ETV Bharat / state

48 ଘଣ୍ଟା ପରେ ମତଦାନ, କୋରାପୁଟରେ ଲାଗିଲା 144 ଧାରା - Section 144 Imposed

author img

By ETV Bharat Odisha Team

Published : May 11, 2024, 10:08 PM IST

KORAPUT PARLIAMENTARY CONSTITUENCY: ନିର୍ବାଚନ ପାଇଁ କୋରାପୁଟ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ । ଜିଲ୍ଲାରେ ଲାଗିଲା 144 ଧାରା ଏବଂ ବନ୍ଦ ହେଲା ମଦ ଦୋକାନ । ଆସନ୍ତା 13 ତାରିଖରେ ହେବ ମତଦାନ । ଅଧିକ ପଢନ୍ତୁ

48 ଘଣ୍ଟା ପରେ ହେବ ମତଦାନ ,କୋରାପୁଟରେ ଲାଗିଲା 144 ଧାରା
48 ଘଣ୍ଟା ପରେ ହେବ ମତଦାନ ,କୋରାପୁଟରେ ଲାଗିଲା 144 ଧାରା (ETV Bharat Odisha)

କୋରାପୁଟ: ଆଜି କିଛି ଘଣ୍ଟାପରେ କୋରାପୁଟରେ ହେବ ମତଦାନ,ଏଥିପଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଜିଲ୍ଲା ପ୍ରଶାସନ । ଆସନ୍ତା ସୋମବାର ଦିନ କୋରାପୁଟ ଜିଲ୍ଲାରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେଉଥିବା ଯୋଗୁଁ ଆଜି ସନ୍ଧ୍ୟା ବେଳ ଠାରୁ 48 ଘଣ୍ଟା ପର୍ଯ୍ୟନ୍ତ ଜିଲ୍ଲାରେ 144 ଧାରା ଲାଗୁହେବା ସହ ସମସ୍ତ ମଦ ଦୋକାନକୁ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଆଜି ଅପରାହ୍ନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ଭି.କୀର୍ତ୍ତି ଭାସନ ସୂଚନା ଦେଇଛନ୍ତି ।

ଜିଲ୍ଲାରେ 144 ଧାରା ଲାଗୁ ହୋଇଥିବା ଯୋଗୁଁ ଲୋକେ ଦଳ ଦଳ ହୋଇ ଏକାଠି ଠିଆ ହେବା କିମ୍ବା ରାଜନୈତିକ ନେତାମାନେ ମାଇକ ଲଗାଇ ନିର୍ବାଚନ ପ୍ରଚାର କରିବାକୁ ବାରଣ କରାଯାଇଛି । ନିର୍ବାଚନ ପ୍ରଚାର ପାଇଁ ରାଜନୈତିକ ନେତାଙ୍କୁ ଯେଉଁ ଅନୁମତି ସବୁ ଦିଆଯାଇଥିଲା ସେ ସବୁକୁ ଆଜି ଠାରୁ ବାତିଲ କରାଯାଇଥିବା ଜିଲ୍ଳାପାଳ ସୂଚନା ଦେଇଛନ୍ତି । ସ୍ଥାନୀୟ ପ୍ରାର୍ଥୀଙ୍କ ପାଇଁ ଅଞ୍ଚଳ ବାହାରୁ ଆସି ନିର୍ବାଚନ ପ୍ରଚାର କରୁଥିବା ବ୍ୟକ୍ତି ତୁରନ୍ତ ସେହି ନିର୍ବାଚନ ମଣ୍ଡଳୀରୁ ଚାଲିଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ବିଗତ ଦିନରେ ଜିଲ୍ଲାରେ ମାଓ ପ୍ରଭାବିତ ଅଞ୍ଚଳ ଭାବେ ପରିଚିତ ଥିବା ଓ ଗତ ଦିନରେ କୌଣସି ଗଣ୍ଡଗୋଳ ହୋଇଥିବା 145ଟି ପୋଲିଙ୍ଗ ବୁଥକୁ କ୍ରିଟିକାଲ ପୋଲିଙ୍ଗ ବୁଥ ଭାବେ ଚିହ୍ନଟ କରାଯାଇଛି । କୋଟିଆ ପଞ୍ଚାୟତରେ ଭୋଟରଙ୍କ ସୁବିଧା ପାଇଁ 9ଟି ପୋଲିଙ୍ଗ ବୁଥ୍ ପ୍ରସ୍ତୁତ କରାଯାଇଥିବା ବେଳେ ଏହି ନିର୍ବାଚନ ଉପରେ ସୀମା ବିବାଦର କୌଣସି ପ୍ରଭାବ ଅନୁଭୁବ ନ ହେବା ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଥିବା ଜିଲ୍ଳାପାଳ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ .....କିଏ ଦଖଲ କରିବ ବ୍ରହ୍ମପୁର, ମୋଦିଙ୍କ ଅବକି ବାର ୪୦୦ ପାର୍ ନା 5ଟି ନବୀନ ଗ୍ୟାରେଣ୍ଟି - BERHAMPUR LOK SABHA CONSTITUENCY

ଆସନ୍ତା 48 ଘଣ୍ଟା ମଧ୍ୟରେ ପ୍ରାର୍ଥୀ କିମ୍ବା ତାଙ୍କ ସମର୍ଥକଙ୍କ ଦ୍ଵାରା ଅର୍ଥ ବାଣ୍ଟିବା କିମ୍ବା ଅନୈତିକ ଭାବେ ଭୋଟରଙ୍କୁ ପ୍ରଭାବିତ କରିବା ଭଳି ଘଟଣା ବିଷୟରେ ସୂଚନା ପାଇଲେ ଲୋକେ ଇ-ଭିଜିଲ ଆପ୍ ମାଧ୍ୟମରେ ହେଉ ବା 1950କୁ ଫୋନ କଲ କରି ଜଣାଇଲେ 100 ମିନଟ ମଧ୍ୟରେ ସେହି ସ୍ଥାନକୁ ଟାସ୍କ ଫୋର୍ସ ପହଞ୍ଚି ଉଚିତ ପଦକ୍ଷେପ ନେବ ବୋଲି ଜିଲ୍ଲାପାଳ କହିଛନ୍ତି । ନିର୍ବାଚନରେ ବହୁ ସଂଖ୍ୟାରେ ମତଦାନ କରି କୋରାପୁଟକୁ ରାଜ୍ୟରେ ଏକ ନମ୍ବର ଜିଲ୍ଲା କରିବା ପାଇଁ ସେ କୋରାପୁଟ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.