ETV Bharat / state

ବାଣ ନିଷ୍କ୍ରିୟ କରୁଥିବା ବେଳେ ଫୁଟିଲା ବୋମା, ପୋଲିସ କର୍ମଚାରୀ ମୃତ - Cuttack bomb blast

police died while defusing bomb in cuttack: ବାଣ ନିଷ୍କ୍ରିୟ କରୁଥିବା ବେଳେ ଅଘଟଣ ।ବୋମା ଫୁଟି ଜଣେ ପୋଲିସ କର୍ମଚାରୀ ମୃତ, ୨ ଆହତ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jun 14, 2024, 3:38 PM IST

CUTTACK BOMB BLAST
CUTTACK BOMB BLAST (ETV Bharat Odisha)

କଟକ: ପହିଲି ରଜରେ ଅଘଟଣ । କଟକ ସଦରଥାନା କାଜି ପାଟଣାରେ ବୋମା ବିସ୍ଫୋରଣ ହୋଇଛି । ଏଥିରେ ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ଜବତ ହୋଇଥିବା ବୋମାକୁ ନିଷ୍କ୍ରିୟ କରିବା ସମୟରେ ଏହି ଅଘଟଣ ଘଟିଥିବା ଜଣାପଡିଛି । ଅନ୍ୟପଟେ ପରିବାର ଲୋକେ ଏନେଇ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ବିନା ବାଣ ନିଷ୍କ୍ରିୟ ପୋଷାକରେ ପ୍ରଦୀପ ସେଠାକୁ ଯାଇଥିଲେ ବୋଲି ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି ।

ସୂଚନା ଅନୁଯାୟୀ, ନିର୍ବାଚନ ବେଳେ ବିଭିନ୍ନ ସ୍ଥାନରୁ ବାଣ ଜବତ କରାଯାଇଥିଲା । ହେଲେ ନିର୍ବାଚନ ଥିବାରୁ ସେଗୁଡିକୁ ନଷ୍ଟ କରାଯାଇ ପାରିନଥିଲା । ନିର୍ବାଚନ ସରିବା ପରେ ଆଜି ସକାଳ ସମୟରେ କାଠଯୋଡି ନଦୀ ପଠାକୁ ବାଣଗୁଡିକ ନିଷ୍କ୍ରିୟ କରିବା ପାଇଁ ବମ୍ ସ୍କ୍ୱାର୍ଡର 3 ଜଣ ଅଧିକାରୀ ଯାଇଥିଲେ । ଏହି ସମୟରେ ହଠାତ ଏକ ବୋମା ବିସ୍ଫୋରଣ ହୋଇଥିଲା । ଏହି ଅଘଟଣରେ ୩ ଜଣ ପୋଲିସ କର୍ମଚାରୀ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ଆମ୍ବୁଲାନ୍ସ ଜରିଆରେ ଏସସିବିକୁ ଅଣାଯାଇଥିଲା । ହେଲେ ଡାକ୍ତର ସେଠାରେ ଜଣଙ୍କୁ ମୃତ ଘୋଷଣା କରିଥିଲେ ।

ଏହାମଧ୍ୟ ପଢନ୍ତୁ.. ହାଟରେ ଫୁଟିଲା ବୋମା, ଗୋରୁ ବେପାରୀଙ୍କଠୁ ୧୪ ଲକ୍ଷ ଟଙ୍କା ସହ ବୋଲେରୋ ଲୁଟିନେଲେ ଲୁଟେରା - Loot in Dhenkanal

ମୃତ ପୋଲିସ କର୍ମଚାରୀ ହେଲେ ହାବିଲଦାର ପ୍ରଦୀପ କୁମାର ମଲ୍ଲିକ । ସେ 24 ବର୍ଷ ଧରି କମିଶନରେଟ ପୋଲିସ ଅଧୀନରେ କାର୍ଯ୍ୟରତ ରହିଥିଲେ ସେ। ଘର କଟକ ଜଗତପୁର ଅଣ୍ଡେଇସାହି । ବର୍ତ୍ତମାନ କଟକ ରିଜର୍ଭ ପୋଲିସ ର ବମ ସ୍କ୍ୱାର୍ଡ ଟିମରେ କାର୍ଯ୍ୟରତ ରହିଥିଲେ ସେ ।

ଏହି ବୋମା ସ୍କ୍ୱାର୍ଡର 3 ଜଣ ଅଧିକାରୀ ବାଣ ନିଷ୍କ୍ରିୟ କରିବା ପାଇଁ ଯାଇଥିଲେ । ତେବ ଏଠାରେ ପ୍ରଶ୍ନ ଉଠୁଛି ଯଦି ବାଣ ନିଷ୍କ୍ରିୟକାରୀ ଟିମ ଯାଇଥିଲା ତେବେ ସେମାନଙ୍କ ନିକଟରେ ଆବଶ୍ୟକ ମୁତାବକ ବମ ଡିସ୍ପୋଜାଲ ସାମଗ୍ରୀ ରହିଥିଲା କି ନାହିଁ ? ଅନ୍ୟପଟେ ମୃତକଙ୍କ ସାଙ୍ଗ ଓ ପରିବାର ଏହି ଘଟଣାକୁ ନେଇ ଆଣିଛନ୍ତି ଅନେକ ସଙ୍ଗିନ ଅଭିଯୋଗ । ବିନା ବାଣ ନିଷ୍କ୍ରିୟ ଡ୍ରେସରେ ପ୍ରଦୀପ ସେଠାକୁ ଯାଇଥିଲେ ବୋଲି ଅଭିଯୋଗ କରିଛନ୍ତି ଓ ଏହି ଦିଗରେ ଏକ ବଡ଼ ତଦନ୍ତ ଆବଶ୍ୟକ ରହିଥିବା କହିଛନ୍ତି ।

ବର୍ତ୍ତମାନ ଏସସିବିରେ ମୃତଦେହକୁ ବ୍ୟବଚ୍ଛେଦ କରାଯିବା ପରେ ପରିବାରକୁ ହସ୍ତାନ୍ତର କରିଛନ୍ତି ପୋଲିସ ଅଧିକାରୀ । ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଡିସିପି ଆର ପ୍ରକାଶ । ସେ କହିଛନ୍ତି, "ଘଟଣାର sop ଆଧାରରେ ଟିମ ସେଠାକୁ ଯାଇଥିଲା କି ନାହିଁ, ଏହି ମାମଲାରେ ତଦନ୍ତ କରାଯିବ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.