ETV Bharat / state

ବିଜେଡି ଛାଡିଲେ ପୂର୍ବତନ ସାଂସଦ ପ୍ରଭାସ ସିଂ, ଟିକେଟକୁ ନେଇ ଥିଲେ ଅସନ୍ତୁଷ୍ଟ - PRABHAS SINGH Resign

author img

By ETV Bharat Odisha Team

Published : Apr 8, 2024, 1:41 PM IST

Updated : Apr 8, 2024, 2:22 PM IST

Prabhas Singh Resigns: ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ ପ୍ରଭାସ ସିଂ । ବିଜେଡି ସୁପ୍ରିମୋଙ୍କୁ ପଠାଇଲେ ଇସ୍ତଫା ପତ୍ର । ଅଧିକ ପଢନ୍ତୁ

Prabhas Singh Resigns
Prabhas Singh Resigns

Prabhas Singh Resigns

ଭୁବନେଶ୍ବର: ବିଜେଡି ଛାଡିଲେ ପୂର୍ବତନ ସାଂସଦ । ପୂର୍ବତନ ସାଂସଦ ତଥା ବରଗଡ଼ ଜିଲ୍ଲା ବିଜେଡି ସଭାପତି ପ୍ରଭାସ ସିଂ ବିଜେଡିରୁ ଇସ୍ତଫା ଦେଇଛନ୍ତି । ଅସନ୍ତୁଷ୍ଟ ହୋଇ ଦଳର ପ୍ରାଥମିତ ସଦସ୍ୟ ପଦ ଛାଡିଛନ୍ତି । ଖବର ଅନୁସାରେ, ସେ ବରଗଡ ଲୋକସଭା ନିର୍ବାଚନରେ ବିଜେଡି ଟିକେଟ ପାଇଁ ଆଶାୟୀ ଥିଲେ । କିନ୍ତୁ ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟ ନକରି ପରିଣୀତାଙ୍କୁ ଟିକେଟ ଦେଇଥିଲା । ଏଥିରେ ଅସନ୍ତୁଷ୍ଟ ହୋଇ ସେ ଦଳ ଛାଡିଥିବା ଚର୍ଚ୍ଚା ହେଉଛି । କିନ୍ତୁ ଇସ୍ତଫା ପତ୍ରରେ କୌଣସି ସୂଚନା ଦେଇନାହାନ୍ତି ପ୍ରଭାସ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନିଜର ଇସ୍ତଫା ପତ୍ର ପଠାଇଛନ୍ତି ।

ଇସ୍ତଫା ପତ୍ର ଦେବା ପରେ ପ୍ରଭାସ କହିଛନ୍ତି, ଛାତ୍ର ଜୀବନରୁ ରାଜନୀତିରେ ଥିଲି । ବିଜୁ ବାବୁଙ୍କ ନେତୃତ୍ୱରେ ରାଜନୀତି ଆରମ୍ଭ କରି ନବୀନ ବାବୁଙ୍କ ସହ କାର୍ଯ୍ୟ କରିଛି । ଦଳ ଗଠନରେ ଗୁଣ୍ଡୁଚି ମୂଷା ଭଳି କାର୍ଯ୍ୟ କରିଛି । ବିଜୁ ଜନତା ଦଳ ପାଇଁ ବହୁତ କାମ କରିଛି । ଦଳର ନେତା ମୋତେ ସମ୍ମାନ ଜଣାଇଛନ୍ତି । ୨୦୧୪ରେ ଦଳ ଟିକେଟରେ ବରଗଡରୁ ସାଂସଦ ହୋଇଥିଲି । ୨୦୧୯ ରେ ଦଳ ମୋତେ ଟିକେଟ ଦେଇନଥିଲା । ତଥାପି ଦଳ ପାଇଁ କାର୍ଯ୍ୟ କରିଛି । ବିଭିନ୍ନ ଉପନିର୍ବାଚନରେ ନିୟୋଜିତ ହୋଇଛି । ଆଜି ଅନୁଭବ କରୁଛି ବିଜେଡି ଯେଉଁ ନୀତି ଆଦର୍ଶରେ ଗଠନ ହୋଇଥିଲା ତାହା ଆଉ ନାହିଁ । ଯିଏ ଦଳ ପାଇଁ ନିଷ୍ଠାର ସହ ଶୃଙ୍ଖଳିତ ଭାବେ କାର୍ଯ୍ୟ କରିଥିବ ତାହା ପାଇଁ ସ୍ଥାନ ନାହିଁ । ତେଣୁ ଦଳରେ ଥିବା ସମସ୍ତ ପଦରୁ ଇସ୍ତଫା ଦେଇଛି ।"

ଏହା ମଧ୍ୟ ପଢନ୍ତୁ: ବିଜେଡିରେ କମୁଛି ଅଭିନେତାଙ୍କ ଚମକ; ଅରିନ୍ଦମ, ସିଦ୍ଧାନ୍ତ ପରେ ଦଳ ଛାଡିଲେ ଅନୁଭବ, ଆକାଶ - Cine Stars quit BJD

