ETV Bharat / state

ରାଜ୍ୟପାଳଙ୍କ କେନ୍ଦୁଝର ଗସ୍ତ, ମହିଳା ଚାଷୀ ଓ ଏସଏଚଜି ମହିଳାଙ୍କୁ ଦେଲେ ପରାମର୍ଶ

author img

By ETV Bharat Odisha Team

Published : Feb 19, 2024, 8:37 PM IST

Updated : Feb 19, 2024, 8:53 PM IST

Governor Of Odisha In His Kendujhar Visit: ଆଜି ଦିନିକିଆ ଗସ୍ତରେ କେନ୍ଦୁଝର ଜିଲ୍ଲାକୁ ଆସିଛନ୍ତି ରାଜ୍ୟପାଳ ରଘୁବର ଦାସ । ମହିଳା ଚାଷୀଙ୍କ ଦ୍ବାରା ବିଲାତି, ବାଇଗଣ ଆଦି ପରିବା ଓ ଏସଏଚଜି ସଦସ୍ୟାଙ୍କ ବଡି ଓ ପ୍ୟାପର ମାଚେ ଷ୍ଟଲ ଦେଖି ଖୁସି ବ୍ୟକ୍ତ କରିଥିଲେ ରାଜ୍ୟପାଳ । ଅଧିକ ପଢନ୍ତୁ

କେନ୍ଦୁଝରକୁ ରାଜ୍ୟପାଳଙ୍କ ଗସ୍ତ, ମହିଳା ଚାଷୀ ଓ ଏସଏଚଜି ମହିଳାଙ୍କୁ ଦେଲେ ପରାମର୍ଶ

କେନ୍ଦୁଝର: ଆଜି ଦିନିକିଆ ଗସ୍ତରେ କେନ୍ଦୁଝର ଜିଲ୍ଲାକୁ ଆସିଛନ୍ତି ରାଜ୍ୟପାଳ ରଘୁବର ଦାସ । ଏହି ଦିନିକିଆ ଗସ୍ତ ସମୟରେ ସେ ଚାଷୀ, ସ୍ଵୟଂସହାୟକ ଗୋଷ୍ଠୀ, ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି । ଆଜି ସକାଳେ ସେ ଭୁବନେଶ୍ବରରୁ ହେଲିକପ୍ଟର ଯୋଗେ ରାଇସୁଆଁ ଏୟାରଷ୍ଟ୍ରିପ ପଡିଆରେ ଓହ୍ଲାଇ ଟିକରପଡ଼ା ଯାଇଥିଲେ । ଟିକରପଡ଼ାରେ ରାଜ୍ୟପାଳ ମହିଳା ଚାଷୀ ଓ ଚାଷୀ ଉତ୍ପାଦକ ସଂଘ ଦ୍ବାରା ଉତ୍ପାଦିତ ହୋଇଥିବା ଚାଷ କାର୍ଯ୍ୟ ଦେଖିଥିଲେ । ସେଠାରେ ମହିଳା ଚାଷୀଙ୍କ ଦ୍ବାରା ବିଲାତି, ବାଇଗଣ ଆଦି ପରିବା ଦେଖି ଖୁସି ବ୍ୟକ୍ତ କରିଥିଲେ ରାଜ୍ୟପାଳ ।

ଏହା ପରେ ଟିକରପଡ଼ାଠାରେ ଆୟୋଜିତ ଏକ ମହିଳା ଚାଷୀ ସମାବେଶରେ ଯୋଗ ଦେଇ କେନ୍ଦ୍ର ସରକାର ଚାଷୀଙ୍କ ଆୟବୃଦ୍ଧି ପାଇଁ କରୁଥିବା ବିଭିନ୍ନ ଯୋଜନା ବିଷୟରେ ଆଲୋଚନା କରିଥିଲେ । ଏହାସହ ରାସାୟନିକ ସାର ପ୍ରୟୋଗ ବନ୍ଦ କରି ଜୈବିକ କୃଷି ପଦ୍ଧତି ଅବଲମ୍ବନ କରିବାକୁ ପରାମର୍ଶ ଦେଇଥିଲେ ରାଜ୍ୟପାଳ । ଏହାପରେ ରାଜ୍ୟପାଳ ହଳଦିଆଟାଙ୍ଗୀରି ମଡେଲ ଅଙ୍ଗନୱାଡ଼ି ସେଣ୍ଟର ପରିଦର୍ଶନ କରିଥିବା ବେଳେ ସେଠାରେ ଅଙ୍ଗନୱାଡ଼ି କର୍ମୀ ଓ ଅଭିଭାବକଙ୍କ ସହ ପୋଷଣ ଯୋଜନା ନେଇ ଆଲୋଚନା କରିଥିଲେ । ପରେ ସେ ଟାଙ୍ଗରପଳସା ଯାଇ ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀ ସହ ଆଲୋଚନା କରିଥିଲେ ।

