ETV Bharat / state

ସୋର ରାଜନୀତି ଅଡୁଆ ସୂତା, କିଏ ହେବ ପ୍ରକୃତ ନେତା ? - parshuram dhada quits bjd

PARSHURAM DHADA QUITS BJD: ସୋର ବିଜେଡ଼ିକୁ ଲାଗିଲା ବଡ଼ ଝଟକା । ଦଳରୁ ଇସ୍ତଫା ଦେଲେ ବିଧାୟକ ପର୍ଶୁରାମ ଧଡ଼ା । ରୋଚକ ମୋଡରେ ସୋର ରାଜନୀତି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Apr 5, 2024, 7:01 AM IST

ସୋର ରାଜନୀତି ଅଡ଼ୁଆ ସୂତା, କିଏ ହେବ ପ୍ରକୃତ ନେତା ?

ବାଲେଶ୍ୱର: ସୋର ନିର୍ବାଚନ ମଣ୍ଡଳୀରେ ବିଜେଡ଼ିକୁ ଲାଗିଲା ଝଡକା । ଦଳ ଛାଡ଼ିଲେ ପୂର୍ବତନ ବିଧାୟକ ପର୍ଶୁରାମ ଧଡ଼ା । ଚଳିତ ନିର୍ବାଚନ ପାଇଁ ବିଜେପି ଏବଂ ବିଜେଡି ବିଧାୟକ ପ୍ରାର୍ଥୀଙ୍କ ନାମ ଘୋଷଣା କରି ସାରିଛି । ବିଜେପିର ବିଧାୟକ ପ୍ରାର୍ଥୀ ଭାବେ ଧାମନଗର ଅଞ୍ଚଳର ରାଜେନ୍ଦ୍ର ଦାସଙ୍କ ନାମ ଘୋଷଣା ପରେ ସୋର ବିଜେପି ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ଏହି ବିବାଦ ସାମାନ୍ୟ ଥମିଥିବା ବେଳେ ଗତ ବୁଧବାର ଦିନ ବିଜେଡି ବିଧାୟକ ପ୍ରାର୍ଥୀ ଭାବେ ମାଧବ ଧଡାଙ୍କ ନାମ ଘୋଷଣା କରିବା ପରେ ଦୁଇଥର ବିଧାୟକ ହୋଇଥିବା ପର୍ଶୁରାମ ଧଡ଼ା ବିଜେଡିରୁ ଇସ୍ତଫା ଦେଇଛନ୍ତି । ଦଶ ବର୍ଷ ବିଜୁ ଜନତା ଦଳରେ ଜଣେ ସୈନିକ ଭାବେ କାର୍ଯ୍ୟ କରି ମଧ୍ୟ ଦଳ ତାଙ୍କ ପ୍ରତି ଅବିଚାର କରିଥିବା କହି ସେ ଦଳ ଛାଡ଼ିଛନ୍ତି ।

ଅନ୍ୟପଟେ ମାଧବ ଧଡ଼ା ବିଜେପି ଦଳର ସୋର ପୌରାଧ୍ୟକ୍ଷ ଭାବେ ରହିଥିବା ବେଳେ ସେ ବିଜେପି ଛାଡ଼ି ବିଜେଡିର ଯୋଗ ଦେବା ପରେ ତାଙ୍କୁ ବିଜେଡି ବିଧାୟକ ପ୍ରାର୍ଥୀ ଭାବେ ଚୟନ କରିଛି । ଏହାକୁ ସହଜରେ ଗ୍ରହଣ କରି ପାରି ନାହାନ୍ତି ପର୍ଶୁରାମ ଏବଂ ତାଙ୍କ ସମର୍ଥକ । ଏଥିପାଇଁ ସେ ଅନ୍ୟ ଦଳରେ ମିଶିବା ନେଇ କିଛି ସ୍ପଷ୍ଟ ହୋଇ ନଥିବା ବେଳେ କଂଗ୍ରେସ ଦଳରୁ ଟିକେଟ ନେଇ ନିର୍ବାଚନ ମୈଦାନକୁ ଓହ୍ଲାଇବେ ବୋଲି ଶୁଣିବାକୁ ମିଳୁଛି ।

ଅନ୍ୟପଟେ ବିଧାୟକ ପ୍ରାର୍ଥୀ ଆଶାୟୀ ଭାବେ କିଛି ମାସ ହେବ ଭବାନୀ ଶଙ୍କର ରାୟ ଟିକଟ ଆଶାରେ ଥିବାବେଳେ ଦଳର ଏମିତି ନିଷ୍ପତ୍ତି ତାଙ୍କୁ ଆଘାତ ଦେଇଥିବା ସେ କହିଛନ୍ତି । ଭବାନୀଙ୍କ ସହ ଆମେ ଫୋନ ଯୋଗେ ଯୋଗାଯୋଗ କରି ତାଙ୍କ ପ୍ରତିକ୍ରିୟା ନେଇଥିଲୁ । ସେ ତାଙ୍କର ପ୍ରତିକ୍ରିୟାରେ କହିଥିଲେ, ‘‘ଦଳର ନିଷ୍ପତ୍ତିକୁ ମୁଁ ସ୍ବାଗତ କରୁଛି, ହେଲେ ମନ ଭିତରେ ଥିବା ଆଶା ଚୁରମାର ହୋଇ ଯାଇଛି । ଅନ୍ୟପଟେ ଦଳ ଚୟନ କରିଥିବା ପ୍ରାର୍ଥୀ ମାଧବ ଧଡାଙ୍କୁ ସମର୍ଥନ କରାଯିବ କି ନାହିଁ ତାହା କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିବା ପରେ ନିଷ୍ପତ୍ତି ନିଆଯିବ ।’’

