ETV Bharat / state

ଅସଲି ବିଦେଶୀ ବ୍ରାଣ୍ଡରେ ନକଲି ମଦ, ଗଞ୍ଜାମରୁ ଆନ୍ଧ୍ର ଯାଏଁ ଲମ୍ବିଛି ଚେର - Ganjam Duplicate Foreign Liquor

author img

By ETV Bharat Odisha Team

Published : Sep 11, 2024, 11:30 AM IST

Ganjam Duplicate Liquor : ଚିକିଟି ମଦମୃତ୍ୟୁ ଭୟ ମନରୁ ନଯାଉଣୁ, ଗଞ୍ଜାମ ଜିଲ୍ଲାରେ ପୁଣି ନକଲି ମଦ କାରବାର ରାକେଟ ସକ୍ରିୟ । ନାମୀ ବ୍ରାଣ୍ଡ ନାଁରେ ନକଲି ମଦ କାରବାର, ଆନ୍ଧ୍ର ଯାଏଁ ଲମ୍ବିଛି ଚେର ।

Duplicate Liquor In Ganjam
Duplicate Liquor In Ganjam (ETV Bharat Odisha)

ବ୍ରହ୍ମପୁର: ଚିନ୍ତା ବଢାଇଥିଲା ଗଞ୍ଜାମ ଜିଲ୍ଲାର ଚିକିଟି ମଦମୃତ୍ୟୁ ଘଟଣା । ଆଉ ଏହାରି ଭିତରେ ଆସିଛି ଏକ ବଡ଼ ଖବର । ଗଞ୍ଜାମର ଚିକିଟି ଅଞ୍ଚଳରେ ବିଷାକ୍ତ ଅପମିଶ୍ରିତ ମଦ୍ୟପାନ କରି 5 ଜଣଙ୍କ ଜୀବନ ଚାଲିଯିବା ଏବଂ ଅନେକ ଗୁରୁତର ହୋଇଥିଲେ । ଏହି ଘଟଣାକୁ ନେଇ ବେଶ ସତର୍କ ରହିଛି ପ୍ରଶାସନ । ଗୋଷାଣୀନୂଆଗାଁ ପୋଲିସ ପକ୍ଷରୁ ଛାନଭିନ ହୋଇଛି । ସହରରୁ ବିଭିନ୍ନ ନାମୀଦାମୀ କମ୍ପାନୀର ନକଲି ବିଦେଶୀ ମଦ ପ୍ରସ୍ତୁତ କରାଯିବା ଘଟଣା ସାମନାକୁ ଆସିଛି।

Duplicate Foreign Liquor In Ganjam (ETV Bharat Odisha)

ବ୍ରହ୍ମପୁର ପୋଲିସର ଅପରେସନ:

ବ୍ରହ୍ମପୁର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅସୀମ ପଣ୍ଡା କହିଛନ୍ତି, "ଗୋଷାଣୀ ନୂଆଗାଁ ଥାନା ପୋଲିସ ପକ୍ଷରୁ ସ୍ଥାନୀୟ ଓମ ବିହାର ନିକଟରେ ଯାନବାହନ ଯାଞ୍ଚ ହୋଇଥିଲା । ସନ୍ଦେହଜନକ ଭାବରେ ଯାଉଥିବା ଏକ କାରର କାଗଜପତ୍ର ଯାଞ୍ଚ କରିଥିଲେ । ଯାଞ୍ଚ ବେଳେ ଉକ୍ତ କାର ଡ୍ରାଇଭର ରାମକୃଷ୍ଣ ନାହାକ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ । ପରେ କାର ମଧ୍ୟରେ ରହିଥିବା ୨୦ ପେଟି ବିଭିନ୍ନ ନାମୀଦାମୀ କମ୍ପାନୀର ବିଦେଶୀ ମଦକୁ ଜବତ କରିଥିଲା ପୋଲିସ । ହେଲେ ତଦନ୍ତ ସମୟରେ ଜବତ ହୋଇଥିବା ବିପୁଳ ପରିମାଣର ମଦ ନକଲି ବୋଲି ଜଣାପଡ଼ିଥିଲା । ଯାହାକୁ ନେଇ ଡ୍ରାଇଭର ରାମକୃଷ୍ଣ ନାହାକଙ୍କୁ ଥାନାକୁ ଆଣି ଜେରା କରିବା ସହ ଏହି ନକଲି ବିଦେଶୀ ମଦ ବ୍ରହ୍ମପୁର ସହର ଉପକଣ୍ଠ ଶ୍ରୀକ୍ଷେତ୍ର ବିହାରରେ ଭଡ଼ା ଘରେ ମଦ ପ୍ରସ୍ତୁତ ହେଉଥିବା ପୋଲିସ ଜାଣିବାକୁ ପାଇଛି । ସେଠାରେ ପହଞ୍ଚି ପ୍ରସ୍ତୁତ ହେଉଥିବା ନକଲି ବିଦେଶୀ ମଦ କାରଖାନା ଉପରେ ଚଢ଼ାଉ କରିଛି ମଦ ଓ ପ୍ରସ୍ତୁତି ପାଇଁ ବ୍ୟବହୃତ ସାମଗ୍ରୀ ଜବତ କରିଛି ପୋଲିସ । ଏହି କାରବାରରେ ସମ୍ପୃକ୍ତ ଥିବା 3 ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଗୋଷାଣୀ ନୂଆଗାଁ ଥାନା ଓ ନିମଖଣ୍ଡି ଥାନା ପକ୍ଷରୁ ଦୁଇଟି ପୃଥକ ପୃଥକ ମାମଲା ରୁଜୁ କରାଯାଇଛି । ସେମାନେ ଏହି ନକଲି ମଦ ରାସ୍ତାକଡରେ ଥିବା ଛୋଟ ଛୋଟ ଦୋକାନରେ ଯୋଗାଉଥିଲେ।"

