ETV Bharat / state

ରାଜ୍ୟରେ ୪୮ ଘଣ୍ଟା ଯାଏଁ ଗ୍ରୀଷ୍ମ ପ୍ରବାହ ଜାରି, ରଜରେ ଗୁଳୁଗୁଳି କରିବ କଲବଲ - ODISHA WEATHER UPDATES

author img

By ETV Bharat Odisha Team

Published : Jun 13, 2024, 7:26 PM IST

Odisha Weather: ୫ ଦିନ ପୂର୍ବରୁ ମୌସୁମୀ ବାୟୂ ଓଡ଼ିଶାରେ ପହଞ୍ଚି ଥିଲେ ମଧ୍ୟ ରାଜ୍ୟର ପଶ୍ଚିମାଞ୍ଚଳରେ ଗ୍ରୀଷ୍ମଲହରି ଜାରି ରହିଛି। କାଲି ପହିଲି ରଜ ପାଳନ ହେଉଥିବା ବେଳେ ଗୁଳୁଗୁଳିରେ ଲୋକେ ନାହିଁ ନଥିବା କଷ୍ଟ ଅନୁଭବ କରୁଛନ୍ତି। ଅଧିକ ପଢ଼ନ୍ତୁ,

Odisha Weather
Odisha Weather (ETV Bharat Odisha)

ଭୁବନେଶ୍ବର: ରାଜ୍ୟରେ ୪୮ ଘଣ୍ଟା ଯାଏଁ ଜାରି ରହିବ ଗ୍ରୀଷ୍ମ ପ୍ରବାହ। ଚଳିତ ବର୍ଷ ଜୁନ ୮ରେ ରାଜ୍ୟରେ ମୌସୁମୀ ଛୁଇଁଥିଲେ ଶୁଦ୍ଧା ଆଉ ଆଗକୁ ଅଗ୍ରସର ହେଉନାଥିବା ପାଣିପାଗ ସୂଚନା ଦେଇଛନ୍ତି । ଓଡିଶା ଛୁଇଁବା ପରେ ଦକ୍ଷିଣ ପଶ୍ଚିମ ମୌସୁମୀ ମାଲକାନଗିରିର କିଛି ଅଞ୍ଚଳରେ ଛୁଇଁଥିଲା। ବର୍ତ୍ତମାନ ଏହା କୋରାପୁଟ ଓ ମାଲକାନଗିରିରେ ସକ୍ରିୟ ରହିଛି। ତେବେ ମୌସୁମୀ ଅଗ୍ରସରକୁ ନେଇ ପାଗ ଅନୁକୂଳ ରହିଥିବା ବେଳେ ଆଉ ୩ରୁ ୪ ଦିନ ଭିତରେ ରାଜ୍ୟର ଅନ୍ୟ ଅଞ୍ଚଳ ଛୁଇଁବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ତେବେ ଚଳିତ ବର୍ଷ ଗୁଳୁଗୁଳି କାରଣରୁ ରଜ ମୈଜ ଫିକା ପଡ଼ିବ ବୋଲି ଆକଳନ କରାଯାଉଛି।

Odisha Weather (ETV Bharat Odisha)

