ETV Bharat / state

ରାଜ୍ୟକୁ ଲେଉଟିଛି ତାତି, ସ୍ଥିତି ଆହୁରି ହେବ ସାଙ୍ଘାତିକ - Odisha Weather - ODISHA WEATHER

Odisha Weather Update: ରାଜ୍ୟରେ ଉପରମୁହାଁ ତାପମାତ୍ରା । ଆଗକୁ ତାପମାତ୍ରା ଆହୁରି ବୃଦ୍ଧି ପାଇବ । ଏହି ଜିଲ୍ଲା ଗୁଡିକରେ ପ୍ରବଳରୁ ଅତି ପ୍ରବଳ ଗ୍ରୀଷ୍ମ ପ୍ରବାହ ରହିବ । ଅଧିକ ପଢ଼ନ୍ତୁ

ରାଜ୍ୟକୁ ଲେଉଟିଛି ତାତି, ସ୍ଥିତି ଆହୁରି ହେବ ସାଙ୍ଘାତିକ
ରାଜ୍ୟକୁ ଲେଉଟିଛି ତାତି, ସ୍ଥିତି ଆହୁରି ହେବ ସାଙ୍ଘାତିକ (ETV Bharat Odisha)
author img

By ETV Bharat Odisha Team

Published : May 29, 2024, 4:29 PM IST

Updated : May 29, 2024, 5:17 PM IST

ଭୁବନେଶ୍ବର: ରାଜ୍ୟରେ ଉପରମୁହାଁ ପାରଦ । ପୁଣି ଅସମ୍ଭାଳ ହେଲାଣି ଗ୍ରୀଷ୍ମ ପ୍ରବାହ । ପଶ୍ଚିମରେ ଅସହ୍ୟ ତାତିକୁ ଉପକୂଳରେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଥିବା ବେଳେ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ପ୍ରବାହ । ତାତି ସହ ପ୍ରବଳରୁ ଅତି ପ୍ରବଳ ଗ୍ରୀଷ୍ମ ପ୍ରବାହ ରହିବା ବୋଲି ଆକଳନ କରିଛି ପାଣିପାଗ ବିଭାଗ । ସେପଟେ ଆଜି ପୁଣି ୪୫ ଡିଗ୍ରୀ ଅତିକ୍ରମ କରିଛି ତାପମାତ୍ରା ।

ରାଜ୍ୟକୁ ଲେଉଟିଛି ତାତି, ସ୍ଥିତି ଆହୁରି ହେବ ସାଙ୍ଘାତିକ (ETV Bharat Odisha)

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆଜି ଦିନ ୨ଟା ୩୦ଟା ସୁଦ୍ଧା ଝାରସୁଗୁଡାରେ ୪୫.୬ ଡିଗ୍ରୀ ଏବଂ ସମ୍ବଲପୁରରେ ୪୫.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ଆଗାମୀ ୩ ଦିନ ମଧ୍ୟରେ ରାଜ୍ୟରେ ୨ରୁ ୩ ଡିଗ୍ରୀ ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ଥିବା ବେଳେ ପରେ ୨ରୁ ୪ ଡିଗ୍ରୀ ବୃଦ୍ଧି ହେବାର ସମ୍ଭାବନା ରହିଛି । ଆସନ୍ତା 48 ଘଣ୍ଟା ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ରାଜ୍ୟର ଅନେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ଗ୍ରୀଷ୍ମ ପ୍ରବାହ ରହିବ । ଜିଲ୍ଲାଗୁଡିକ ହେଲା ବଲାଙ୍ଗୀର, ସୋନପୁର, ଝାରସୁଗୁଡା, ବୌଦ୍ଧ, କନ୍ଧମାଳ ଓ କଳାହାଣ୍ଡି । ସେହିପରି ଅନୁଗୋଳ, କେନ୍ଦୁଝର ନୂଆପଡା ଓ ସୁନ୍ଦରଗଡରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ରହିବ । ଏହାସହ ଉଷ୍ମ ରାତ୍ରିର ଅନୁଭୂତି ହେବାର ସମ୍ଭାବନା ରହିଛି । ସେହିପରି ୩୧ ତାରିଖରେ କିଛି ଜିଲ୍ଲା ଯେପରିକି ଝରୁସୁଗୁଡା, ସୁନ୍ଦରଗଡ, ସମ୍ବଲପୁର ,ବୌଦ୍ଧ, ସୋନପୁର ,ବଲାଙ୍ଗୀର ନୂଆପଡା ଓ କଳାହାଣ୍ଡିରେ ଗ୍ରୀଷ୍ମ ପ୍ରବାହ ରହିବାର ସମ୍ଭାବନା ରହିଛି ।

