ETV Bharat / state

ଓଡ଼ିଶାରେ ସୁନା ଖଣି ସନ୍ଧାନ: ୯ ଜିଲ୍ଲାରେ ଗୋଲ୍ଡ ଗଚ୍ଛିତ ନେଇ ବିଧାନସଭାରେ ଖଣି ମନ୍ତ୍ରୀଙ୍କ ବୟାନ - Gold mine in Odisha - GOLD MINE IN ODISHA

Gold mine found in Odisha: ଓଡ଼ିଶାରେ ମିଳିଛି ସୁନା ଖଣିର ସନ୍ଧାନ । ଦେବଗଡ଼ ଓ କେନ୍ଦୁଝର ଜିଲ୍ଲା ସମେତ ଅନେକ ସ୍ଥାନରେ ସୁନା ଗଚ୍ଛିତ ରହିଛି । ଏନେଇ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ଖଣି ମନ୍ତ୍ରୀ ବିଭୂତି ଜେନା । ଅଧିକ ପଢନ୍ତୁ

ଓଡ଼ିଶାର ଏହିସବୁ ଜିଲ୍ଲାରୁ ମିଳିଲା ସୁନା ଖଣି ସନ୍ଧାନ, ସୂଚନା ଦେଲେ ଖଣି ମନ୍ତ୍ରୀ
ଓଡ଼ିଶାର ଏହିସବୁ ଜିଲ୍ଲାରୁ ମିଳିଲା ସୁନା ଖଣି ସନ୍ଧାନ, ସୂଚନା ଦେଲେ ଖଣି ମନ୍ତ୍ରୀ (ETV Bharat Odisha)
author img

By ETV Bharat Odisha Team

Published : Aug 22, 2024, 4:36 PM IST

Updated : Aug 22, 2024, 4:57 PM IST

ଭୁବନେଶ୍ବର: ଓଡ଼ିଶାରେ ରହିଛି ସୁନା ଖଣି । ଦେବଗଡ଼ ଓ କେନ୍ଦୁଝର ଜିଲ୍ଲାରେ ସୁନା ଖଣିର ଥିବାର ସନ୍ଧାନ ମିଳିଛି । ଦେବଗଡ଼ ଜିଲ୍ଲା ଆଡାସ-ରାମପାଲ୍ଲୀ ଅଞ୍ଚଳରେ ଏହି ସୁନା ଗଚ୍ଛିତ ଅଛି । କେନ୍ଦୁଝରର ଗୋପୁର-ଗାଜିପୁର ଅଞ୍ଚଳରେ ମଧ୍ୟ ସୁନା ଖଣି ସନ୍ଧାନ ମିଳିଥିବାର ପ୍ରତ୍ନତାତ୍ତ୍ବିକ ବିଭାଗ ପକ୍ଷରୁ କୁହାଯାଇଛି । ଆଜି (ଗୁରୁବାର) ବିଧାନସଭାରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି ଖଣି ମନ୍ତ୍ରୀ ବିଭୂତି ଜେନା ।

ଦେବଗଡ ଓ କେନ୍ଦୁଝରରେ ଅଛି ସୁନା ଖଣି:

ଖଣି ମନ୍ତ୍ରୀ କହିଛନ୍ତି,''ଦେବଗଡ଼ ଜିଲ୍ଲା ଆଡାସ-ରାମପାଲ୍ଲୀ ଅଞ୍ଚଳରେ ସୁନା ଖଣିର ସନ୍ଧାନ ମିଳିଛି । ସେହିପରି କେନ୍ଦୁଝର ଜିଲ୍ଲାର ଗୋପୁର-ଗାଜିପୁର ଅଞ୍ଚଳରେ ସୁନା ଗଚ୍ଛିତ ରହିଛି । ମାଙ୍କଡ଼ଚୁଆଁ, ସଲେଇକଣା ଓ ଡ଼ିମିରିମୁଣ୍ଡା ଅଞ୍ଚଳରେ ସୁନା ଖଣି ପାଇଁ ଚି଼ହ୍ନଟ ଚାଲିଛି । ମୟୂରଭଞ୍ଜ ଜିଲ୍ଲାର ଯଶିପୁର, ସୂରିଆଗୁଡା, ରୁଆଁସୀ, ଇଡେଲକୁଚା, ମାରେଡିହି ଓ ସୁଲେଇପାଟ ଏବଂ ବାଦାମପାହାଡ଼ ଅଞ୍ଚଳରେ ସୁନା ଖଣି ଅନ୍ବେଷଣ କରାଯାଉଛି ।''

ଏହାସହିତ ସୁନ୍ଦରଗଡ଼, ନବରଙ୍ଗପୁର, ଅନୁଗୋଳ, କୋରାପୁଟ, ମାଲକାନଗିରି, ସମ୍ବଲପୁର, ବୌଦ୍ଧ ଜିଲ୍ଲାର କେତେକ ସ୍ଥାନରେ ମଧ୍ୟ ସୁନା ଖଣି ଥିବା ସୂଚନା ମିଳିଛି । ଏବେ ଏହି ଖଣିଜ ବ୍ଲକକୁ ନିଲାମ ପାଇଁ ପ୍ରସ୍ତୁତ କରାଯାଉଛି ବୋଲି ଗୃହରେ ସୂଚନା ଦେଇଛନ୍ତି ଖଣି ମନ୍ତ୍ରୀ ବିଭୁତି ଜେନା ।

ଏହା ମଧ୍ୟ ପଢନ୍ତୁ: ବିଧାନସଭାରେ ମଦ ଝଡ଼: ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ବିରୋଧୀ, RDC ସ୍ତରୀୟ ତଦନ୍ତ ହେବ କହିଲେ ମନ୍ତ୍ରୀ - ODISHA ASSEMBLY SESSION

ପୂର୍ବରୁ କଣ କହିଥିଲେ ତତ୍କାଳୀନ ଖଣି ମନ୍ତ୍ରୀ ?

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତବର୍ଷ ଫେବୃଆରୀରେ ତତ୍କାଳୀନ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ଜେନା ମଧ୍ୟ ଦେବଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ସୁନା ଖଣି ଥିବା ବିଧାନସଭାରେ ସୂଚନା ଦେଇଥିଲେ । ଦେବଗଡ଼ ଆଡାସ ଅଞ୍ଚଳରେ ସୁନା ଖଣି ସାଙ୍ଗକୁ କପର, ରୂପା, ନିକେଲ ଆଦି ରହିଛି । ରାଜ୍ୟ ଖଣି ଓ ଭୂତତ୍ତ୍ବ ନିର୍ଦ୍ଦେଶାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଥିବା ମନ୍ତ୍ରୀ କହିଥିଲେ । ଆଜି ବର୍ତ୍ତମାନର ଖଣି ମନ୍ତ୍ରୀ ବିଭୂତି ଜେନା ଏହି ତିନି ଜିଲ୍ଲା ବ୍ୟତୀତ ରାଜ୍ୟର ଆହୁରି ଅନେକ ଜିଲ୍ଲାରେ ସୁନା ଖଣି ଥିବା ବିଧାନସଭାରେ ଜଣାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ମମତାଙ୍କୁ ରାଜ୍ୟସଭା ଟିକେଟ ଦେଲା ବିଜେପି: ବିଜେଡିର କହିଲା, ଶାସକ ଦଳ ଅନ୍ୟ ଦଳରୁ ନେତା ଆଣୁଛି - BJD targets BJP

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 22, 2024, 4:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.