ETV Bharat / state

ଆଜି କଂଗ୍ରେସରେ ଯୋଗଦେବେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ - କଂଗ୍ରେସରେ ଯୋଗଦେବେ ବଳଭଦ୍ର ମାଝୀ

Balabhadra Majhi to join Congress: ଆଜି କଂଗ୍ରେସରେ ଯୋଗଦେବେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ । କିଛି ଦିନ ତଳେ ବିଜେଡିରୁ ଦେଇଥିଲେ ଇସ୍ତଫା । ଅଧିକ ପଢନ୍ତୁ

Balabhadra Majhi to join congress
କଂଗ୍ରେସରେ ଯୋଗଦେବେ ବଳଭଦ୍ର ମାଝୀ
author img

By ETV Bharat Odisha Team

Published : Jan 24, 2024, 6:51 AM IST

Updated : Jan 24, 2024, 1:59 PM IST

କଂଗ୍ରେସରେ ଯୋଗଦେବେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ

ଭବାନୀପାଟଣା: କିଛି ଦିନ ତଳେ ବିଜେଡିରୁ ଇସ୍ତଫା ଦେଇଥିବା ପୂର୍ବତନ ମନ୍ତ୍ରୀ ବଳବଦ୍ର ମାଝୀ ଆଜି କଂଗ୍ରେସରେ ଯୋଗଦେବେ । ଆଜି ଭବାନୀପାଟଣାରେ କଂଗ୍ରେସର ସମାବେଶରେ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସେ ଦଳରେ ମିଶିବେ । କଳାହାଣ୍ଡି ଜିଲ୍ଲାର ବରିଷ୍ଠ ରାଜନେତା ବଳଭଦ୍ର ମାଝୀ ଗତ ୮ ତାରିଖରେରେ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିଲେ । ଏହାପରେ ସେ କେଉଁ ରାଜନୈତିକ ଦଳରେ ଯୋଗ ଦେବେ ତାହାକୁ ନେଇ ଚର୍ଚ୍ଚା ହୋଇଥିଲା । ତେବେ ଶତାଧିକ ସମର୍ଥକଙ୍କ ସହ ସେ ଆଜି(ବୁଧବାର) କଂଗ୍ରେସରେ ଯୋଗଦେବାକୁ ଯାଉଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ନିଜେ ଜଣାଇଛନ୍ତି ।

ଆଜି କଳାହାଣ୍ଡି ଜିଲ୍ଲା କଂଗ୍ରେସ ପକ୍ଷରୁ ଭବାନୀପାଟଣା ମା' ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟ ଖେଳ ପଡିଆଠାରେ ଏକ ବିଶାଳ ସମାବେଶ ଅନୁଷ୍ଠିତ ହେବ । ଏଥିରେ ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ, ଓଡ଼ିଶା କଂଗ୍ରେସ ପ୍ରଭାରୀ ଡା. ଅଜୟ କୁମାର, ପିସିସି ସଭାପତି ଶରତ ପଟ୍ଟନାୟକ, ରାଜ୍ୟ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକଙ୍କ ଉପସ୍ଥିତିରେ ବଳଭଦ୍ର ମାଝୀ ଦଳରେ ଯୋଗଦେବେ ବୋଲି ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ବିଜେଡି ଛାଡିଲେ ବଳଭଦ୍ର ମାଝୀ, ଜାତୀୟ ଦଳରେ ହୋଇପାରନ୍ତି ସାମିଲ

ସୂଚନାଯୋଗ୍ୟ, ବଳଭଦ୍ର ମାଝୀ ୧୯୯୦ ରୁ ୨୦୧୯ ପର୍ଯ୍ୟନ୍ତ ନର୍ଲା ଓ ଲାଞ୍ଜିଗଡ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଜନତା ଦଳ ପରେ ବିଜୁ ଜନତା ଦଳର ବିଧାୟକ ଭାବରେ ୫ ଥର ନିର୍ବାଚିତ ହୋଇଥିଲେ । ୨୦୦୦-୨୦୦୪ ଓ ୨୦୦୪-୨୦୦୬ ପର୍ଯ୍ୟନ୍ତ ରାଜ୍ୟ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ରହିଥିଲେ । ଏପରିକି ସେ ଯୁବ ବିଜେଡି ରାଜ୍ୟ ସଭାପତି ଓ ଜିଲ୍ଲା ବିଜେଡି ସଭାପତି ଭାବେ କାର୍ଯ୍ୟ କରିଥିଲେ। ବଳଭଦ୍ରଙ୍କ ଦଳ ଡିଆଁ ଆଗାମୀ ଦିନରେ କେଉଁ ରୂପ ନେବ ତାହା ତ ସମୟ ହିଁ କହିବ । ସେପଟେ ଆଜି କଳାହାଣ୍ଡି ଜିଲ୍ଲାରେ ରଣହୁଙ୍କାର ଦେବ କଂଗ୍ରେସ । ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ଭାରତ ଯୋଡ଼ ନ୍ୟାୟ ଯାତ୍ରା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ତଥା ରାଜ୍ୟର ଅନେକ ବରିଷ୍ଠ କଂଗ୍ରେସ ନେତାଙ୍କ ସମେତ ଶତାଧିକ କର୍ମୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଏନେଇ ଭକ୍ତ ଚରଣ ଦାସ କହିଛନ୍ତି, ''ଗୋଟିଏ ପଟେ ବଳଭଦ୍ର ମାଝୀଙ୍କ କଂଗ୍ରେସରେ ଯୋଗଦାନ ଦଳକୁ ଆହୁରି ବଳ ଦେବ । ଅନ୍ୟପଟେ ଆଜି ହେବାକୁ ଥିବା ଭାରତ ଯୋଡ ନ୍ୟାୟ ଯାତ୍ରା ଦଳକୁ ଆଗକୁ ବଢାଇବ । ଯେଉଁ କର୍ମୀ ବା ନେତା ଦଳରେ ବିଶୃଙ୍ଖଳା କରିବେ ସେମାନଙ୍କ ପାଇଁ ଦଳରେ କୌଣସି ସ୍ଥାନ ନାହିଁ । ଆଜି ମା' ମାଣିକେଶ୍ବରୀ ମନ୍ଦିରରୁ ଏକ ବିଶାଳ ଶୋଭାଯାତ୍ରା ସହ ଏକ ବାଇକ୍ ଶୋଭାଯାତ୍ରା ବାହାରିବ । ଏହାପରେ ବିଶ୍ଵ ବିଦ୍ୟାଳୟ ପଡ଼ିଆରେ ଏକ ବିଶାଳ କାର୍ଯ୍ୟକ୍ରମ ଆୟୋଜିତ ହେବ ।''

ଇଟିଭି ଭାରତ, କଳାହାଣ୍ଡି

Last Updated : Jan 24, 2024, 1:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.