ETV Bharat / state

ସବୁଠି ଧୁମଧାମରେ ପାଳନ ହେଲା ହନୁମାନ ଜୟନ୍ତୀ, ସାମିଲ ହେଲେ ନେତା - Hanuman jayanti - HANUMAN JAYANTI

Hanuman jayanti: ସହରରେ ହନୁମାନ ଜନ୍ମ ଉତ୍ସବ ଧୁମଧାମରେ ପାଳିତ ହୋଇଯାଇଛି । ଏନେଇ ହଜାର ହଜାର ଲୋକ ଶୋଭାଯାତ୍ରାରେ ସାମିଲ ହୋଇ ସହର ପରିକ୍ରମା କରିଥିଲେ । ଅଧିକ ପଢନ୍ତୁ

Hanuman jayanti
Hanuman jayanti
author img

By ETV Bharat Odisha Team

Published : Apr 15, 2024, 10:55 AM IST

Updated : Apr 15, 2024, 11:42 AM IST

Hanuman jayanti

ବଲାଙ୍ଗୀର/କଟକ: ଗତକାଲି ସାରା ରାଜ୍ୟରେ ବଡଧୁମଧାମରେ ପାଳନ ହୋଇଛି ହନୁମାନ ଜୟନ୍ତୀ । ସବୁଠି ବେଶ ଉତ୍ସାହର ସହ ଲୋକେ ହନୁମାନ ଜୟନ୍ତୀ ପାଳନ କରିଛନ୍ତି । ବଲାଙ୍ଗୀର ଓ କଟକରେ ମଧ୍ୟ ଆନନ୍ଦର ସହ ଲୋକେ ମହାବିଷୁବ ସଂକ୍ରାନ୍ତି ପାଳନ କରିଥିବା ବେଳେ ଏଥିରେ ସାମିଲ ହୋଇଥିଲେ ନେତା ।

ବଲାଙ୍ଗୀରରେ ହନୁମାନ ଜୟନ୍ତୀ ସମନ୍ୱୟ ସମିତି ପକ୍ଷରୁ ଏକ ବିରାଟ ସାଂସ୍କୃତିକ ଶୋଭାଯାତ୍ରା ଆୟୋଜିତ ହୋଇଥିଲା । ଯେଉଁଥିରେ ବିଭିନ୍ନ ସଂଗଠନର ହଜାର ହଜାର ଲୋକ ସାମିଲ ହୋଇ ସହର ପରିକ୍ରମା କରିଥିଲେ । ଏଥିସହ ସହରର ସବୁ ସାହିରେ ଲୋକେ ପୂଜାର୍ଚ୍ଚନା କରିଛନ୍ତି ।

ସେହିପରି ସବୁଠି ବିଭିନ୍ନ ସଂଗଠନ ପଣା ସଂକ୍ରାନ୍ତିକୁ ମଧ୍ୟ ଧୂମଧାମରେ ପାଳନ କରିବା ସହ ସ୍ଥାନେ ସ୍ଥାନେ ପଣା ବଣ୍ଟନ କରିଥିଲେ । ଏହି ଅବସରରେ ନେତାମାନେ ମଧ୍ୟ ଲୋକଙ୍କ ସହ ସବୁଠି ସାମିଲ ହୋଇଥିଲେ । ବିଜେପି ଦଳରୁ ବଲାଙ୍ଗୀର ବିଧାୟକ ପ୍ରାର୍ଥୀ ହୋଇଥିବା ଗୋପାଲଜି ପାଣିଗ୍ରାହୀ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ ହନୁମାନ ଜୟନ୍ତୀ ପାଳନ କରିଥିଲେ । ତେବେ ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଆୟୋଜିତ ଶୋଭାଯାତ୍ରାରେ ସାମିଲ ହୋଇଥିବା ବେଳେ ଲୋକ ମଧ୍ୟ ଏଥିରେ ଅଧିକ ଯୋଡି ହୋଇଥିବାର ସେ କହିଛନ୍ତି ।

ଅନ୍ୟପଟେ ବିଜେଡି ବିଧାୟକ ପ୍ରାର୍ଥୀ କଳିକେଶ ନାରାୟଣ ସିଂହ ଦେଓ ମଧ୍ୟ ଲୋକଙ୍କ ସହ ସାମିଲ ହୋଇଛନ୍ତି । ସବୁ ମନ୍ଦିର ପରିଦର୍ଶନ କରି ସମସ୍ତଙ୍କୁ ଭଗବାନ ରାମ ଓ ହନୁମାନଙ୍କ ଆଶୀର୍ବାଦ ନିଅନ୍ତୁ ବୋଲି ସେ କହିଛନ୍ତି । ତେବେ ବଲାଙ୍ଗୀର ଜିଲ୍ଲାର ସବୁ ଦୈବ ପୀଠ ଓ ମନ୍ଦିର ସହିତ ତାଙ୍କର ପୂର୍ବଜଙ୍କ ସମ୍ପର୍କ ରହିଆସିଛି । ସେହି ପରମ୍ପରା ଅନୁସାରେ ସେମାନେ ମଧ୍ୟ ତାକୁ ବଜାୟ ରଖି ଲୋକଙ୍କ ସହିତ ସବୁବେଳେ ଥିବାର କହିଛନ୍ତି ।

