ETV Bharat / state

Aswini Guru Passes Away: ପୂର୍ବତନ ବିଧାୟକ ଅଶ୍ବିନୀ ଗୁରୁଙ୍କ ପରଲୋକ, ଜାନକୀ ସରକାରରେ ତୁଲାଇଥିଲେ ଗୁରୁଦାୟିତ୍ବ - Former MLA Aswini Guru Passes Away

author img

By ETV Bharat Odisha Team

Published : Sep 1, 2024, 8:14 AM IST

Updated : Sep 1, 2024, 9:21 AM IST

Former MLA Aswini Guru Passes Away at His Jharsuguda Residence: ପୂର୍ବତନ ବିଧାୟକ ଅଶ୍ବିନୀ ଗୁରୁଙ୍କ ପରଲୋକ । ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ଭାବେ କାର୍ଯ୍ୟ କରିଥିବା ଅଶ୍ବିନୀ ଗୁରୁଙ୍କ ଦେହାନ୍ତ ହୋଇଛି ।

Aswini Guru Passes Away
Aswini Guru Passes Away (ETV Bharat Odisha)

ଝାରସୁଗୁଡ଼ା: ପୂର୍ବତନ ବିଧାୟକ ଅଶ୍ବିନୀ ଗୁରୁଙ୍କ ପରଲୋକ । ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଅଶ୍ବିନୀ ଗୁରୁଙ୍କ ଆଜି ଭୋର ପ୍ରାୟ 4 ଟା ସମୟରେ ଦେହାନ୍ତ ହୋଇଛି । ହୃତଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ୍ୟୁ ବେଳକୁ ତାଙ୍କୁ 69 ବର୍ଷ ବୟସ ହୋଇଥିଲା ।

ଅଶ୍ବିନୀ ଗୁରୁଙ୍କ କ୍ୟାରିଅର:

1980ରୁ 1985ମସିହା ପର୍ଯ୍ୟନ୍ତ 5 ବର୍ଷ ଧରି ସେ କଂଗ୍ରେସ ବିଧାୟକ ରହିଥିଲେ । ତାଙ୍କ କାର୍ଯ୍ୟକାଳରେ ସମ୍ବଲପୁରର ଅନେକ ଜନ ହିତକର ଯୋଜନାର କାମ ସେ କରିଛନ୍ତି। ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ କାର୍ଯ୍ୟକାଳ ସମୟରେ ସେ ବିଧାୟକ ରହିଥିଲେ । 2018ରୁ 2022 ପର୍ଯ୍ୟନ୍ତ ସମ୍ବଲପୁର କଂଗ୍ରେସର ଜିଲ୍ଲା ସଭାପତି ଓ AICC ସଦସ୍ୟ ରହିଥିଲେ। ଝାରସୁଗୁ଼ଡ଼ା ବ୍ରଜରାଜନଗର ସ୍ଥିତ ହରିଓଁ ବିହାର ବାସଭବନରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ସେପଟେ ତାଙ୍କ ବାସଭବନରେ ମରଶରୀରକୁ ଶେଷ ଦର୍ଶନ ପାଇଁ ରଖାଯାଇଛି।

ଅନେକ ଜନହିତକର କାର୍ଯ୍ୟ କରିଥିଲେ:

ଅନେକ ଜନହିତକାର କାର୍ଯ୍ୟ କରି ଲୋକଙ୍କ ଠାରୁ ବେଶ ପ୍ରଶଂସା ସାଉଣ୍ଟିଥିଲେ ଅଶ୍ବିନୀ ଗୁରୁ। ଜଣେ ଟାଣୁଆ ନେତା ଭାବେ ସେ ବେଶ ପରିଚିତ ଥିଲେ । ତାଙ୍କର ବିଚକ୍ଷଣ ବୁଦ୍ଧି ଯୋଗୁଁ କଂଗ୍ରେସ ଦୀର୍ଘ ସମୟ ଧରି ତାଙ୍କ ଉପରେ ଭରସା ରଖିଥିଲା । ବଡ଼ ବଡ଼ ଟାଣୁଆ ନେତା ତାଙ୍କ ଠାରୁ ଗୁରୁମନ୍ତ୍ର ଆହରଣ କରୁଥିଲେ । ପଶ୍ଚିମ ଓଡ଼ିଶାର ଜଣେ ଟାଣୁଆ ଓ ବୁଦ୍ଧିମାନ ନେତା ଭାବରେ ପରିଚିତ ଥିଲେ ପୂର୍ବତନ ବିଧାୟକ ଅଶ୍ବିନୀ ଗୁରୁ ।

ଏହା ବି ପଢନ୍ତୁ...ଡେଙ୍ଗୁରେ ଆଖି ବୁଜିଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀ, ଶୋକ ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ - Jual Oram wife passes away

ଏହା ବି ପଢନ୍ତୁ...88 ବର୍ଷ ବୟସରେ ଆଖି ବୁଜିଲେ ଲୋକପ୍ରିୟ ଅଭିନେତ୍ରୀ ଆଶା ଶର୍ମା - ASHA SHARMA PASSES AWAY

ବିଭିନ୍ନ ମହଲରେ ଶୋକ:

ଦଳ ଜଣେ ଟାଣୁଆ ନେତାଙ୍କୁ ହରାଇଛି । ଅଶ୍ବିନୀ ଗୁରୁଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ୧୯୫୪ ମସିହା ଏପ୍ରିଲ ୧ ତାରିଖରେ ସେ ସମ୍ବଲପୁରରେ ଜନ୍ମଗ୍ରହଣ କରିଥିଲେ। ଅଶ୍ବିନୀଙ୍କ ପତ୍ନୀ ଜଣେ ଶିକ୍ଷୟିତ୍ରୀ ହୋଇଥିବାବେଳେ ନିକଟରେ ଅବସର ଗ୍ରହଣ କରିଛନ୍ତି । ଏହାବ୍ୟତୀତ ଅଶ୍ବିନୀ ଗୁରୁଙ୍କର ୨ ଝିଅ ମଧ୍ୟ ରହିଛନ୍ତି । ବର୍ତ୍ତମାନ ଅଶ୍ବିନୀଙ୍କ ଝାରସୁଗୁ଼ଡ଼ା ବ୍ରଜରାଜନଗର ସ୍ଥିତ ହରିଓଁ ବିହାର ବାସଭବନରେ ଚାଲିଛି ଶେଷ ଦର୍ଶନ । ଏହାପରେ ଶେଷକୃତ୍ୟ କରାଯିବ ବୋଲି ଜଣାପଡ଼ିଛି ।

ଇଟିଭି ଭାରତ, ଝାରସୁଗୁଡ଼ା

Last Updated : Sep 1, 2024, 9:21 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.