁଏ ପାଣି ସହ ଘର ଭିତରେ ମଧ୍ୟ ପାଣି ଲହଡ଼ି ମାରୁଛି । ସହରରେ ବକ୍ସ ଡ୍ରେନ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ବର୍ଷା ପରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି । ଫ୍ରେଣ୍ଡ କଲୋନୀ ଠାରୁ ଛତ୍ର ବଜାର ପର୍ଯ୍ୟନ୍ତ ଜାରି ରହିଥିବା ଶେଷ ପର୍ଯ୍ୟାୟ କାର୍ଯ୍ୟ ନେଇ କଟକ ଗତକାଲି ଜଳବନ୍ଦୀ ହୋଇଥିଲା । ନିର୍ମାଣଧୀନ ବକ୍ସ ଡ୍ରେନର ଦୁଇ ପାର୍ଶ୍ଵରେ ଥିବା ଲୁହା ୱାଲ କାରଣରୁ ଜଳ ନିଷ୍କାସନ ହୋଇ ପାରି ନଥିବା କହିଛନ୍ତି ସିଏମସି କମିଶନର ବିଜୟ କୁମାର ଦାସ ।

WATERLOGGING in Cuttack (ETV Bharat Odisha)

ବର୍ଷା ଛାଡିବା କ୍ଷଣି ସିଏମସି ଟିମ ସେଠାରେ ପହଞ୍ଚି ଜଳ ନିଷ୍କାସନ କରିବା ପରେ ସହରରୁ କିଛି ଘଣ୍ଟା ମଧ୍ୟରେ ଜଳ ନିଷ୍କାସିତ ହୋଇଥିଲା। ତେବେ ଜୁନ 15 ମଧ୍ୟରେ ବକ୍ସ ଡ୍ରେନ କାର୍ଯ୍ୟ ଶେଷ ହୋଇଯିବା ସହିତ ମୌସୁମୀ ସମୟରେ କଟକ ଆଉ ଜଳବନ୍ଦୀ ହେବନି ବୋଲି ପ୍ରତିଶୃତି ଦେଇଛନ୍ତି ସିଏମସି କମିଶନର ବିଜୟ କୁମାର ଦାସ । ତେବେ ଗତକାଲି ରାତିରେ କାଳବୈଶାଖୀ ଜନିତ ପ୍ରବଳ ବର୍ଷାରେ କଟକ ଜିଲ୍ଲାର ଅନେକ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଦୃଷ୍ଟି ଗୋଚର ହେଇଥିଲା । କଟକ ସହରର ଭଗତପୁର, ରାଉଶା ପାଟଣା, ଝୋଲା ସାହି, ସେମିନାର ଛକ, ମକରବାଗ, ସୂତାହାଟ, ମେରିଆ ବଜାର, ଷ୍ଟୁଆର୍ଟ ପାଟଣା ଓ ଫ୍ରେଣ୍ଡସ କଲୋନୀ ଆଦି ଅଞ୍ଚଳରେ ମଧ୍ୟ ସ୍ଥିତି ସଙ୍ଗୀନ ହୋଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ.. ଅଦିନିଆ ବର୍ଷାରେ ଜଳାର୍ଣ୍ଣବ କଟକ, ଚଣ୍ଡି ମନ୍ଦିରରେ ଆଣ୍ଠୁଏ ପାଣି - Heavy Rain In Cuttack

ତେବେ ଯଦି କଟକ ମହାନଗର ନିଗମ ଏଭଳି ବର୍ଷାକୁ ଆଖିରେ ରଖି ଯୋଜନା କରି ଥାନ୍ତା ତେବେ ନିଶ୍ଚିତ ଭାବରେ ଏମିତି ଦୁର୍ଦ୍ଦଶା ଦେଖିବାକୁ ମିଳି ନଥାନ୍ତା ବୋଲି ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ । ତେବେ ଗତ ମେ ମାସରେ ହୋଇଥିବା କାଳବୈଶାଖୀ ବର୍ଷାରେ ମଧ୍ୟ ଆଖି ପିଛୁଳାକେ ଜଳବନ୍ଦୀ ହୋଇଯାଇଥିଲା କଟକ ସହର । ସହରର ରାଉଶାପାଟଣା, ଝୋଲା ସାହି, ସେମିନାର ଛକ ,ମେରିଆ ବଜାର, ମକରବାଗ ସାହି ଓ ଫ୍ରେଣ୍ଡସ କଲୋନୀ ଆଦି ଅଞ୍ଚଳରେ ଜଳବନ୍ଦୀ ଅବସ୍ଥା ସଙ୍ଗୀନ ହୋଇଯାଇଥିଲା । କଟକରେ ବକ୍ସ ଡ୍ରେନ ନିର୍ମାଣ ପରେ ଜଳବନ୍ଦୀ ସମସ୍ୟା ଉପରେ ରୋକ ଲାଗିବା ନେଇ ଯେଉଁ ସ୍ବପ୍ନ ଦେଖିଥିଲେ ସହରବାସୀ ତାହାର ବାସ୍ତବ ଚିତ୍ରକୁ ସହଜରେ ଗ୍ରହଣ କରି ପାରୁନଥିବା ବେଳେ ଏବେ ପୁଣିଥରେ ଏହିଭଳି ସମସ୍ୟା ଦେଖିବାକୁ ମିଳିଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.