ରାଜ୍ୟକୁ ଲେଉଟିଛି ତାତି
ରାଜ୍ୟକୁ ଲେଉଟିଛି ତାତି (IMD)

୩୧ ତାରିଖ ପର ଠାରୁ ରାଜ୍ୟରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି । ଏହାକୁ ନେଇ ମେ' ୩୧, ଜୁନ ୧ ଓ ୨ ତାରିଖ ଦିନ ରାଜ୍ୟରେ କିଛି ସ୍ଥାନରେ ବିଜୁଳି ଘଡଘଡି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିବ । ଏହି ସମୟରେ ୪୦ରୁ ୫୦ କିମି ପବନ ବହିବ । ବିଶେଷ କରି ଉତ୍ତର ଓ ଅଭ୍ୟନ୍ତରୀଣ ଉପକୂଳ ସହ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷାର ସମ୍ଭାବନା ରହିଛି । ଅନ୍ୟପଟେ ଖୁବଶୀଘ୍ର ମୌସୁମୀ କେରଳ ଛୁଇଁବ । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁବା ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି । ସ୍ୱାଭାବିକ ବା ସଠିକ ସମୟରେ କେରଳରେ ମୌସୁମୀ ବାୟୁ ଛୁଇଁବା ପାଇଁ ପାଗ ଅନୁକୂଳ ହୋଇଥିବା ବେଳେ ଓଡ଼ିଶାରେ ବି ସଠିକ ସମୟ ଅର୍ଥାତ ଜୁନ ୧୧ରୁ ୧୫ ଭିତରେ ମୌସୁମୀ ବାୟୁ ପହଞ୍ଚିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

ଏହା ମଧ୍ୟ ପଢ଼ନ୍ତୁ...ଫେରିଛି ଗ୍ରୀଷ୍ମ ପ୍ରବାହ; ୪୫.୯ ସହ ବୌଦ୍ଧ ସବୁଠୁ ଉତ୍ତପ୍ତ ସହର, ଆଗକୁ ଆହୁରି ବଢ଼ିବ ତାତି - Odisha Weather

ତେବେ ବାତ୍ୟାର ପ୍ରଭାବ ଓଡିଶାରୁ ଚାଲିଯିବା ପରେ ଶୁଷ୍କ ବାୟୁ ଓ ନିର୍ମଳ ବା ମେଘମୁକ୍ତ ଆକାଶକୁ ନେଇ ତାପମାତ୍ରା ବୃଦ୍ଧି ପାଇଥିବା ବେଳେ ତାତି ସହ ଗରମ ଅନୁଭୂତ ହେଉଛି । ସେହିପରି ୭୦ ପ୍ରତିଶତରୁ ଅଧିକ ଆର୍ଦ୍ରତା ରହୁଥିବାରୁ ଉପକୂଳରେ ଅସହ୍ୟ ଗୁଳୁଗୁଳି ହେଉଛି । ସେପଟେ ଗତ ୨୪ ଘଣ୍ଟାରେ ରାଜ୍ୟର ୩ଟି ସ୍ଥାନରେ ୪୫ ଡିଗ୍ରୀ ଓ ୧୧ଟି ସ୍ଥାନରେ ୪୨ ଡିଗ୍ରୀରୁ ଊର୍ଦ୍ଧ୍ବ ତାପମାତ୍ରା ରେକର୍ଡ ହୋଇଛି । ଏହିକ୍ରମରେ ବୌଦ୍ଧରେ ସର୍ବାଧିକ ୪୫.୯ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : May 29, 2024, 5:17 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.