ETV Bharat / state

ବନ୍ଧୁକ ମୁନରେ କୋଟିଏ ଟଙ୍କାର ଅଳଙ୍କାର ଲୁଟ୍; ଟେକିନେଲେ ସିସିଟିଭି ହାର୍ଡଡିସ୍କ - Loot in Ganjam

author img

By ETV Bharat Odisha Team

Published : Jul 14, 2024, 12:08 PM IST

Loot in Ganjam: ଫିଲ୍ମ ଷ୍ଟାଇଲରେ ବନ୍ଧୁକ ମୁନରେ ଲୁଟ । ଅଳଙ୍କାର ଦୋକାନରୁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ସୁନା ଗହଣା ଓ ନଗଦ ଲୁଟ ହୋଇଥିବା ଅଭିଯୋଗ । ଧରାପଡିବା ଭୟରେ ନେଇଗଲେ ସିସିଟିଭି ହାର୍ଡଡିସ୍କ । ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ

Loot in Ganjam
Loot in Ganjam (ETV Bharat Odisha)

ଗଞ୍ଜାମ: ଫିଲ୍ମ ଷ୍ଟାଇଲରେ ଚୋରି । ସୁନା ଦୋକାନ ମାଲିକ ମୁଣ୍ଡରେ ବନ୍ଧୁକ ଲଗାଇ ଦୋକାନରୁ ସମସ୍ତ ସୁନା ଓ ରୂପା ଅଳଙ୍କାର ଲୁଟି ନେଇ ଚମ୍ପଟ ମାରିଲେ ଦୁର୍ବୃତ୍ତ । ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାର ଧରାକୋଟ ଥାନା ସୁନାମୋହି ଗ୍ରାମରେ । ଉକ୍ତ ଅଞ୍ଚଳର ଶ୍ରୀରୁଦ୍ର ସାଇ ଜୁଏଲର୍ସ ସୁନା ଦୋକାନରୁ ଦୁବୃର୍ତ୍ତ ପ୍ରାୟ ଏକ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସୁନା ଓ ରୂପ ଗହଣା ଲୁଟି ନେଇଥିବା ଅଭିଯୋଗ ହୋଇଛି ।

Loot in Ganjam (ETV Bharat Odisha)

ସୁନା ଦୋକାନ ମାଲିକଙ୍କ କହିବା ଅନୁଯାୟୀ ଅନୁଯାୟୀ, ଶନିବାର ରାତିରେ ୩ ଜଣ ଲୋକ ମୋଟର ସାଇକେଲରେ ଆସି ସୁନା ଦୋକାନରେ ଗହଣା କିଣିବା ପାଇଁ କହି ପଶିଥିଲେ । ସେହି ସମୟରେ ଦୋକାନ ବନ୍ଦ କରି ବ୍ୟବସାୟୀ ଜଣଙ୍କ ହିସାବ କିତାବ କରୁଥିଲେ । ତିନି ଲୁଟେରାଙ୍କ ମଧ୍ୟରୁ ଜଣେ ପରିଚିତ ଥିବାରୁ ସେ ଅଳଙ୍କାର ସବୁ ଦେଖାଇଥିଲେ । ସୁନା କିଣିବାକୁ କହି ହଠାତ ବନ୍ଧୁକ ବାହାର କରି ମାରିଦେବାର ଧମକ ଦେଇ ତାଙ୍କ ହାତଗୋଡ ବାନ୍ଧି ଦେବା ସହ ମୁହଁରେ ପଟି ଲଗାଇ ଦେଇଥିଲେ । ଏହାପରେ ଦୋକାନରେ ଥିବା ଟଙ୍କା ପଇସା, ସୁନାରୂପା ଗହଣା ନେଇ ଚମ୍ପଟ ମାରିଥିଲେ ୩ ଦୁର୍ବୃତ୍ତ ।

ଏହାମଧ୍ୟ ପଢନ୍ତୁ... ଘଷିପୁରାରେ ଫିଲ୍ମ ଷ୍ଟାଇଲରେ ଲୁଟ, ବନ୍ଧୁକ ମୁନରେ ନେଇଗଲେ ସୁନାଗହଣା - Loot In Kendujhar

ଦୋକାନ ମାଲିକଙ୍କ କହିବାନୁଯାୟୀ, ପାଖାପାଖି ତିନି କିଲୋ ସୁନା ଅଳଙ୍କାର, ୮ କିଲୋ ରୂପା ଅଳଙ୍କାର ସମେତ ଦୋକାନରେ ଥିବା ପ୍ରାୟ ନଗଦ ଦୁଇ ଲକ୍ଷ ଟଙ୍କା ଦୃର୍ବୁତ୍ତମାନେ ଲୁଟି ନେଇଥିଲେ । ଆଉମଧ୍ୟ ସେ ହାତରେ ପିନ୍ଧିଥିବା ଚାରୋଟି ମୁଦି ଏବଂ ପକେଟରେ ଥିବା ନଗଦ ଟଙ୍କା ନେଇଯାଇଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଧରାପଡିବା ଭୟରେ ସିସିଟିଭିର ହାର୍ଡଡିସ୍କ ମଧ୍ୟ ଲୁଟେରାମାନେ ସାଙ୍ଗରେ ନେଇ ପଳାଇଛନ୍ତି ।

ଏନେଇ ବ୍ୟବସାୟୀ ଜଣକ ପୋଲିସକୁ ଖବର ଦେଇଥିବା ବେଳେ ଧରାକୋଟ ଓ ଶେରଗଡ଼ ପୋଲିସ ସହ ଆସିକା ଏସ୍.ଡି.ପି.ଓ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି । ଗତ କିଛି ମାସର ବ୍ୟବଧାନରେ ପୁଣି ଗଞ୍ଜାମ ଜିଲ୍ଲାରେ ବଡ ଧରଣର ଚୋରି ଘଟଣା ସାମ୍ନାକୁ ଆସିଛି । ଜିଲ୍ଲାରେ ହତ୍ୟା, ରାହାଜାନୀ, ଲୁଟ୍,ଚୋରି, ଗଣଦୁଷ୍କର୍ମ ଭଳି ଅପରାଧ ବଢି ଚାଲିଥିବା ବେଳେ ପୋଲିସ ପାଇଁ ଏହା ମୁଣ୍ଡବ୍ୟଥାର କାରଣ ପାଲଟିଛି ।

ଇଟିଭି ଭାରତ, ଗଞ୍ଜାମ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.