ETV Bharat / state

ଦୈନିକ ଅତିକମରେ ଦୁଇଟି କ୍ଲାସ ନେବେ ପ୍ରଧାନ ଶିକ୍ଷକ-ଶିକ୍ଷୟିତ୍ରୀ - mass education department - MASS EDUCATION DEPARTMENT

Headmasters to attend at least 2 class in school: କେବଳ ପ୍ରଶାସନିକ କାର୍ଯ୍ୟରେ ବ୍ୟସ୍ତ ରହିଲେ ହେବନି । ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ ଅତିକମରେ ଦୁଇଟି କ୍ଲାସ ନେବେ । ଗଣଶିକ୍ଷା ବିଭାଗ ଜାରି କଲା ନିର୍ଦ୍ଦେଶ । ଅଧିକ ପଢନ୍ତୁ

ଦୈନିକ ଅତିକମରେ ଦୁଇଟି କ୍ଲାସ ନେବେ ପ୍ରଧାନଶିକ୍ଷକ ଓ ଶିକ୍ଷୟିତ୍ରୀ

author img

By ETV Bharat Odisha Team

Published : Apr 16, 2024, 11:40 AM IST

ଭୁବନେଶ୍ବର: ଉଚ୍ଚ ବିଦ୍ୟାଳୟ ତଥା ହାଇସ୍କୁଲର ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀ କ୍ଲାସ କରୁନାହାନ୍ତି । ସ୍କୁଲରେ ପାଠ ପଢାଇବା ପରିବର୍ତ୍ତେ ବିଦ୍ୟାଳୟ ପରିଚାଳନା ଓ ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟସ୍ତ ରହୁଛନ୍ତି । ଏମିତିକି ସ୍କୁଲର ଅନ୍ୟ ଶିକ୍ଷକମାନେ ପଢ଼ାଉଛନ୍ତି କି ନାହିଁ, ତାହା ତଦାରଖ କରିବା ପାଇଁ ପ୍ରଧାନ ଶିକ୍ଷକଙ୍କ ପାଖରେ ମଧ୍ୟ ସମୟ ରହୁନି । ଏନେଇ ଗଣଶିକ୍ଷା ବିଭାଗ ରାଜ୍ୟର ବିଭିନ୍ନ ଜିଲ୍ଲା ଗସ୍ତ ସମୟରେ ଏଭଳି କିଛି ଅବ୍ୟବସ୍ଥାର ଦୃଶ୍ୟ ଦେଖିବାକୁ ପାଇଛି । ତେଣୁ ଏନେଇ ବିଦ୍ୟାଳୟରେ ଅତିକମରେ ଦୈନିକ ଦୁଇଟି କ୍ଲାସ କରିବାକୁ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀମାନେ ବାଧ୍ୟ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

ଦୈନିକ ଅତିକମରେ ଦୁଇଟି କ୍ଲାସ ନେବେ ପ୍ରଧାନଶିକ୍ଷକ ଓ ଶିକ୍ଷୟିତ୍ରୀ
ଦୈନିକ ଅତିକମରେ ଦୁଇଟି କ୍ଲାସ ନେବେ ପ୍ରଧାନଶିକ୍ଷକ ଓ ଶିକ୍ଷୟିତ୍ରୀ

