ETV Bharat / state

ହଂସପାଳ ଅଗ୍ନିଶମ କର୍ମଚାରୀ ମୃତ୍ୟୁକୁ ବିତିଲାଣି ମାସେ: ପୋଲିସ ହାତ ଖାଲି, ତ୍ରିକୋଣୀୟ ପ୍ରେମରୁ ହତ୍ୟା ସନ୍ଦେହ - fire safety department worker death

author img

By ETV Bharat Odisha Team

Published : Aug 10, 2024, 3:33 PM IST

Hansapal fire safety department worker death case: ଅଗ୍ନିଶମ କର୍ମଚାରୀ ପ୍ରଶାନ୍ତ ମଲ୍ଲିକ ମୃତ୍ୟୁ ଘଟଣାରେ ସାଂଘାତିକ ଅଭିଯାଗ ଆଣିଲେ ମାଆ । ପୁଅକୁ ହତ୍ୟା କରାଯାଇଥିବା କଲେ ଅଭିଯୋଗ । ଅଧିକ ପଢନ୍ତୁ

FIRE SAFETY DEPARTMENT WORKER DEATH
FIRE SAFETY DEPARTMENT WORKER DEATH (Etv Bharat)

ଭୁବନେଶ୍ୱର: ହଂସପାଳ କଲୋନୀରେ ଅଗ୍ନିଶମ କର୍ମଚାରୀ ପ୍ରଶାନ୍ତ ମଲ୍ଲିକ ମୃତ୍ୟୁ ଘଟଣା । ଘଟଣାକୁ ଏକ ମାସ ବିତିଯାଇଥିବା ବେଳେ ସିସିଟିଭି ଫୁଟେଜ ଥାଇ ମଧ୍ୟ ପୋଲିସ ହାତ ଖାଲି । ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ରହସ୍ୟ ଉପରୁ ପରଦା ହଟିନାହିଁ । ଏହାରି ମଧ୍ୟରେ ଡିସିପିଙ୍କୁ ଭେଟି ତ୍ରିକୋଣୀୟ ପ୍ରେମ ସମ୍ପର୍କରୁ ପୁଅକୁ ହତ୍ୟା କରାଯାଇଥିଲା ପରିବାର ଲୋକ ଅଭିଯୋଗ ଆଣିଛନ୍ତି ।

ଅଗ୍ନିଶମ କର୍ମଚାରୀଙ୍କ ମୃତଦେହ ଉଦ୍ଧାର:

ଗତ ଜୁଲାଇ ମାସ ୬ ତାରିଖରେ ପାହାଳ ଥାନା ହଂସପାଳ କଲୋନିରେ ରହୁଥିବା ଅଗ୍ନିଶମ କର୍ମଚାରୀ ପ୍ରଶାନ୍ତ ମଲ୍ଲିକ ମୃତ୍ୟୁ ହୋଇଥିଲା । ସନ୍ଦେହ ଜନକ ଅବସ୍ଥାରେ ତାଙ୍କୁ ମୃତଦେହକୁ ଉଦ୍ଧାର କରି ପରେ ହସ୍ପିଟାଲରେ ଭର୍ତ୍ତି କରିଥିଲା ପୋଲିସ । ତାଙ୍କ ମୁଣ୍ଡ ଓ ଦେହରେ ଆଘାତ ଯୋଗୁଁ ଲାଗିଥିବାରୁ ପରିବାର ଲୋକେ ପୁଅକୁ ହତ୍ୟା କରାଯାଇଥିବା ପାହାଳ ଥାନାରେ ଅଭିଯୋଗ କରିଥିଲେ‌ । ପରିବାର ଲୋକଙ୍କ ଲିଖିତ ଅଭିଯୋଗରେ ପୋଲିସ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। କ୍ୟାପିଟାଲ ହସ୍ପିଟାଲରେ ମୃତକଙ୍କ ପୋଷ୍ଟମର୍ଟମ କରାଯିବା ସହ ଘଟଣାର ସାଇଣ୍ଟିଫିକ ତଦନ୍ତ ମଧ୍ୟ କରାଯାଇଥିଲା ।

ତଦନ୍ତ ସମୟରେ ପ୍ରଶାନ୍ତ ମୃତ୍ୟୁ ପୂର୍ବରୁ ଏକ ସିସିଟିଭି ଫୁଟେଜ ପୋଲିସ ହାତରେ ଲାଗିଥିଲା । ଭିଡିଓରେ କିଛି ବ୍ୟକ୍ତିଙ୍କୁ ଦେଖିବାକୁ ମିଳିଥିଲା । ହେଲେ ଘଟଣାକୁ ମାସେ ପୁରିଥିବା ବେଳେ ପୋଲିସ ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତକୁ ଧରୁଛି ନା ହତ୍ୟାର କାରଣ ଖୋଜି ପାଉଛି। ଏପଟେ ପୁଅର ମୃତ୍ୟୁରେ ପରିବାର ଲୋକେ ଭାଙ୍ଗିପଡି ଘଟଣା ସମ୍ପର୍କରେ ଭୁବନେଶ୍ୱର ଡିସିପିଙ୍କୁ ଜଣାଇଛନ୍ତି । ସେମାନଙ୍କର ଆଶା ବିଶ୍ବାସ ରହିଛି ନବଘନ ହତ୍ୟାକାଣ୍ଡ ଭଳି ଏହି ହତ୍ୟାକାଣ୍ଡର ରହସ୍ୟ ପୋଲିସ ଏହି ହତ୍ୟା ଘଟଣା ଉପରୁ ପରଦା ଉଠାଇବ ।