ତେବେ ବିଜେଡି ପ୍ରାର୍ଥୀ ମାଧବ ଧଡାଙ୍କୁ ଭବାନୀ ଏବଂ ତାଙ୍କ ସମର୍ଥକ ସହଯୋଗ କରିବେ କି ନାହିଁ, ତାହା ସମୟ କହିବ । ଅନ୍ୟପକ୍ଷେ ପର୍ଶୁରାମ ଧଡ଼ା ବିଜେଡି ଛାଡିବା ପରେ ଏବେ ସୋର ରାଜନୀତି ବେଶ ସରଗରମ ହୋଇଥିବା ଦେଖିବାକୁ ମିଳୁଛି । ପର୍ଶୁଙ୍କ ବିରୋଧରେ ଗତ କିଛି ମାସ ହେବ ବିଜେଡିର ପୁରୁଖା ନେତାମାନେ ମେଳି ବାନ୍ଧି ତାଙ୍କୁ ଏହି ନିର୍ବାଚନରେ ଜିତାଇବାକୁ ଦିଆଯିବ ନାହିଁ ବୋଲି ମନ୍ଦିରରେ ଶପଥ ନେଇଥିବା ଭଳି ଘଟଣା ମଧ୍ୟ ଦେଖିବାକୁ ମିଳିଥିଲା । ସେହିଭଳି ଅନୁରୂପ ଭାବେ ପର୍ଶୁରାମ ଧଡାଙ୍କ ସମର୍ଥକମାନେ ମଧ୍ୟ ଖେଡେଇ ମନ୍ଦିରରେ ପର୍ଶୁଙ୍କ ହାତ କେବେ ଛାଡ଼ିବେ ନାହିଁ ବୋଲି ଶପଥ ନେଇଥିଲେ । ମାତ୍ର ଏବେ ଦଳୀୟ ନିଷ୍ପତ୍ତିରେ ଅସନ୍ତୋଷ ପ୍ରକାଶ କରି ପର୍ଶୁରାମ ଇସ୍ତଫା ଦେଇଥିବା ବେଳେ ସେ କେଉଁ ଦଳରେ ମିଶିବେ କିମ୍ବା ସ୍ବାଧୀନ ଭାବେ ଲଢ଼ିବେ ସେନେଇ ସ୍ପଷ୍ଟ ହୋଇ ସୂଚନା ମିଳିନାହିଁ ।

ଏହା ମଧ୍ୟ ପଢନ୍ତୁ....ସିଦ୍ଧାର୍ଥଙ୍କୁ ଟିକେଟ ଦିଅ, ନଚେତ ସମର୍ଥନ ଭୁଲିଯାଅ ! - Sambalpur BJD Conflictsc

ଅନ୍ୟପଟେ ସୋର ରାଜନୀତିରେ ଏବେ ରାଜନୈତିକ ଭୂମିକମ୍ପ ଚାଲିଛି । ଗୋଟେ ପଟେ ବିଜେପିର ପ୍ରାର୍ଥୀଙ୍କୁ ନେଇ ଦଳୀୟ ନେତା ଓ କର୍ମୀ ଅସନ୍ତୋଷ ଥିବା ବେଳେ ବିଜେଡିର ପ୍ରାର୍ଥୀଙ୍କୁ ନେଇ ପର୍ଶୁରାମ ଏବଂ ଭବାନୀଙ୍କ ଗୋଷ୍ଠୀ ମଧ୍ୟ ଅସନ୍ତୋଷ ଅଛନ୍ତି । ଏହାରି ଭିତରେ ଯଦି ପର୍ଶୁରାମ ଧଡ଼ା କେଉଁ ଏକ ଦଳର ପ୍ରାର୍ଥୀ ଭାବେ ନିର୍ବାଚନ ମୈଦାନକୁ ଓହ୍ଲାଇବେ ତେବେ ଭୋଟରମାନେ କାହାକୁ ସମର୍ଥନ ଜଣାଇବେ ,ତାହା ସମୟ କହିବ । ତେବେ ଛନ୍ଦାଛନ୍ଦି ହୋଇ ରହିଥିବା ସୋର ରାଜନୀତିର ଅଡ଼ୁଆ ସୂତା ଆଗାମୀ ଦିନରେ ନିଶ୍ଚୟ ସ୍ପଷ୍ଟ ହେବ ।

ଇଟିଭି ଭାରତ,ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.