ଭୁବନେଶ୍ବର: ରାଜ୍ୟରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଢିବ ନାହିଁ ବିଜୁଳି ଦର । ଦର ବୃଦ୍ଧି ନକରି ନିରବଚ୍ଛିନ୍ନ ବିଜୁଳି ଯୋଗାଣ କରିବ ବୋଲି ପ୍ରତିଶ୍ରୁତି ଦେଇଛି ଗ୍ରୀଡକୋ । ଗ୍ରୀଡକୋର ବାର୍ଷିକ ରାଜସ୍ବ ଆବଶ୍ୟକତା ଓ ବିଜନେସ ପ୍ଲାନ ଆବେଦନ ଉପରେ ଗତକାଲି(ବୁଧବାର) ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ବା ଓଇଆରସି ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ଜନଶୁଣାଣି ହୋଇଛି । ଗ୍ରୀଡକୋ ପକ୍ଷରୁ ଏକ ବିସ୍ତୃତ ଉପସ୍ଥାପନାରେ ରାଜ୍ୟର ବଢୁଥିବା ବିଦ୍ୟୁତ ଚାହିଦାକୁ ପୂରଣ କରିବା ପାଇଁ ନିଜର ରଣନୀତି ନିର୍ଦ୍ଧାରଣ କରିଛି । ଯେଉଁଥିରେ ୩୭,୪୫୭ ନିୟୁତ ୟୁନିଟ ଶକ୍ତିର ଆବଶ୍ୟକତା ଦର୍ଶାଯାଇଛି ।
ଯାହା ବିରୋଧରେ ଏହା ୨,୧୯୬ ଏମୟୁ ଆକସ୍ମିକ ସଂରକ୍ଷଣ ସହିତ ଦୀର୍ଘମିଆଦୀ ବିଦ୍ୟୁତ୍ ଚୁକ୍ତିରୁ ୩୯,୬୫୨ ଏମୟୁର ଉପଲବ୍ଧ ସୁନିଶ୍ଚିତ କରିଛି । ଗ୍ରୀଡକୋ ଏହାର ସୁଚିନ୍ତିତ ଯୋଜନାର ଏକ ଅଂଶ ଭାବରେ କ୍ୟାପ୍ଟିଭ ପାୱାର ପ୍ଲାଣ୍ଟ, ସ୍ୱଳ୍ପକାଳୀନ ଏବଂ ମଧ୍ୟମ କାଳୀନ ଚୁକ୍ତିର ବ୍ୟବସ୍ଥା ବିଷୟରେ ଉଲ୍ଲେଖ କରିଛି । ଯାହା ଦ୍ୱାରା ବିଦ୍ୟୁତ ଯୋଗାଣରେ ଯେକୌଣସି ଜରୁରୀ କାଳୀନ ଆବଶ୍ୟକତା ପୂରଣ ହୋଇପାରିବ । ଏହା ବ୍ୟତୀତ ରାଜ୍ୟ ଭିତରେ ସ୍ଥାୟିତ୍ବତାକୁ ପ୍ରୋତ୍ସାହିତ କରିବା ପାଇଁ ଅକ୍ଷୟ ଶକ୍ତି ଉତ୍ପାଦନ ଉପରେ ଆଲୋକପାତ କରାଯାଇଛି ।
ଏହା ମଧ୍ୟ ପଢନ୍ତୁ ....ସ୍ଥାୟୀ ନିଯୁକ୍ତି ଦାବିରେ ଆଉଟସୋର୍ସିଂ କର୍ମଚାରୀଙ୍କ ଆମରଣ ଅନଶନ
ଏହା ମଧ୍ୟ ପଢନ୍ତୁ ....22ରେ ବିଦ୍ୟୁତ କାଟ୍ କରିବାକୁ ଯାଉଛି ମମତା ସରକାର: ଶୁଭେନ୍ଦୁ ଅଧିକାରୀ
ବିଦ୍ୟୁତ ଭିତ୍ତି ଭୂମିରେ ସ୍ଥିରତା ଉପରେ ଗୁରୁତ୍ୱାରୋପ କରି ଗ୍ରୀଡକୋ ଓଇଆରସି ଏବଂ କେନ୍ଦ୍ରୀୟ ବିଦ୍ୟୁତ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକୁ କଡ଼ାକଡ଼ି ଭାବେ ପାଳନ କରିଛି । ଯଥାକ୍ରମେ ୧୦% ଆକସ୍ମିକ ସଂରକ୍ଷଣ ସୁନିଶ୍ଚିତ କରିଛି । ରାଜ୍ୟ ପାଇଁ ଯଥାକ୍ରମେ ୧୧% ସମ୍ବଳ ପର୍ଯ୍ୟାପ୍ତତା ବଜାୟ ରଖିଛି । ଏହା ବ୍ୟତୀତ କ୍ଷତିଗ୍ରସ୍ତ କେନ୍ଦ୍ରୀୟ ଜଳ ବିଦ୍ୟୁତ କେନ୍ଦ୍ର ତିସ୍ତା-୫ ଯୋଗୁଁ ସୃଷ୍ଟି ହୋଇଥିବା ବିଦ୍ୟୁତ ଅଭାବକୁ ଭରଣା କରିବା ପାଇଁ ଗ୍ରୀଡକୋ ଭାରତ ସରକାରଙ୍କୁ ସହାୟତା ପାଇଁ ଅନୁରୋଧ କରିଛି ।
ତେବେ ଗ୍ରୀଡକୋ ଖୁଚୁରା ଶୁଳ୍କ ବୃଦ୍ଧି ନକରି ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଆକଳିତ ବିଦ୍ୟୁତ ଖର୍ଚ୍ଚ ପରିଚାଳନା କରିବାର କ୍ଷମତା ଉପରେ ବିଶ୍ୱାସ ପ୍ରକଟ କରିଛି । ଡିସ୍କୋମରେ ଉପଲବ୍ଧ ନିୟାମକ ବଳକାର ଆମୋର୍ଟିକରଣ ଏବଂ ଚାହିଦା ବୃଦ୍ଧି ହେତୁ ରାଜସ୍ୱ ବୃଦ୍ଧି ମାଧ୍ୟମରେ ଯେକୌଣସି ବର୍ଦ୍ଧିତ ଖର୍ଚ୍ଚକୁ ଗ୍ରହଣ କରାଯାଇପାରିବ ବୋଲି ଏଥିରେ ସ୍ପଷ୍ଟ କରାଯାଇଛି ।
ଇଟିଭି ଭାରତ, ଭୁବନେଶ୍ବର