ETV Bharat / state

ବିଜେଡିରେ ସାମିଲ ହେଲେ ସନ୍ତୃପ୍ତ ମିଶ୍ର; ରାଜ୍ୟସଭା ଯିବା ନେଇ ଚର୍ଚ୍ଚା - Rajya Sabha Election

Santrupt Mishra Joins BJD: ବିଜେଡିରେ ସାମିଲ ହୋଇଛନ୍ତି ଏକାମ୍ର ପ୍ରକଳ୍ପ ଉପଦେଷ୍ଟା କମିଟି ଅଧ୍ୟକ୍ଷ ସନ୍ତୃପ୍ତ ମିଶ୍ର । ଦଳରେ ସାମିଲ ହେବା ପରେ ସନ୍ତୃପ୍ତ ରାଜ୍ୟସଭା ପ୍ରାର୍ଥୀ ହେବା ନେଇ ବଢ଼ିଲା ଚର୍ଚ୍ଚା । ସେ ନିର୍ବାଚନ ଲଢ଼ିପାରନ୍ତି ବୋଲି କୁହାଯାଉଛି । ଅଧିକ ପଢନ୍ତୁ

Etv Bharatବିଜେଡିରେ ସାମିଲ ହେଲେ ସନ୍ତୃପ୍ତ ମିଶ୍ର; ରାଜ୍ୟସଭା ଯିବା ନେଇ ଚର୍ଚ୍ଚା

author img

By ETV Bharat Odisha Team

Published : Feb 9, 2024, 5:05 PM IST

ବିଜେଡିରେ ସାମିଲ ହେଲେ ସନ୍ତୃପ୍ତ ମିଶ୍ର

ଭୁବନେଶ୍ବର: ବିଜେଡିରେ ସାମିଲ ହୋଇଛନ୍ତି ଏକାମ୍ର ପ୍ରକଳ୍ପ ଉପଦେଷ୍ଟା କମିଟି ଅଧ୍ୟକ୍ଷ ସନ୍ତୃପ୍ତ ମିଶ୍ର । ନବୀନ ନିବାସରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତରେ ସେ ବିଜେଡିରେ ହୋଇଛନ୍ତି ସାମିଲ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଶୈଳୀ ଓ ବିକାଶମୂଳକ କାମରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେଇଥିବା ସନ୍ତୃପ୍ତ କହିଛନ୍ତି । ଦଳରେ ସାମିଲ ହେବା ପରେ ସନ୍ତୃପ୍ତ ରାଜ୍ୟସଭା ପ୍ରାର୍ଥୀ ହେବା ନେଇ ବଢିଲା ଚର୍ଚ୍ଚା । ସେହିପରି ସେ ଲୋକସଭା ନିର୍ବାଚନ ଲଢ଼ିପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ସନ୍ତୃପ୍ତଙ୍କ ଜନ୍ମସ୍ଥାନ ପୁରୀ ବୀରପ୍ରତାପପୁର ହୋଇଥିବାରୁ ସେ ପୁରୀ ଲୋକସଭା ଆସନରୁ ନିର୍ବାଚନ ଲଢିପାରନ୍ତି ବୋଲି କୁହାଯାଉଛି । ଏହାସହ କଟକ ସଂସଦୀୟ କ୍ଷେତ୍ରକୁ ନେଇ ମଧ୍ୟ ଚର୍ଚା ଆରମ୍ଭ ହୋଇଛି।

ଅଧିକ ପଢନ୍ତୁ- ବିଜେଡିରେ ଯୋଗଦେଲେ ସନ୍ତୃପ୍ତ ମିଶ୍ର

ବିଜେଡିରେ ଆଜି ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି ଆଦିତ୍ୟ ବିର୍ଲା ଗ୍ରୁପର ପୂର୍ବତନ ସିଇଓ ସନ୍ତୃପ୍ତ ମିଶ୍ର । ନବୀନ ନିବାସରେ ସେ ବିଜେଡ଼ିରେ ହୋଇଛନ୍ତି ସାମିଲ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତରେ ସେ ଦଳରେ ସାମିଲ ହୋଇଛନ୍ତି । ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଉତ୍ତରୀୟ ପିନ୍ଧାଇ ସନ୍ତୃପ୍ତଙ୍କୁ ଦଳକୁ ସ୍ଵାଗତ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ମୁଁ ସନ୍ତୃପ୍ତ ମିଶ୍ରଙ୍କୁ ବିଜେଡିକୁ ସ୍ବାଗତ କରୁଛି । କର୍ପୋରେଟ ଜଗତରେ ସନ୍ତୃପ୍ତଙ୍କର ଦୀର୍ଘ ଦିନର ଅଭିଜ୍ଞତା ରହିଛି । ବିଭିନ୍ନ ସମୟରେ ସେ ସହଯୋଗରେ ଆସିଛନ୍ତି । ବର୍ତ୍ତମାନ ସେ ଏକାମ୍ର ପ୍ରକଳ୍ପ ଉପଦେଷ୍ଟା କମିଟିର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି ।

