ETV Bharat / state

ମା' ସମଲେଇଙ୍କ ହୁଣ୍ଡିରେ ପୁଣି ପ୍ରେମ ଚିଠି, ପ୍ରେମ ବିବାହ ପାଇଁ ଯୁବତୀଙ୍କ ନିବେଦନ

author img

By ETV Bharat Odisha Team

Published : Jan 23, 2024, 7:23 PM IST

Updated : Jan 23, 2024, 8:34 PM IST

Love letter found from Hundi: ପ୍ରେମ ବିବାହ ପାଇଁ ମା' ସମଲେଶ୍ବରୀଙ୍କୁ ଚିଠି ଲେଖିଲେ ଯୁବତୀ । ହୁଣ୍ଡି ଖୋଲିଲା ବେଳେ ମିଳିଲା ପତ୍ର । ଅଧିକ ପଢନ୍ତୁ

Love letter found from Hundi
Love letter found from Hundi
ମା' ସମଲେଇଙ୍କ ହୁଣ୍ଡିରେ ପୁଣି ପ୍ରେମ ଚିଠି, ପ୍ରେମ ବିବାହ ପାଇଁ ଯୁବତୀଙ୍କ ନିବେଦନ

ସମ୍ବଲପୁର: ପୁଣି ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ବରୀଙ୍କ ହୁଣ୍ଡିରୁ ବାହାରିଲା ପ୍ରେମ ପତ୍ର । ପ୍ରେମିକଙ୍କ ସହ ବିବାହ କରାଇଦେବା ଲାଗି ଆସ୍ଥା ଓ ବିଶ୍ବାସର ସହ ମା'ଙ୍କୁ ନିବେଦନ କରିଛନ୍ତି ଜଣେ ଯୁବତୀ । ଦାନବାକ୍ସ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଖୋଲାଯିବା ପରେ ଏହି ଚିଠି ମିଳିଛି । ନିଜର ମନ ପସନ୍ଦ ଯୁବକ ସହ ବିବାହ କରେଇ ଦେବାକୁ ମା' ସମଲେଶ୍ବରୀଙ୍କୁ ଯୁବତୀ ଜଣକ ନିବେଦନ କରିଛନ୍ତି ।

ପ୍ରତ୍ୟେକ 2 ମାସରେ ଥରେ ମା' ସମଲେଶ୍ବରୀଙ୍କ ଦାନ ହୁଣ୍ଡିକୁ ଖୋଲାଯାଇଥାଏ । ତେବେ ଗତକାଲି ମନ୍ଦିରର ହୁଣ୍ଡି ଖୋଲା ଯାଇଥିଲା । ହୁଣ୍ଡିରୁ ଟଙ୍କା, ଗହଣା ସହ ବାହାରିଛି ଏକ ପତ୍ର । ଯାହା ମା'ଙ୍କ ଉଦ୍ଦେଶ୍ୟରେ ଲେଖାଯାଇଛି । ଏଥିରେ ଭକ୍ତ ଜଣକ ନିଜର ମନ ପସନ୍ଦ ଯୁବକ ସହ ବିବାହ କରେଇ ଦେବାକୁ ମା' ସମଲେଶ୍ବରୀଙ୍କୁ ନିବେଦନ କରିଥିବା ଜଣାପଡିଛି । ତେବେ ଏନେଇ ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ଚିଠି ମିଳିଥିବା ସ୍ପଷ୍ଟ କରିଥିଲେ ମଧ୍ୟ ଭକ୍ତଙ୍କ କୌଣସି ଠିକଣା ଦେଇନାହାଁନ୍ତି । ପୂର୍ବରୁ ମଧ୍ୟ ଏମିତି ଅନେକ ଚିଠି ମିଳିଛି ଓ ଏହାକୁ ଗୁପ୍ତ ରଖାଯାଇଥାଏ ବୋଲି ସମଲେଶ୍ବରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁ କହିଛନ୍ତି ।

ଏହା ବି ପଢନ୍ତୁ- ପ୍ରେମ ବିବାହ ପାଇଁ ସମଲେଶ୍ୱରୀଙ୍କୁ ଚିଠି ଲେଖିଲେ ଯୁବତୀ

ଏହା ମା'ଙ୍କ ପ୍ରତି ଭକ୍ତଙ୍କ ଶ୍ରଦ୍ଧା ଓ ବିଶ୍ବାସର ବିଷୟ ତେଣୁ ଏହାକୁ ଗୁପ୍ତ ରଖାଯାଇଥାଏ ବୋଲି ଟ୍ରଷ୍ଟ ବୋର୍ଡ ସଭାପତି କହିଛନ୍ତି । ସୂଚନା ଥାଉ କି ସମ୍ବଲପୁରର ଅଧିଷ୍ଠାତ୍ରୀ ମା' ସମଲେଶ୍ଵରୀଙ୍କ ମନ୍ଦିରରେ ମା'ଙ୍କ ଦାନ ହୁଣ୍ଡିକୁ ଗତକାଲି ଖୋଲାଯାଇବା ବେଳେ ଟ୍ରଷ୍ଟ ବୋର୍ଡ ର ସଭାପତି ଓ ସବୁ ପଦାଧିକାରୀ ମାନେ ଉପସ୍ଥିତ ଥିଲେ । ଦାନହୁଣ୍ଡିରେ 5ଲକ୍ଷ 68ହଜାର 115 ଟଙ୍କା ବାହାରିଥିବା ନେଇ ସୂଚନା ଦିଆଯାଇଛି । ଏହି ଦାନହୁଣ୍ଡିରେ ମିଳିଥିବା ଦାନ ଟଙ୍କା ଗଣତି 8 ଘଣ୍ଟା ଧରି କରାଯାଇଥିଲା । ତେବେ ଆଗାମୀ 27 ତାରିଖରେ ମା' ସମଲେଶ୍ଵରୀ ମନ୍ଦିରର ସମଲେଇ ଯୋଜନା ପ୍ରକଳ୍ପ ଲୋକାର୍ପଣ ହେବାକୁ ଥିବାରୁ ଏହା ପୂର୍ବରୁ ଏହି ଦାନହୁଣ୍ଡି ଖୋଲାଯାଇଛି । ୨୦୨୨ ସେପ୍ଟେମ୍ବର ମାସରେ ମଧ୍ୟ ମନ୍ଦିରରୁ ଏଭଳି ଏକ ଚିଠି ମିଳିଥିଲା । ଏଥିରେ ମଧ୍ୟ ଯୁବତୀ ଜଣକ ପ୍ରେମ ବିବାହ ଲାଗି ମା'ଙ୍କୁ ଚିଠି ମାଧ୍ୟମରେ ନିଜ ହୃଦୟର କଥା କହିଥିଲେ ।

ଇଟିଭି ଭାରତ, ସମ୍ବଲପୁର

Last Updated : Jan 23, 2024, 8:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.