ସେ ଆହୁରି ମଧ୍ୟ କହିଛନ୍ତି, ଟିକେଟ ନମିଳିବାରୁ ଦଳର ଛାଡିବା କଥା ହୋଇଥିଲେ ୨୦୧୯ରେ ଛାଡିଥାନ୍ତି । ଏବେ ସବୁ ଦଳରୁ ଟିକେଟ ବଣ୍ଟା ସରିଲାଣି । ତେଣୁ କୌଣସି ଦଳରୁ ଟିକେଟ ପାଇବା ପାଇଁ ସମ୍ଭାବନା ନାହିଁ । ୨୦୧୯ରେ ବରଗଡ଼ ଲୋକ ରିପିଟ ଚାହୁଁଥିଲେ । ସେଇଟା ବିଜେଡି ପାଇଁ ଜିତିବା ସୁନିଶ୍ଚିତ ସିଟ ଥିଲା । ଜିଲ୍ଲା ସଭାପତି ଭାବେ ମୋ ସହିତ କୌଣସି ପ୍ରକାର ଆଲୋଚନା ନକରି ଟିକେଟ ବଣ୍ଟା ଯାଉଛି । ଦଳ ଗଣତାନ୍ତ୍ରିକ ଭାବେ ଚାଲୁନାହିଁ । ଦଳ ଯେଉଁ ଭଳି ଚାଲିଛି ବୋଧେ ଆମ ପରି ଲୋକଙ୍କର ଆବଶ୍ୟକତା ନାହିଁ ବୋଲି ଅନୁଭବ କଲି । ଦଳ ଟିକେଟ କାହାକୁ ଦେବ କାହାକୁ ନଦେବ ତାହା ଦଳର ସଭାପତିଙ୍କ ଇଚ୍ଛାଧୀନ ବ୍ୟାପାର । ସେଥିରେ ମୁଁ ହସ୍ତକ୍ଷେପ କରିପାରିବି ନାହିଁ । ଲୋକଙ୍କର ମୋ ପ୍ରତି ସମ୍ମାନ ଅଛି । ତାକୁ ସମ୍ମାନ ଜଣାଇ ମୁଁ ଇସ୍ତଫା ଦେଉଛି । "

ସେ ତାଙ୍କ ଇସ୍ତଫା ପତ୍ରରେ ଲେଖିଛନ୍ତି, ମୁଁ ଦଳର ପ୍ରାଥମିକ ସଦସ୍ୟ ଏବଂ ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେଉଛି । ମୁଁ ବିଜେଡିରେ ରହିଥିବା ସମୟରେ ମୋ ସାମର୍ଥ ଅନୁସାରେ ଶୃଙ୍ଖଳା ଏବଂ ନିଷ୍ଠା ଭାବେ କାର୍ଯ୍ୟ କରିଛି । କିନ୍ତୁ ବିଭିନ୍ନ ଜଟିଳତା ଏବଂ ଅସୁବିଧାର ସାମ୍ନା କରିବା ପରେ ମୁଁ ଭାବିଲି ଦଳରୁ ଇସ୍ତଫା ଦେଇଦେବା ଉଚିତ । ମୋତେ ସାହାଯ୍ୟ, ସହଯୋଗ କରିଥିବାରୁ ମୁଁ ବିଜେଡି ସୁପ୍ରିମୋଙ୍କ ସହିତ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଜଣାଉଛି । ମୁଁ ବିଜେଡିରେ ରହିଥିବା ସମୟରେ ଅନେକ ସୁଯୋଗ ଦେଇଥିବାକୁ ଧନ୍ୟବାଦ ।

ସୂଚନା ଅନୁସାରେ, ଗତ ୨୦୧୪ ରୁ ୨୦୧୯ ପର୍ଯ୍ୟନ୍ତ ବରଗଡ଼ରୁ ସାଂସଦ ଥିଲେ ପ୍ରଭାସ କୁମାର ସିଂ । ଚଳିତ ନିର୍ବାଚନରେ ମଧ୍ୟ ବିଜେଡି ଟିକେଟ ପାଇଁ ଆଶାୟୀ ଥିଲେ ପ୍ରଭାସ । ହେଲେ ଦଳ ପରିଣୀତା ମିଶ୍ରଙ୍କୁ ବରଗଡ଼ ଲୋକସଭା ଟିକେଟ ଦେଇଥିଲେ । ୨୦୧୪ ନିର୍ବାଚନରେ ପ୍ରଭାସ ବରଗଡ଼ ଲୋକସଭା ଆସନ ପ୍ରାର୍ଥୀ ହୋଇ ୩ ଲକ୍ଷ ୮୩ ହଜାର ୨୩୦ ଖଣ୍ଡ ଭୋଟ ପାଇଥିଲେ । ବିଜେପିରୁ ପ୍ରାର୍ଥୀ ହୋଇଥିବା ସୁବାସ ଚୌହାନଙ୍କୁ ମାତ୍ର ୧୧,୧୭୮ ଭୋଟରେ ପରାସ୍ତ କରିଥିଲେ । ୨୦୧୯ ନିର୍ବାଚନରେ ଦଳ ବରଗଡ଼ ଆସନରୁ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଓହ୍ଲାଇଥିଲା । କିନ୍ତୁ ସେ ପରାସ୍ତ ହୋଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Apr 8, 2024, 2:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.