ଚଳିତ ବର୍ଷ ରାଜ୍ୟରେ ମୌସୁମୀ ସଅଳ ଆସିଥିଲେ ମଧ୍ୟ ଆଗକୁ ଅଗ୍ରସର ହେଉନଥିବା ବେଳେ କିଛି ସ୍ଥାନରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି। ରାଜ୍ୟରେ ସ୍ୱାଭାବିକ ବର୍ଷା ୬୬.୧ ମିମି ହେବାକୁ ଥିବା ବେଳେ ଏପର୍ଯ୍ୟନ୍ତ ୪୦.୫ ମିମି ବର୍ଷା ରେକର୍ଡ ହୋଇଥିବା ପାଣିପାଗ ପକ୍ଷରୁ ସୂଚନା ମିଳିଛି। ଯାହାକି ସ୍ୱାଭାବିକ ଠାରୁ ୨୮ ପ୍ରତିଶତ କମ ବର୍ଷା ବୋଲି ପାଣିପାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି । ସେପଟେ ପଶ୍ଚିମରେ ଖରାକୁ ଉପକୂଳରେ ଅସହ୍ୟ ଗୁଳୁଗୁଳି ହେଉଥିବା ବେଳେ ଆହୁରି ୪୮ ଘଣ୍ଟା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ସେହିପରି ଆହୁରି ୫ ଦିନ ଉପକୂଳରେ ଯାଏ ଅସହ୍ୟ ଗୁଳୁଗୁଳି ଲାଗିରହିବ। ତେଣୁ ଏଥର ରଜରେ ମେଘୁଆ କି ଶୁଖିଲା ପାଗ ନୁହେଁ ବର ଗୁଳୁଗୁଳିରେ କଟିବ ରଜ ମଉଜ। ଆସନ୍ତା 5 ଦିନରେ ରାଜ୍ୟର ଅନେକ ସ୍ଥାନରେ ଘଡ଼ଘଡ଼ି ସହିତ ବର୍ଷା ସମ୍ଭାବନା ଥିବା ସୂଚନା ମିଳିଛି।

Odisha Weather
Odisha Weather (IMD)

ଏହା ମଧ୍ୟ ପଢ଼ନ୍ତୁ.. ବର୍ଷା ପୂର୍ବରୁ ଜଳବାହିତ ରୋଗକୁ ନେଇ ବଢିଲା ଚିନ୍ତା; ଫୋକସରେ ଡାଇରିଆ-ମ୍ୟାଲେରିଆ-ଡେଙ୍ଗୁ - Waterborne Diseases In Odisha

Odisha Weather
Odisha Weather (IMD)

ସେପଟେ ଆଗାମୀ 24ଘଣ୍ଟା ମଧ୍ୟରେ ମାଲକାନଗିରି, କୋରାପୁଟ ଏବଂ ନବରଙ୍ଗପୁରରେ ବର୍ଷା ସମ୍ଭାବନା ରହିଛି। ସେହିପରି ଆସନ୍ତା 14 ତାରିଖରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ସମ୍ଭାବନା ରହିଥିବା ବେଳେ କୋରାପୁଟ, ରାୟଗଡ଼ା, ନବରଙ୍ଗପୁର ଏବଂ ଗଜପତି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଆସନ୍ତା 17 ତାରିଖରେ କଳାହାଣ୍ଡି, କୋରାପୁଟ, ଗଞ୍ଜାମ, ଗଜପତି ଏବଂ ନୟାଗଡ଼ରେ ଅତ୍ୟଧିକ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଆସନ୍ତା 48 ଘଣ୍ଟାରେ ରାଜ୍ୟର କିଛି ସ୍ଥାନରେ ଗ୍ରୀଷ୍ମ ପ୍ରଭାବ ଜାରି ରହିବାକୁ ଥିବା ବେଳେ ମୟୂରଭଞ୍ଜ, ଝାରସୁଗୁଡ଼ା, ବୌଦ୍ଧ, ସୁବର୍ଣ୍ଣପୁର,କେନ୍ଦୁଝର, ସମ୍ବଲପୁର ଏବଂ ସୁନ୍ଦରଗଡ଼ରେ ଗ୍ରୀଷ୍ମ ପ୍ରଭାବ ଅଧିକ ରହିବ ବୋଲି ଅନୁମାନ କରାଯାଉଛି। ଅନ୍ୟପଟେ ରାଜ୍ୟରେ ଗରମ ଓ ଗୁଳୁଗୁଳି ହେଉଥିବା ବେଳେ ନୂଆପଡାରେ ୪୨.୨ ଡିଗ୍ରୀ ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.