Duplicate Foreign Liquor In Ganjam

ଆନ୍ଧ୍ର ଯାଏଁ ଲମ୍ବିଛି ନକଲି ମଦ ଚେର !:
ଏହି ନକଲି ମଦ ଚେର ଆନ୍ଧ୍ରପ୍ରଦେଶ ପର୍ଯ୍ୟନ୍ତ ଲମ୍ବିଥିବା ପୋଲିସ ଜାଣିବାକୁ ପାଇଛି । ଏନେଇ ବ୍ରହ୍ମପୁର ପୋଲିସ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୂଚନା ଦେଇଛନ୍ତି । ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ବଡବଜାର ଥାନା ଅଞ୍ଚଳର ଅନୀଲ କୁମାର ସାହୁ, ରୋହିଗାଁ ନୂଆସାହିର ଉମାଶଙ୍କର ଜେନା ଓ ସଦର ଥାନା ଅନ୍ତର୍ଗତ ଦକ୍ଷିଣପୁରର ରାମକୃଷ୍ଣ ନାହାକ । ସେମାନଙ୍କଠାରୁ ଗୋଟିଏ କାର ସମେତ, ୨୦ ପେଟି ଅର୍ଥାତ ୧୦୬ ଲିଟର ମଦ, ୨ଟି ଦାମୀ ମୋବାଇଲ, ନକଲି ବିଦେଶୀ ମଦ ପ୍ରସ୍ତୁତ କାରଖାନାରୁ ୨ ପେଟି ବିଦେଶୀ ମଦ ସହ ଦୁଇ ହଜାର ଖାଲି ବୋତଲ, ଦୁଇଟି ପ୍ଲାଷ୍ଟିକ ବୋତଲରେ ଭର୍ତ୍ତି ହୋଇଥିବା ରସାୟନିକ ରଙ୍ଗ, ନକଲି ଅବକାରୀ ସିଲ କରାଯାଇଛି ।

ଏହା ବି ପଢନ୍ତୁ...Chikiti Tragedy: ଚିକିଟି ମଦ ଟ୍ରାଜେଡି; ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି - Chikiti Liquor Tragedy

ଏହା ବି ପଢନ୍ତୁ...New Excise Policy; ସେପ୍ଟେମ୍ବର ପହିଲାରୁ ନୂଆ ଅବକାରୀ ନୀତି; ବେଆଇନ ମଦ କାରବାରକୁ ହେବ ସଚେତନତା, ଖୋଲିବନି ନୂଆ ମଦ ଦୋକାନ, ବାରରେ ଡ୍ୟାନ୍ସ ମନା - New Excise Policy in odisha

ଏହା ବି ପଢନ୍ତୁ...ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ଖୁବଶୀଘ୍ର ନୂଆ ମଦ ନୀତି, ବେଆଇନ ମଦ କାରବାରରେ ଲାଗିବ ରୋକ୍, ବନ୍ଦ ହେବ ଡ୍ୟାନ୍ସ ବାର - New Excise Policy Of Odisha

ଏହା ବି ପଢନ୍ତୁ...ଅବକାରୀ ବିଭାଗର ଚଢ଼ାଉ, ପାରାଦ୍ୱୀପରେ ନକଲି ମଦ କାରଖାନା ଠାବ - LIQUOR SEIZED

ମୁମ୍ବାଇରେ ନକଲି ବିଦେଶୀ ମଦ ପ୍ରସ୍ତୁତ ପାଇଁ ନେଇଥିଲେ ତାଲିମ:
ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ମୁମ୍ବାଇରେ ନକଲି ବିଦେଶୀ ମଦ ପ୍ରସ୍ତୁତ ପାଇଁ ତାଲିମ ନେଇ ଏଠାକୁ ଆସି ଏପରି ବ୍ୟବସାୟ କରୁଥିବା ଜଣାପଡିଛି । ଏପରିକି ଘଟଣାରେ ଗିରଫ ହୋଇଥିବା ଶଙ୍କର ଜେନା ଜଣେ ପେଷାଦାର ଅପରାଧ ହୋଇଥିବାବେଳେ ବିଭିନ୍ନ ଥାନାରେ ତା' ନାମରେ ବହୁ ସଙ୍ଗୀନ ମାମଲା ରହିଛି । ସେହିପରି ଅନୀଲ କୁମାର ସାହୁ ଗତ ଜାନୁଆରୀରେ ନକଲି ମଦ କାରବାରରେ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ପୋଲିସ ଦ୍ୱାରା ଗିରଫ ହୋଇ ଜେଲ ଯାଇଥିଲା । 6 ମାସରୁ ଉର୍ଦ୍ଧ୍ଵ ସମୟ ଧରି ନିମଖଣ୍ଡି ଥାନା ଅନ୍ତର୍ଗତ ଶ୍ରୀକ୍ଷେତ୍ର ବିହାରରେ ଅଭିଯୁକ୍ତମାନେ ଏକ ଭଡା ଘର ନେଇ ସେଠାରେ ବିଭିନ୍ନ କମ୍ପାନୀ ନାମରେ ନକଲି ବିଦେଶୀ ମଦ ପ୍ରସ୍ତୁତ କରିବା ପରେ ଯୋଗାଣ କରୁଥିଲେ । କୋଲକତାରୁ କଞ୍ଚାମାଲ ଆଣି ପ୍ରସ୍ତୁତ ହେଉଥିଲା ବିଭିନ୍ନ ନାମୀଦାମୀ କମ୍ପାନୀର ନକଲି ମଦ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.