ଏହା ମଧ୍ୟ ପଢନ୍ତୁ-ତ୍ରିକୋଣୀୟ ପ୍ରେମରୁ ସଂଘବଦ୍ଧ ହତ୍ୟା, ରାଜଧାନୀରେ ରାତି ଅଧରେ ଗଡିଲା ମୁଣ୍ଡ

ତ୍ରିକୋଣୀୟ ପ୍ରେମ ସମ୍ପର୍କରୁ ହତ୍ୟା ସନ୍ଦେହ:

ମୃତ ପ୍ରଶାନ୍ତ ମଲ୍ଲିକଙ୍କ ମାଆ ଅଭିଯୋଗ ଆଣିଛନ୍ତି, ‘ତ୍ରିକୋଣୀୟ ପ୍ରେମ ସମ୍ପର୍କରୁ ପୁଅକୁ ହତ୍ୟା କରାଯାଇଥିବା ସନ୍ଦେହ କରୁଛନ୍ତି । ସେ କହିଛନ୍ତି ଯେ, ମୋ ପୁଅ ପାଖରେ ସନ୍ତୋଷ ନାମକ ଜଣେ ଯୁବକ ରହୁଥିଲା । ପ୍ରଶାନ୍ତ ଗୋଟିଏ ଝିଅକୁ ଭଲ ପାଉଥିଲା । ସେହି ଝିଅକୁ ତାର ସାଙ୍ଗ ସନ୍ତୋଷ ମଧ୍ୟ ଭଲ ପାଉଥିଲା । ଏହା କିନ୍ତୁ ସେ ଜାଣିନଥିଲା । ସେ ଝିଅ ଫୋନ କରି ପୁଅକୁ କହିଥିଲା ସନ୍ତୋଷ ମୋତେ ଫୋନ କରୁଛନ୍ତି । ଏହାକୁ ନେଇ ଉଭୟଙ୍କ ମଧ୍ୟ ପାଟିତୁଣ୍ଡ ମଧ୍ୟ ହୋଇଛି । ଯେଉଁଦିନ ପୁଅର ମୃତ୍ୟୁ ହେଲା ସେହି ଦିନ ରାତିରେ ସନ୍ତୋଷ ଗାଁରୁ ଆସିଥିଲା । ଝିଅର ପରିବାର ଲୋକେ ତାକୁ ପଇସା ଦେଇ ମୋ ପୁଅକୁ ମାରି ଦେଇଛନ୍ତି । ’

ଘଟଣା ସମ୍ପର୍କରେ ଭୁବନେଶ୍ବର ଡିସିପି ପ୍ରତୀକ ସିଂ କହିଛନ୍ତି, ''ପାହାଳରେ ଯୁବକଙ୍କ ମୃତ୍ୟୁକୁ ନେଇ ପରିବାର ଲୋକେ ଥାନାରେ ହତ୍ୟା ଅଭିଯୋଗ କରିଥିଲେ । ପାହାଳ ପୋଲିସ ରିପୋର୍ଟକୁ ରେଜିଷ୍ଟର କରିଛନ୍ତି । ଏନେଇ ତଦନ୍ତ ଜାରି ରହିଛି । ତଦନ୍ତ ସରିବା ପରେ ସତ୍ୟତା ସାମ୍ନାକୁ ଆସିବ । ''26 ବର୍ଷୀୟ ପ୍ରଶାନ୍ତଙ୍କ ଘର ଜଗତସିଂହପୁର ଦାମୋଦର ପାଟଣାର । ସେ ଦୁଇବର୍ଷ ହେବ ହଂସପାଳରେ ଏକ ଭଡାଘରେ ନେଇ ରହୁଥିଲେ । ଯେଉଁଠାରେ ଗତ ମାସ 6 ତାରିଖରେ ତାଙ୍କର ମୃତଦେହ ମିଳିଥିଲା ।

ନବଘନ ହତ୍ୟା କାଣ୍ଡ ଭଳି ଚାପିବାକୁ ଚେଷ୍ଟା ନହେଉ:

ନବଘନର ମୃତଦେହ କଟକ ଗୋବିନ୍ଦପୁର ଥାନା ଅଞ୍ଚଳରୁ ମିଳିବା ପରେ ସେଠାକାର ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ମାଟି ତଳେ ପୋତି ଦେଇଥିଲା । ପରେ ଭରତପୁର ଥାନାରେ ପରିବାର ଲୋକେ ଅଭିଯୋଗ ସତ୍ତ୍ବେ ପୋଲିସ ମିସିଂ ରିପୋର୍ଟ କରି ଚୁପ୍ ଥିଲା । ଯେତେବେଳେ ନବଘନର ଗାଡି ଠାବ ହେଲା ପରେ ତଦନ୍ତ କରି ହତ୍ୟାର ପର୍ଦାଫାଶ କରିଥିଲା । ଯେହେତୁ ପରିବାର ଲୋକେ ରାସ୍ତା ଅବରୋଧ କରିଥିଲେ ଏହାପରେ ଅଭିଯୁକ୍ତ ଧରାପଡିଥିଲେ । ସେହିପରି ପାହାଳ ହତ୍ୟା କାଣ୍ଡକୁ ଚାପିବାକୁ ଚେଷ୍ଟା ନକରି ମୃତ୍ୟୁ ରହସ୍ୟ ଉପରୁ ପୋଲିସ ପରଦା ଉଠାଇବା ଆବଶ୍ୟକ ରହିଛି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.