ETV Bharat / state

ଅର୍ଡରର 48 ଘଣ୍ଟା ମଧ୍ୟରେ ପହଞ୍ଚିବ ଗ୍ୟାସ ସିଲିଣ୍ଡର; ନହେଲେ କାର୍ଯ୍ୟାନୁଷ୍ଠାନ - GAS CYLINDER TO REACH WITHIN 48 HR

author img

By ETV Bharat Odisha Team

Published : Jul 16, 2024, 10:12 PM IST

Gas Cylinder to Reach within 48 Hours: ପେଟ୍ରୋଲ, ଡିଜେଲ ଓ ଏଲ୍‌ପିଜି ଡିଲର୍‌ ସଂଘଙ୍କ ସହ ଗୁରୁତ୍ବପୂର୍ଣ୍ଣ ଆଲୋଚନା କଲେ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ପେଟ୍ରୋଲ, ଡିଜେଲ ମାନରେ କୌଣସି ସାଲିସ କରାଯିବନାହିଁ । ଧାର୍ଯ୍ୟ ସମୟରେ ଖାଉଟିଙ୍କ ପାଖରେ ପହଞ୍ଚିବ ଗ୍ୟାସ । ଅଧିକ ପଢ଼ନ୍ତୁ

Gas Cylinder to Reach within 48 Hours
Gas Cylinder to Reach within 48 Hours (ETV Bharat Odisha)

ଭୁବନେଶ୍ବର: ଏଣିକି ଅର୍ଡର କରିବାର 48 ଘଣ୍ଟା ମଧ୍ୟରେ ଖାଉଟିଙ୍କ ପାଖରେ ପହଞ୍ଚିବ ରନ୍ଧନ ଗ୍ୟାସ ସିଲିଣ୍ଡର । ଧାର୍ଯ୍ୟ ସମୟ ସୀମାରେ ଖାଉଟିଙ୍କ ପାଖରେ ଗ୍ୟାସ ନପହଞ୍ଚିଲେ ବିତରଣକାରୀ ସଂସ୍ଥା ବା ଡିଲରଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ । ସେହିପରି ପେଟ୍ରୋଲ, ଡିଜେଲ ମାନରେ କୌଣସି ସାଲିସ କରାଯିବନାହିଁ । ପେଟ୍ରୋଲ, ଡିଜେଲ ଓ ଏଲ୍‌ପିଜି ଡିଲର୍‌ ସଂଘଙ୍କ ସହ ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, "ଆଜି ଆମେ ପେଟ୍ରୋଲ, ଡିଜେଲ ଓ ଏଲ୍‌ପିଜି ବିତରକ ସଂଘର କର୍ମକର୍ତ୍ତା ଓ ଯୋଗାଣ ସଂସ୍ଥାର ଅଧିକାରୀଙ୍କ ସହିତ ବୈଠକ କରିଛୁ । ପେଟ୍ରୋଲ, ଡିଜେଲ ଓ ଏଲ୍‌ପିଜି ଉପଭୋକ୍ତାଙ୍କୁ ଉତ୍ତମ ସେବା ଯୋଗାଇବା ଲକ୍ଷ୍ୟ ରଖି ବୈଠକ ହୋଇଛି । ଅର୍ଡର କରିବାର 48 ଘଣ୍ଟା ମଧ୍ୟରେ ଯୋଗାଣ ଲାଗି ପ୍ରାବଧାନ ରହିଛି । 48 ଘଣ୍ଟା ମଧ୍ୟରେ ଗ୍ୟାସ ସିଲିଣ୍ଡର ଗ୍ରାହକଙ୍କ ପାଖରେ ନପହଞ୍ଚିଲେ କାର୍ଯ୍ୟାନୁଷ୍ଠାନ ହେବ । ପେଟ୍ରୋଲ ଓ ଡିଜେଲର ଓଜନ, ଗୁଣବତ୍ତାରେ କୌଣସି ପ୍ରକାର ଅବହେଳା ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ନିୟମିତ ଭାବେ ପେଟ୍ରୋଲ ଟାଙ୍କିରେ ଯାଞ୍ଚ କରାଯିବ । ଯଦି କେହି ଅପମିଶ୍ରଣ କରୁଥିବା ଜଣାପଡ଼ିବ, ତାହେଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ।" ଖାଉଟିଙ୍କୁ ଉତ୍ତମ ସେବା ପ୍ରଦାନକୁ ପ୍ରାଥମିକତା ଦେଇ ଏସବୁ ନିଷ୍ପତ୍ତି ନିଆଯାଇଥିବା ମନ୍ତ୍ରୀ କହିଛନ୍ତି ।

ସେହିପରି ପେଟ୍ରୋଲ, ଡିଜେଲ ଓ ଏଲ୍‌ପିଜି ଡିଲର ସଂଘର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ କହିଛନ୍ତି, "ଯୋଗାଣ ମନ୍ତ୍ରୀଙ୍କ ସହ ଆମେ ଖୋଲା ମନରେ କଥା ହେଇଛୁ । ଲୋକଙ୍କ ସରକାରରେ ଲୋକଙ୍କର ଯେମିତି କୌଣସି ଅସୁବିଧା ନହେବ । ସାଧାରଣ ଖାଉଟିଙ୍କୁ ଯାହା ଯାହା ସୁବିଧା ମିଳିବାର ପ୍ରତିଶ୍ରୁତି ରହିଛି, ତାହା ମିଳିବା ଦରକାର । ଏ ଦିଗରେ ଆଜିର ଆଲୋଚନା ହୋଇଛି । ଓଡ଼ିଶାରେ ବର୍ତ୍ତମାନ ପ୍ରାୟ 2 ହଜାର ପେଟ୍ରୋଲ ପମ୍ପ ହୋଇଗଲାଣି । ଆଗାମୀ ଦିନରେ ବିଭାଗ ପକ୍ଷରୁ ଜୋରଦାର ଚେକିଂ ହେବ । ଯେଉଁମାନେ ଭୁଲ କରିବେ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ସଂଘ ଏହାକୁ ସ୍ବାଗତ କରୁଛି ।"

ଏହା ମଧ୍ୟ ପଢ଼ନ୍ତୁ...ଦୂର ହେବ ପଡୋଶୀ ରାଜ୍ୟ ସହ ଜଳ ବିବାଦ ! ଅଣ୍ଟା ଭିଡ଼ିଲେଣି ନୂଆ ସରକାର, ଏଭଳି କହିଲା ବିଜେଡି - Mahanadi Water Dispute

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.