ETV Bharat / state

ରାଜରାସ୍ତାରେ ଗୋଲ୍ଡ ମେଡାଲିଷ୍ଟ, ଚାକିରି ପାଇଁ ଆମରଣ ଅନଶନ - Athlete Hunger Strike

Archana Kanungo on hunger strike:ଭୁବନେଶ୍ୱର ପିଏମଜିରେ ଆମରଣ ଅନଶନରେ ଗୋଲ୍ଡ ମେଡାଲିଷ୍ଟ ଅର୍ଚ୍ଚନା କାନୁନଗୋ । ଅଧିକ ପଢନ୍ତୁ

ଚାକିରି ପାଇଁ ରାଜରାସ୍ତାରେ ଗୋଲ୍ଡ ମେଡାଲିଷ୍ଟ
ଚାକିରି ପାଇଁ ରାଜରାସ୍ତାରେ ଗୋଲ୍ଡ ମେଡାଲିଷ୍ଟ
author img

By ETV Bharat Odisha Team

Published : Feb 6, 2024, 3:30 PM IST

ଚାକିରି ପାଇଁ ରାଜରାସ୍ତାରେ ଗୋଲ୍ଡ ମେଡାଲିଷ୍ଟ

ଭୁବନେଶ୍ୱର: ରାଜରାସ୍ତାରେ ଗୋଲ୍ଡ ମେଡାଲିଷ୍ଟ । ଖେଳାଳିମାନଙ୍କୁ ଚାକିରି କ୍ଷେତ୍ରରେ 1% ସଂରକ୍ଷଣ ଦିଆଯାଉଛି ବୋଲି ଦର୍ଶାଉଛନ୍ତି ରାଜ୍ୟ ସରକାର । ହେଲେ ଚାକିରି ପାଇଁ ନିରାଶ ହୋଇ ଶେଷରେ ଭୁବନେଶ୍ୱର ସ୍ଥିତ ପିଏମଜିଠାରେ ଆଜିଠୁ( ମଙ୍ଗଳବାର) ଆମରଣ ଅନଶନରେ ବସିଛନ୍ତି ଗୋଲ୍ଡ ମେଡାଲିଷ୍ଟ ଅର୍ଚ୍ଚନା କାନୁନଗୋ । ଯେପର୍ଯ୍ୟନ୍ତ ଦାବି ପୂରଣ ନ ହୋଇଛି ସେପର୍ଯ୍ୟନ୍ତ ଏଭଳି ଧାରଣାରେ ବସି ରହିବେ ବୋଲି ଚେତାବନୀ ଦେଇଛନ୍ତି ।

ରାଜ୍ୟ ସରକାର କ୍ରୀଡ଼ା ଭିତ୍ତିଭୂମିର ଉନ୍ନତି କରୁଛନ୍ତି ବୋଲି ଦାବି କରୁଛନ୍ତି । ଖେଳାଳିମାନଙ୍କୁ ଗ୍ରୁପ-ଏ, ବି,ସି ଓ ଡି ବର୍ଗର ଚାକିରିରେ 1% ସଂରକ୍ଷଣ ଦିଆଯାଉଛି ବୋଲି ଦର୍ଶାଉଛନ୍ତି । ହେଲେ ମେଧାବୀ ଖେଳାଳିଙ୍କୁ ଚାକିରି ମିଳୁନଥିବା ଅଭିଯୋଗ ହୋଇଛି । ଏହାକୁ ପ୍ରତିବାଦ କରି ଆଜିଠୁ ରାଜରାସ୍ତାରେ ଧାରଣାରେ ବସିଛନ୍ତି ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଖେଳି ଦେଶ ପାଇଁ ଗୋଲ୍ଡ ମେଡାଲ ଆଣିଥିବା ଅର୍ଚ୍ଚନା କାନୁନଗୋ । ଚାକିରି ପାଇଁ ରାଜଧାନୀ ଭୁବନେଶ୍ୱର ସ୍ଥିତ ପିଏମଜିଠାରେ ଆମରଣ ଅନଶନରେ ବସିରହିଛନ୍ତି ଅର୍ଚ୍ଚନା କାନୁନଗୋ ।

ଏହାମଧ୍ୟ ପଢନ୍ତୁ.. ରାଉରକେଲା STPI ସମ୍ମୁଖରେ ସିକ୍ୟୁରିଟି କର୍ମଚାରୀଙ୍କ ଧାରଣା, ବିନା କାରଣରେ ଛଟେଇ ଅଭିଯୋଗ

ଅର୍ଚ୍ଚନା କାନୁନଗୋଙ୍କ ଅଭିଯୋଗ ଅନୁଯାୟୀ, "ପ୍ରଫେସର ପଦ ନ ପାଇ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ ମଧ୍ୟ ସେ ନିରାଶ ହୋଇଛନ୍ତି । ସବୁଠାରେ ବିଫଳ ହେବା ପରେ ଶେଷରେ ରାଜରାସ୍ତାରେ ଆମରଣ ଅନଶରେ ବସିଛନ୍ତି । ଜାତୀୟ ସ୍ତରରେ ଖେଳି ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଛନ୍ତି ହେଲେ ଚାକିରି କ୍ଷେତ୍ରରେ ତାଙ୍କ କଥା କେହି ଶୁଣୁନାହାନ୍ତି । କେବଳ ଖେଳ ନୁହେଁ ବରଂ ପାଠରେ ମଧ୍ୟ ସେ ୟୁଜିସି ଗାଇଡ ଲାଇନ ଅନୁସାରେ ଅଧିକ ମାର୍କ ରଖିଛନ୍ତି । ଏପରିକି ଟାଇକୋଣ୍ଡରେ ବ୍ଲାକ ବେଲ୍ଟ ପାଇଛନ୍ତି । ହେଲେ ପ୍ରଫେସର ପାଇଁ ସବୁ ପ୍ରକାରର ଯୋଗ୍ୟତା ଥାଇ ମଧ୍ୟ ତାଙ୍କୁ ଚାକିରି ମିଳିନଥିଲା । ଚାକିରି କ୍ଷେତ୍ରରେ ଏହାକୁ ଅଯୋଗ୍ୟ କୁହାଯାଉଛି । ବହୁତ ନିରାଶ ହେଲା ପରେ ସେ କୋର୍ଟର ଦ୍ବାରସ୍ଥ ହୋଇଥିଲେ । କୋର୍ଟ ମଧ୍ୟ ତାଙ୍କ ସପକ୍ଷରେ ରାୟ ଶୁଣାଇବା ସହ ବିଭାଗୀୟ ସଚିବଙ୍କୁ ଗୋଟିଏ ସପ୍ତାହରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ହେଲେ ଅଦାଲତ ନ୍ୟାୟ ଦେଲା ପରେ ମଧ୍ୟ ବିଭାଗ ଅଦାଲତର ଅବମାନନା କରୁଛନ୍ତି । ଯାହା ଫଳରେ ଚାକିରି ଆଶାରେ ଏବେ ମଧ୍ୟ ନ୍ୟାୟ ପାଇଁ ଲଢେଇ କରୁଛି ବୋଲି କହିଛନ୍ତି ଅର୍ଚ୍ଚନା କାନୁନଗୋ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.