ETV Bharat / state

ବହୁଚର୍ଚ୍ଚିତ ବିତ୍ତିହୋତ୍ର ମହାନ୍ତିଙ୍କ ପରଲୋକ; ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ଵର ଏମ୍ସରେ ମୃତ୍ୟୁ - Bitihotra Mohanty Dies

author img

By ETV Bharat Odisha Team

Published : Aug 12, 2024, 3:42 PM IST

Updated : Aug 13, 2024, 11:46 AM IST

Bitihotra Mohanty Death: ବହୁଚର୍ଚ୍ଚିତ ବିତ୍ତିହୋତ୍ର ମହାନ୍ତିଙ୍କ ପରଲୋକ । ଦୀର୍ଘ ଦିନ ଧରି ସେ କ୍ୟାନ୍ସର ରୋଗରେ ପୀଡ଼ିତ ଥିଲେ । ତେବେ ଜାଣନ୍ତୁ କିଏ ସେ ଓ କାହିଁକି ସେ ଚର୍ଚ୍ଚାରେ ଥିଲେ । ଅଧିକ ପଢନ୍ତୁ

Bitihotra Mohanty Death
Bitihotra Mohanty Death (ETV Bharat Odisha)

ଭୁବନେଶ୍ବର: ବହୁଚର୍ଚ୍ଚିତ ବିତ୍ତିହୋତ୍ର ମହାନ୍ତିଙ୍କ ପରଲୋକ । ପୂର୍ବତନ ଜେଲ୍ ବିଭାଗ ଡିଜି ବିଦ୍ୟାଭୂଷଣ ମହାନ୍ତିଙ୍କ ବିବାଦିତ ପୁଅ ହେଉଛନ୍ତି ବିତ୍ତିହୋତ୍ର । ଗତକାଲି ଭୁବନେଶ୍ଵର ଏମ୍ସରେ ତାଙ୍କର ମୃତ୍ୟୁ ଘଟିଛି । ସେ ଦୀର୍ଘ ଦିନ ଧରି ପାକସ୍ଥଳୀ କର୍କଟ ରୋଗରେ ପୀଡିତ ଥିଲେ ଏବଂ ଏମ୍ସରେ ଚିକିତ୍ସିତ ହେଉଥିଲେ । ନିଜର ସହପାଠୀ ଜର୍ମାନ ଯୁବତୀଙ୍କୁ ଦୁଷ୍କର୍ମ କରି ଚର୍ଚ୍ଚାକୁ ଆସିଥିଲେ ବିତ୍ତିହୋତ୍ର ।

ଦୀର୍ଘ ଦିନ ଧରି କ୍ୟାନ୍ସରରେ ପୀଡ଼ିତ ଥିଲେ:-

କ୍ୟାନ୍ସରରେ ଆକ୍ରାନ୍ତ ହୋଇ ଭୁବନେଶ୍ବର ଏମ୍ସରେ ଚିକିତ୍ସାଧୀନ ଥିଲେ ବିତ୍ତିହୋତ୍ର । ତାଙ୍କର ପାକସ୍ଥଳୀ କ୍ୟାନ୍ସର ହୋଇଥିଲା । ମେଡ଼ିକାଲ ଅଙ୍କୋଲୋଜି ବିଭାଗରେ ଚିକିତ୍ସିତ ହେଉଥିଲେ । ଦେଢ଼ ବର୍ଷ ପୂର୍ବରୁ ତାଙ୍କ ଶରୀରରେ ପାକସ୍ଥଳୀ କ୍ୟାନ୍ସର ଚିହ୍ନଟ ହୋଇଥିଲା । ପୂର୍ବରୁ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ କରାଯାଉଥିଲା ବୋଲି ଭୁବନେଶ୍ଵର ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି ।

ବିତ୍ତିହୋତ୍ର ମହାନ୍ତି
ବିତ୍ତିହୋତ୍ର ମହାନ୍ତି (File Photo)

କାହିଁକି ଚର୍ଚ୍ଚାରେ ଥିଲେ ବିତ୍ତିହୋତ୍ର ?

୨୦୦୬ ମସିହାରେ ରାଜସ୍ଥାନର ଅଲୱାରରେ ଜଣେ ଜର୍ମାନ ପର୍ଯ୍ୟଟକଙ୍କୁ ଦୁଷ୍କର୍ମ ମାମଲାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ଗିରଫର ୧୫ ଦିନ ମଧ୍ୟରେ ତାଙ୍କୁ ଏକ ଫାଷ୍ଟ ଟ୍ରାଏଲ କୋର୍ଟ ୧୨ ଏପ୍ରିଲ ୨୦୦୬ରେ ଦୋଷୀ ସାବ୍ୟସ୍ତ କରିଥିଲେ । ପରବର୍ତ୍ତୀ ସମୟରେ ସେ ପାରୋଲରେ ଆସି ଫେରାର ହୋଇଯାଇଥିଲେ । ପରେ ୨୦୧୩ ମସିହାରେ କେରଳ ପୋଲିସ ତାଙ୍କୁ ଗିରଫ କରିଥିଲା । ଥିରୁଅନନ୍ତପୁରମରେ ବ୍ୟାଙ୍କ ଚାକିରି ପାଇବା ପାଇଁ ଜାଲ୍ ଡକ୍ୟୁମେଣ୍ଟ ଦାଖଲ କରିବା ନେଇ କିଛି ବ୍ୟାଙ୍କ ଅଧିକାରୀ ପୋଲିସକୁ ସତର୍କ କରାଇବା ପରେ ତାଙ୍କୁ ଗିରଫ କରାଯାଇଥିଲା ।

ଏହା ବି ପଢନ୍ତୁ- ଜର୍ମାନ ଯୁବତୀ ଦୁଷ୍କର୍ମ ମାମଲା: ବୀତିହୋତ୍ରଙ୍କୁ ଆତ୍ମସମର୍ପଣ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ତେବେ ବିତ୍ତିହୋତ୍ରଙ୍କୁ ୭ ବର୍ଷ ଜେଲ୍ ସହ ୧୦ ହଜାର ଟଙ୍କା ଜରିମାନା କରିଥିଲେ କୋର୍ଟ । ଜେଲ୍‌ରେ ଥିବା ବେଳେ ମା’ଙ୍କ ଦେହ ଖରାପ କାରଣ ଦର୍ଶାଇ ପାରୋଲରେ ଆସିଥିଲେ ବିତ୍ତିହୋତ୍ର । ଏହାପରେ ସେ ଆଉ ଜେଲ୍‌କୁ ଫେରି ନ ଥିବା ବେଳେ ଫେରାର ହୋଇଯାଇଥିଲେ । ପରେ ପୁଣି ୨୦୧୪ ଅକ୍ଟୋବର ୧୬ରେ ସେ ଗିରଫ ହୋଇଥିଲେ । କ୍ୟାନ୍ସରରେ ଗତ କିଛି ଦିନ ଧରି ସେ ପୀଡିତ ଥିଲେ । ଆଜି ସକାଳୁ ତାଙ୍କର ମୃତ୍ୟୁ ଘଟିଛି । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତାଙ୍କର ମୃତଦେହ ଏମ୍ସ ଭୁବନେଶ୍ବରରେ ବ୍ୟବଚ୍ଛେଦ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 13, 2024, 11:46 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.