ଏହା ମଧ୍ୟ ପଢନ୍ତୁ... ରାଉରକେଲା ଗସ୍ତରେ ରାଜ୍ୟପାଳ, ଏସଏଚଜି ମହିଳା ଓ ଛାତ୍ରଛାତ୍ରୀଙ୍କୁ ଭେଟିଲେ

ଏହାପରେ ରାଜ୍ୟପାଳ ନରଣପୁରଠାରେ ସିଲେଇ ସେଣ୍ଟରରେ ମହିଳାଙ୍କ ସହ ଆଲୋଚନା କରିବା ସହ ସେଠାରେ ବଡି ଫେଡେରେସନ ସଦସ୍ୟାଙ୍କ ଦ୍ଵାରା ପ୍ରସ୍ତୁତ ବଡି ଷ୍ଟଲ ବୁଲି ଦେଖିଥିଲେ । ପରେ ଉକ୍ତ ହଲଠାରେ ଫେଡେରେସନ ମହିଳାଙ୍କ ସହ ଆଲୋଚନା କରିଥିଲେ ରାଜ୍ୟପାଳ । ନିଜ ଉତ୍ପାଦିତ ବଡି ହେଇକି ଅନ୍ୟାନ୍ୟ ଜିନିଷ ସଠିକ ସଞ୍ଚାଳନ କରିବା ସହ ବଜାର ନୀତି ଅନୁଯାୟୀ ବ୍ୟବସାୟ କରିବାକୁ ପରାମର୍ଶ ଦେଇଥିଲେ ରାଜ୍ୟପାଳ । ଏହା ସହ ମହିଳାଙ୍କୁ ଶିକ୍ଷିତ ହେବା ନେଇ ମତ ପ୍ରକାଶ କରିଥିଲେ । ଏସଏଚଜି ମହିଳାମାନେ ସେମାନଙ୍କ ଆୟରୁ କିଛି ଅଂଶ ନିଜ ପୁଅ ଓ ଝିଅଙ୍କ ଶିକ୍ଷା କ୍ଷେତ୍ରରେ ବିନିଯୋଗ କରିବାକୁ ପରାମର୍ଶ ଦେଇଥିଲେ । ରାଜ୍ୟରେ ଶିକ୍ଷା ହାର ଅଧିକ ହେଲେ ଓଡ଼ିଶାର ପ୍ରଗତି ସମ୍ଭବ ହେବ ବୋଲି ରାଜ୍ୟପାଳ ରଘୁବର ଦାସ ପ୍ରକାଶ କରିଥିଲେ ।

ସେଠାରୁ ସେ ବକ୍ସିବାରିଗାଁ ସ୍ଥିତ ଗ୍ରାମୀଣ ମେଡିକାଲ ପରିଦର୍ଶନ କରିବା ସହ ସେଠାରେ ସ୍ବାସ୍ଥ୍ୟକର୍ମୀଙ୍କ ସହ ଆଲୋଚନା କରିଥିଲେ । ଏହାପରେ ରାଜ୍ୟପାଳ ରଘୁବର ଦାସ କେନ୍ଦୁଝର ଜିଲ୍ଲାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କ ଦର୍ଶନ କରିବା ସହ ମନ୍ଦିର ପରିକ୍ରମା କରିଥିଲେ । ଏହାପରେ ରାଜ୍ୟପାଳ ରଘୁବର ଦାସ ଜିଲ୍ଲାର ଆରାଧ୍ୟା ଦେବୀ ଘଟଗାଁ ମା' ତାରିଣୀଙ୍କ ଦର୍ଶନ କରିଥିଲେ । ମା'ଙ୍କ ଦର୍ଶନ ପରେ ରାଜ୍ୟପାଳ ବାରିପଦା କାର ଯୋଗେ ଯାଇ ରାତ୍ରୀ ଯାପନ କରିଥିଲେ । ରାଜ୍ୟପାଳଙ୍କ ଗସ୍ତକୁ ନେଇ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

ଇଟିଭି ଭାରତ, କେନ୍ଦୁଝର

Last Updated : Feb 19, 2024, 8:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.