ସେହିପରି ରୌପ୍ୟ ନଗରୀ କଟକରେ ମହା ବିଷୁବ ସଂକ୍ରାନ୍ତି ବେଶ୍ ଧୁମ୍ ଧାମରେ ପାଳନ କରାଯାଇଛି । କଟକ ସହରର ବିଭିନ୍ନ ମହାବୀର ମନ୍ଦିର ମାନଙ୍କରେ ଶ୍ରଦ୍ଧାଳୁ ମାନଙ୍କର ଭିଡ଼ ଦେଖିବାକୁ ମିଳିଥିବା ବେଳେ ପଞ୍ଚମୁଖୀ ହନୁମାନ ମନ୍ଦିରରେ ଅଧିକ ଭକ୍ତଙ୍କ ଭିଡ ଜମାଇଥିଲେ । ଏଭଳି ପବିତ୍ର ଦିନରେ ମହାବୀରଙ୍କ ଦର୍ଶନ କରି ବେଶ୍ ଖୁସି ପ୍ରକଟ କରିଛନ୍ତି ଭକ୍ତମାନେ । ଏହା ହିନ୍ଦୁ ଧାର୍ମିକ ପରମ୍ପରାର ଏକ ମୁଖ୍ୟ ପର୍ବ । ମହାବିଷୁବ ସଂକ୍ରାନ୍ତିରେ ମହାବୀର ହନୁମାନଙ୍କ ଜନ୍ମ ହୋଇଥିବା ବେଳେ ଓଡ଼ିଶାରେ ଏହାକୁ ବର୍ଷର ପ୍ରଥମ ଦିନ ଭାବେ ଗଣନା କରାଯିବା ସହ ଓଡ଼ିଆ ନବବର୍ଷ ମଧ୍ୟ କୁହାଯାଏ । ସହରର ବିଭିନ୍ନ ହନୁମାନ ମନ୍ଦିରଗୁଡ଼ିକରେ ଏହି ଅବସରରେ ଆଡ଼ମ୍ବର ସହକାରେ ହନୁମାନ ଜୟନ୍ତୀ ପାଳନ କରାଯାଇଛି। ବିଭିନ୍ନ ହନୁମାନ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା।

ଏହା ମଧ୍ୟ ପଢନ୍ତୁ-ମା' ଶାରଳାଙ୍କ ପୀଠରେ ଝାମୁଯାତ୍ରା, ଜମିଲା ଭକ୍ତଙ୍କ ଭିଡ

ବିଶେଷ କରି କଟକ ଖାନ ନଗର ପଞ୍ଚମୁଖୀ ହନୁମାନ ମନ୍ଦିରରେ ହଜାର ହଜାର ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ସକାଳୁ ସକାଳୁ ସମସ୍ତ ରୀତି ନୀତି ଅନୁସାରେ ହନୁମାନଙ୍କର ସ୍ଵତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲ । ଏହାପରେ ଦିନ ସାରା ଶ୍ରଦ୍ଧାଳୁମାନେ ମହାବୀରଙ୍କ ଦର୍ଶନ କରିବା ସହ ନିଜର ମନୋସ୍କାମନା ରଖିଥିଲେ । ୨୦ ହଜାରରୁ ଉର୍ଦ୍ଧ୍ବ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ସ୍ଵତନ୍ତ୍ର ପ୍ରକାରର ଆୟୋଜନ କରାଯାଇଥିଲା ମନ୍ଦିର କମିଟି ଟ୍ରଷ୍ଟ ପକ୍ଷ । ବିଶେଷ କରି ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମମାନଙ୍କୁ ଭଗବାନଙ୍କ ଦର୍ଶନ କରାଇବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ଅନ୍ୟପଟେ କଟକ ସହରରେ ହନୁମାନ ଜୟନ୍ତୀ ଉପଲକ୍ଷେ ହିନ୍ଦୁ ସେନା ପକ୍ଷରୁ ଏକ ବିଶାଳ ବାଇକ୍ ଶୋଭାଯାତ୍ରା ଓ ପଦଯାତ୍ରାର ଆୟୋଜନ କରାଯାଇଥିଲା। ଶତାଧିକ ଯୁବକ ଓ ଯୁବତୀମାନେ ମହାବୀରଙ୍କ ଧ୍ଵଜା ଧରି ଏହି ବିଶାଳ ରାଲିରେ ସହର ପରିକ୍ରମା କରିଥିଲେ।

ଇଟିଭି ଭାରତ, ବଲାଙ୍ଗୀର/କଟକ

Last Updated : Apr 15, 2024, 11:42 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.