ଦଳରେ ସାମିଲ ହେବା ପରେ ସନ୍ତୃପ୍ତ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟଶୈଳୀ ଓ ବିକାଶମୂଳକ କାମରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହୋଇଛି । ଓଡ଼ିଶାର ସେବା କରିବାକୁ ମୋତେ ବିଜେଡି ତରଫରୁ ସୁଯୋଗ ମିଳିଛି । ଭାରତୀୟ ରାଜନୀତିରେ ବିଜେଡି ହେଉଛି ସବୁଠୁ ପ୍ରଗତିଶୀଳ ରାଜନୈତିକ ଦଳ । ବହୁରାଷ୍ଟୀୟ କମ୍ପାନିରେ କାମ କରୁଥିବାରୁ ବହୁ ସମୟ ଓଡ଼ିଶା ବାହାରେ ରହୁଥିଲି । କିନ୍ତୁ ଜନ୍ମସ୍ଥାନକୁ ଫେରି ଓଡ଼ିଶା ପାଇଁ କାମ କରିବାକୁ ମନରେ ଇଚ୍ଛା ଥିଲା । ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ଆଗକୁ ନେବା ସହ ମୌଳିକତା ଆଧାରରେ ୨୫ ବର୍ଷ ହେବ ଓଡ଼ିଶାର ଶାସନ ଭାର ସମ୍ଭାଳିଛନ୍ତି । ପରିକ୍ରମା ପ୍ରକଳ୍ପ, ସମଲେଇ ପ୍ରକଳ୍ପ,ଏକାମ୍ର ପ୍ରକଳ୍ପ ଜରିଆରେ ଓଡ଼ିଶାରେ ଆଧ୍ୟାତ୍ମିକ ଭାବନା ଆଣିଛନ୍ତି ନବୀନ । ଏହା ଦେଖିବା ପରେ ମୁଁ ଅନେକ ପ୍ରେରଣା ପାଇଛି । ଓଡ଼ିଶାବାସୀଙ୍କ ପାଇଁ ସେବା କରିବାକୁ ବିଜେଡିରେ ଯୋଗ ଦେଇଛି ।

ରାଜ୍ୟସଭା ରେସରେ ନାଁ ଥିବା ନେଇ ସନ୍ତୃପ୍ତ କହିଛନ୍ତି, ଏବେ କିଛି ସମୟ ପୂର୍ବରୁ ମୁଁ ଦଳରେ ସାମିଲ ହୋଇଛି । ଯାହା କାମ ଦିଆଯିବ ତାହା କରିବି । ୨୮ ବର୍ଷ ହେବ ଉଦ୍ୟୋଗରେ କାମ କରିଛି । ଉଦ୍ୟୋଗରେ ଯାହା କାମ ଦିଆଯାଏ ତାହାକୁ ଶୃଙ୍ଖଳାର ସହ କରିବାକୁ ପଡିଥାଏ । ଠିକ ସେହିଭଳି ବିଜେଡିରେ ଯେଉଁ କାମ ଦିଆଯିବ ତାହାକୁ ଶୃଙ୍ଖଳାର ସହ କରିବି । ତେବେ ରାଜ୍ୟସଭା ନିର୍ବାଚନ ପୂର୍ବରୁ ସନ୍ତୃପ୍ତଙ୍କୁ ଦଳରେ ସାମିଲ କରାଯାଇଥିବାରୁ ତାଙ୍କୁ ସୁଯୋଗ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ସନ୍ତୃପ୍ତଙ୍କ ଜନ୍ମସ୍ଥାନ ପୁରୀ ବୀରପ୍ରତାପପୁର ହୋଇଥିବାରୁ ସେ ପୁରୀ ଲୋକସଭା ଆସନରୁ ନିର୍ବାଚନ ଲଢିପାରନ୍ତି ବୋଲି କୁହାଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.