ETV Bharat / state

ହସ୍ପିଟାଲ ଓ ମେଡ଼ିକାଲ କଲେଜ ପାଇଁ ଆସୁଛି ସ୍ୱତନ୍ତ୍ର SOP, ଶୃଙ୍ଖଳିତ ଭାବେ କାର୍ଯ୍ୟ ହେବା ଉପରେ ଗୁରୁତ୍ୱ - Special SOP For Hospitals

Special SOP For All Government And Private Hospitals: ଖୁବ ଶୀଘ୍ର ଓଡ଼ିଶାର ସମସ୍ତ ହସ୍ପିଟାଲ ଓ ମେଡ଼ିକାଲ କଲେଜ ଆସୁଛି ସ୍ୱତନ୍ତ୍ର ଏସଓପି । ଉଭୟ ସରକାରୀ ଓ ଘରୋଇ ହସ୍ପିଟାଲ ପାଇଁ କଡାକଡି ଭାବେ ଲାଗୁ ହେବ ଏହି ଏସଓପି । ଅଧିକ ପଢ଼ନ୍ତୁ

Special SOP For All Government And Private Hospitals
Special SOP For All Government And Private Hospitals (ETV Bharat Odisha)
author img

By ETV Bharat Odisha Team

Published : Aug 23, 2024, 7:25 PM IST

ଭୁବନେଶ୍ବର: କୋଲକାତାରେ ଆର.ଜି କର ହସ୍ପିଟାଲ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ପ୍ରସଙ୍ଗକୁ ନେଇ ସାରା ଦେଶରେ ହଙ୍ଗାମା ପରେ ଓଡିଶାର ସମସ୍ତ ହସ୍ପିଟାଲ ଓ ମେଡ଼ିକାଲ କଲେଜ ପାଇଁ ଆସୁଛି ସ୍ୱତନ୍ତ୍ର ଏସଓପି । ଉଭୟ ସରକାରୀ ଓ ଘରୋଇ ହସ୍ପିଟାଲ ପାଇଁ କଡାକଡି ଭାବେ ଲାଗୁ ହେବ ଏହି ଏସଓପି । କୋଲକାତାରେ ଯେଭଳି କାଣ୍ଡ ହେଲା ସେଭଳି କାଣ୍ଡ ଯେଭଳି ନ ହେବ ସେଥିପାଇଁ ଏସଓପିରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

Special SOP For All Government And Private Hospitals (ETV Bharat Odisha)
ସ୍ୱତନ୍ତ୍ର ଏସଓପିରେ ରହିବ କ'ଣ:

ଏନେଇ ଡିଏମଇଟି ଡାକ୍ତର ସନ୍ତୋଷ ମିଶ୍ର କହିଛନ୍ତି, "ଏସଓପିରେ ହସ୍ପିଟାଲ ଓ ମେଡ଼ିକାଲ କଲେଜରେ କେଉଁଠି ପୋଲିସ ମୁତୟନ କରାଯିବ କିମ୍ବା ଆଉ କେଉଁଠି ସିକ୍ୟୁରିଟି ମୁତୟନ କରାଯିବ ଓ ମେଡିକାଲ ତଥା ମେଡିକାଲ କଲେଜର କେଉଁ ସ୍ଥାନରେ କେମିତି ଆଲୋକର ବ୍ୟବସ୍ଥା କରାଯିବା ଭଳି ନିୟମାବଳୀ ରହିବ । କଡାକଡି ଭାବେ ନିୟମ ଅନୁପାଳନ କରିବାକୁ କୁହାଯିବ । ହସ୍ପିଟାଲରେ କାମ ନ ଥିବା ବାହାର ଲୋକଙ୍କ ପ୍ରବେଶକୁ ବନ୍ଦ କରିବା ଉପରେ ଗୁରୁତ୍ୱ ଦିଆଯିବ । ପ୍ରିନ୍ସିପାଲ ଓ ସୁପରିଟେଣ୍ଡେଣ୍ଟଙ୍କ ଦାୟିତ୍ୱ ଏହାକୁ ପାଳନ କରିବେ ।"

କମାଯିବ କାର୍ଯ୍ୟଚାପ :

ଡାକ୍ତର ସନ୍ତୋଷ ମିଶ୍ର ଆହୁରି କହିଛନ୍ତି, "ସରକାରୀ ହସ୍ପିଟାଲ ସହିତ ଘରୋଇ ହସ୍ପିଟାଲରେ ମଧ୍ୟ ଏହି ନିୟମ ଲାଗୁ କରାଯିବ । ଡାକ୍ତରମାନଙ୍କ କାର୍ଯ୍ୟଚାପ କମାଇବା ପାଇଁ ୱାର୍କ ରିଡିଷ୍ଟ୍ରିବ୍ୟୁସନ ସଠିକ ଢଙ୍ଗରେ କରିବା ଉପରେ ଗୁରୁତ୍ୱ ଦିଆଯିବ । ବିଭିନ୍ନ ମେଡ଼ିକାଲ କଲେଜ ଓ ହସ୍ପିଟାଲର HOD, ସୁପରିଟେଣ୍ଡେଣ୍ଟ ଓ ପ୍ରିନ୍ସିପାଲମାନେ ଏକ କମିଟି କରି ଏହି କାର୍ଯ୍ୟ ଚାପକୁ କମାଇବାକୁ ପଦକ୍ଷେପ ନେବେ । ଯାହାକି ଏସଓପିରେ ସ୍ଥାନ ଦିଆଯାଇଛି ।"

ଖୁବଶୀଘ୍ର ଲାଗୁ ହେବ:

ସେ ଆହୁରି ମଧ୍ୟ କହିଛନ୍ତି, "ଏହି ଏସଓପି ଡ୍ରାଫଟିଂ ହୋଇଛି । ସରକାରଙ୍କ ଆପ୍ରୁଭାଲ ପରେ ଏହା ଖୁବ ଶୀଘ୍ର ଲାଗୁ ହେବ । ହସ୍ପିଟାଲରେ କିଭଳି ଶୃଙ୍ଖଳିତ ଭାବେ କାର୍ଯ୍ୟ ହେବ ତାକୁ ଏସଓପିରେ ଗୁରୁତ୍ୱ ଦିଆଯାଇଛି । ଏହା ସହ ଡାକ୍ତରମାନେ ଅଧିକ ସମୟ ଡିଉଟି କରୁଛନ୍ତି । ସେମାନେ ଅଧିକାଂଶ ସମୟରେ ଚାପରେ ରହୁଛନ୍ତି । ସେମାନଙ୍କ ପକ୍ଷେ ଚାପ ମୁକ୍ତ ହେବା ପାଇଁ ଅନେକ ସମୟରେ ବାହାରକୁ ଯୋଗ ଏବଂ ଭ୍ରମଣ ପାଇଁ ମଧ୍ୟ ରାଜ୍ୟ ସରକାର ବିଭିନ୍ନ ସମୟରେ ଯୋଜନା କରୁଛନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ...SCB ଲଜ୍ଜାର ସାଂଘାତିକ ସତ: ଦୋଷୀ ସାବ୍ୟସ୍ତ ହେଲେ ଡାକ୍ତର ଦିଲବାଗ, ଆସିଲା ବହିଷ୍କାର ନିର୍ଦ୍ଦେଶ - SCB Rape Case

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.