ଦେଖାଯାଉଛି ଅନେକ ସମୟରେ ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀ ନିଜ ବିଦ୍ୟାଳୟରେ ଆଦୌ କ୍ଲାସ କରୁନାହାନ୍ତି । ସ୍କୁଲ ପରିଚାଳନା ଓ ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟସ୍ତ ରହୁଛନ୍ତି । ସେମାନଙ୍କର ଅଭିଜ୍ଞତା ଓ ଭଲ ଦକ୍ଷତା ମଧ୍ୟ ରହିଛି । ଶିକ୍ଷାଗତ ଯୋଗ୍ୟତା ବି ଉନ୍ନତ ମାନର । ତା’ ପରେ ବି ସେମାନେ ଆଦୌ କ୍ଲାସ ନନେବା ଚିନ୍ତାର ବିଷୟ ହୋଇଛି । ତେଣୁ ଏଣିକି ପ୍ରତି ବିଦ୍ୟାଳୟର ପ୍ରଧାନଶିକ୍ଷକ ଦୈନିକ ଅତି କମରେ ଦୁଇଟି ଲେଖାଏଁ କ୍ଲାସ ନେବେ । କ୍ଲାସରୁମରେ ପିଲାଙ୍କୁ ପାଠ ପଢାଇବେ । ଏନେଇ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନା ଅନୁଯାୟୀ, ପୂର୍ବରୁ ଗଣଶିକ୍ଷା ବିଭାଗ ୨୦୨୧ ମସିହା ଏପ୍ରିଲ ୫ ତାରିଖରେ ନିର୍ଦ୍ଦେଶ ଦେଇଥିଲା । ଯାହା ରାଜ୍ୟରେ ଥିବା ସମସ୍ତ ସରକାରୀ ବିଦ୍ୟାଳୟଗୁଡିକରେ ରହିଥିବା ସମସ୍ତ ପ୍ରଧାନଶିକ୍ଷକମାନେ ବିଦ୍ୟାଳୟର ଅତି ଅଭିଜ୍ଞ ଶିକ୍ଷକ ଭାବରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରିବେ । ଯାହା ଦୈନିକ ଅତିକମରେ ଦୁଇଟି କ୍ଲାସ ନେବା ଆବଶ୍ୟକ ରହିଛି । ଯାହାକୁ ନେଇ କୌଣସି ପ୍ରଧାନ ଶିକ୍ଷକମାନେ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶାନାମାକୁ ମାନୁନଥିବା ଦେଖାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ :- ଶ୍ରୀନଗରରେ ବୁଡ଼ିଲା ଡଙ୍ଗା: 3 ମୃତ, ଏକାଧିକ ନିଖୋଜ - BOAT CAPSIZES IN SRINAGAR

ଏପଟେ ରାଜ୍ୟରେ ଏବେ ବି ହଜାର ହଜାର ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡୁଛନ୍ତି । ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଥିଲେ ସୁଦ୍ଧା ପ୍ରତି ବର୍ଷ ହଜାର ହଜାର ସଂଖ୍ୟାରେ ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡିବା ଚିନ୍ତାର ବିଷୟ ହୋଇଛି । ତେବେ ଏନେଇ ସ୍ୱତନ୍ତ୍ର ଭାବରେ ଅଧାରୁ ପାଠ ଛାଡୁଥିବା ପିଲାଙ୍କ ଉପରେ ନଜର ରଖିବ ସ୍କୁଲ । ଡ୍ରାପ-ଆଉଟ ହେଉଥିବା ଛାତ୍ରଛାତ୍ରୀ ସେମାନଙ୍କ ଅଭିଭାବକଙ୍କୁ ପୁନଃ ପଞ୍ଜିକରଣ କରିବା ପାଇଁ ମନେଇବେ ସ୍କୁଲର ପ୍ରଧାନ ଶିକ୍ଷକ । ଏହା ସହ ପିଲାଙ୍କୁ ସ୍କୁଲକୁ ପୁଣିଥରେ ଆଣିବାକୁ ପ୍ରଧାନ ଶିକ୍ଷକ ପିଲାଙ୍କୁ ଚିହ୍ନଟ କରିବେ । ସେମାନଙ୍କୁ ଆବଶ୍ୟକ ପଡ଼ିଲେ କାଉନସିଲିଂ କରିବେ । ଏହା ଅଷ୍ଟମ ଶ୍ରେଣୀରୁ ସମ୍ପୂର୍ଣ୍ଣ ଭାବରେ ନାମଲେଖା ତଥ୍ୟକୁ ଟ୍ରାକ କରିବ ବିଭାଗ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.