ETV Bharat / state

ହାତୀଙ୍କ ଦ୍ୱାରା ପ୍ରଭାବିତ ଲୋକଙ୍କୁ ମିଳିବ କ୍ଷତିପୂରଣ, କଳାବାଘ ସଫାରି ନେଇ କାର୍ଯ୍ୟ ତ୍ୱରାନ୍ୱିତ - Minister Ganesh Ram Singh Khuntia

author img

By ETV Bharat Odisha Team

Published : Aug 12, 2024, 8:08 PM IST

Minister Ganesh Ram Singh Khuntia At Baripada: ବାରିପଦା ଗସ୍ତ କରି ବିଭାଗୀୟ କାର୍ଯ୍ୟର ସମନୀକ୍ଷା କରିଛନ୍ତି ଜଙ୍ଗଲ, ପରିବେଶ ଏବଂ ଶ୍ରମ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ । ଏହାସହ ବନ୍ୟଜନ୍ତୁଙ୍କ ଦ୍ବାରା ପ୍ରଭାବିତ ଲୋକଙ୍କୁ କ୍ଷତିପୂରଣ ବନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢ଼ନ୍ତୁ

Minister Ganesh Ram Singh Khuntia
Minister Ganesh Ram Singh Khuntia (ETV Bharat Odisha)

ରାଇରଙ୍ଗପୁର: ନେଚର କ୍ୟାମ୍ପସ ସୃଷ୍ଟି କରିବା, ଇକୋ-ଟୁରିଜିମ ସହ ଶିମିଳିପାଳ ଟାଇଗର ରିଜର୍ଭର ବିକାଶ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀରେ ସାମିଲ ହେବେ ସ୍ଥାନୀୟ ଲୋକ । ଏହାସହ ବନ୍ୟଜନ୍ତୁ ବିଶେଷ କରି ଜଙ୍ଗଲୀ ହାତୀଙ୍କ ଦ୍ୱାରା ପ୍ରଭାବିତ ଲୋକଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କୁ ଏକ ପ୍ରସ୍ତାବ ପଠାଇବାକୁ ବନ ବିଭାଗ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜଙ୍ଗଲ, ପରିବେଶ ଏବଂ ଶ୍ରମ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ । ଏହାସହ କଳାବାଘ ସଫାରି ନେଇ କାର୍ଯ୍ୟ ତ୍ୱରାନ୍ୱିତ ହୋଉଥିବା କହିଛନ୍ତି ମନ୍ତ୍ରୀ ।

ବାରିପଦାରେ ଜଙ୍ଗଲ, ପରିବେଶ ମନ୍ତ୍ରୀ:

ଜଙ୍ଗଲ, ପରିବେଶ ଏବଂ ଶ୍ରମ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ଆଜି ବାରିପଦା ଗସ୍ତରେ ଆସି ବିଭାଗୀୟ କାର୍ଯ୍ୟ ଗୁଡିକର ସମୀକ୍ଷା କରିବା ସହିତ ଆଗାମୀ ପଦକ୍ଷେପ ଏବଂ କାର୍ଯ୍ୟପନ୍ଥା ବିଷୟରେ ଜିଲ୍ଲା ସ୍ତରୀୟ ଓ ବିଭାଗୀୟ ଅଧିକାରୀମାନଙ୍କ ସହିତ ଆଲୋଚନା କରିଛନ୍ତି । ସ୍ଥାନୀୟ ମଞ୍ଚାବନ୍ଧା ସ୍ଥିତ ବନ ବିଭାଗ ଡାକବଙ୍ଗଳା ବୈଠକ ଗୃହରେ ସମୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବନ ବିଭାଗ ଶ୍ରମ ଅଯୁକ୍ତଙ୍କ କାର୍ଯ୍ୟାଳୟ, ଜିଲ୍ଲା କର୍ମଚାରୀ ରାଜ୍ୟ ବୀମା କାର୍ଯ୍ୟାଳୟଙ୍କ ବିଭାଗୀୟ କାର୍ଯ୍ୟର ଜିଲ୍ଲାସ୍ତରୀୟମାନକ ବୃଦ୍ଧି ପାଇଁ ସମୀକ୍ଷା କରାଯାଛି । ମଞ୍ଚାବନ୍ଧା ସ୍ଥିତ ଶହୀଦ ବନ କର୍ମଚାରୀଙ୍କ ସ୍ମୃତି ସ୍ତମ୍ଭରେ ପୁଷ୍ପ ମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ମନ୍ତ୍ରୀ ଗଣେଶ ।

ମୟୂରଭଞ୍ଜରେ ଶିଳ୍ପ ପ୍ରତିଷ୍ଠା ନେଇ ପ୍ରୟାସ:

ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ କହିଛନ୍ତି, "ମଞ୍ଚାବନ୍ଧା ଠାରେ କଳା ବାଘ ସଫାରି କାର୍ଯ୍ୟ ତ୍ୱରାନ୍ୱିତ କରି ଖୁବଶୀଘ୍ର କାର୍ଯ୍ୟକ୍ଷମ କରାଯିବ । ଶିମିଳିପାଳ ଅଭୟାରଣ୍ୟ ମୟୂରଭଞ୍ଜ ଜିଲ୍ଲାରେ ଅବସ୍ଥାପିତ ଥିବାରୁ ଓଡ଼ିଶା ପ୍ରତି ମୟୂରଭଞ୍ଜ ଜିଲ୍ଲାର ଦାୟିତ୍ୱ ଅନେକ ମାତ୍ରାରେ ରହୁଛି । ଶିମିଳିପାଳ ଏକ ଘଞ୍ଚ ଜଙ୍ଗଲ ହୋଇଥିବା ବେଳେ ୨୭୫୦ ବର୍ଗ କିମି ପରିବ୍ୟାପ୍ତ । ଆଗାମୀ ଦିନରେ ଶିମିଳିପାଳ ସୁରକ୍ଷା ପାଇଁ ଗ୍ରହଣ କରିବାକୁ ଥିବା ପଦକ୍ଷେପ ଓ ପାଣିପାଗ ପରିବର୍ତ୍ତନକୁ ସନ୍ତୁଳିତ କରିବା ନେଇ ଆଲୋଚନା କରାଯାଇଛି । ଲୋକଙ୍କ ଜୀବନ ଜୀବିକା ନିର୍ବାହ କରିବାକୁ ନେଇ ଜଙ୍ଗଲ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ମାନ ଗ୍ରହଣ କରାଯିବ । ଏଥି ସହିତ କଳା ବାଘ ସଫାରି ପାଇଁ ଜାଗା ଚୟନ ହୋଇଛି । ଏନଟିସିଏର ବୈଷୟିକ ଟିମ ସହିତ ଆଲୋଚନା କରି ଆଗାମୀ କଳା ବାଘ ସଫାରି ପଦକ୍ଷେପ ଗ୍ରହଣ କରାଯିବ । ଶିଳ୍ପ ବିହୀନ ମୟୂରଭଞ୍ଜ ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ନେଇ ପ୍ରୟାସ ଜାରି ରହିଛି । ଜିଲ୍ଲାକୁ ଶିଳ୍ପର ଆବଶ୍ୟକତା ଥିବା ବେଳେ ଏହାର ପ୍ରତିଷ୍ଠା ଦ୍ଵାରା ଜଳବାୟୁରେ ପରିବର୍ତ୍ତନ ଘଟିବ । ତେଣୁ ଏହାକୁ ଦୃଷ୍ଟି ରଖି ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି । ମୟୂରଭଞ୍ଜ ଜିଲ୍ଲାର ରାଜ୍ୟର ବଡ଼ ଜିଲ୍ଲା ହୋଇଥିବାରୁ ଜିଲ୍ଲାରେ ରୋଜଗାର ମାଧ୍ୟମ ସୃଷ୍ଟି କରିବା ପାଇଁ ସଦା ଯତ୍ନଶୀଳ ରହିଛୁ । ହାତୀଙ୍କ ଦ୍ୱାରା ପ୍ରଭାବିତ ଲୋକଙ୍କୁ ତୁରନ୍ତ କ୍ଷତିପୂରଣ ପ୍ରଦାନ କାରଯିବ ।"

ଜନହିତକର କାର୍ଯ୍ୟ ଗୁଡିକର ପ୍ରଗତି ବିସୟରେ ଆଲୋଚନା:

ତେବେ ଆଜିର ସମୀକ୍ଷା ବୈଠକରେ ଉଦଳା ବିଧାୟକ ଭାସ୍କର ଚନ୍ଦ୍ର ମଢେଇ, ବାରିପଦା ବିଧାୟକ ପ୍ରକାଶ ସୋରେନ ମଧ୍ୟ ଯୋଗ ଦେଇ ଜିଲ୍ଲାରେ ତଥା ନିଜ ନିଜ ବ୍ୟକ୍ତିଗତ ନିର୍ବାଚନ ମଣ୍ଡଳୀରେ ହୋଇ ଆସୁଥିବା ଏବଂ ହେଉଥିବା ବିଭିନ୍ନ ଉନ୍ନତିମୂଳକ ଏବଂ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କର ଜନହିତକର କାର୍ଯ୍ୟ ଗୁଡିକର ପ୍ରଗତି ସମ୍ବନ୍ଧରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ମୁଖ୍ୟତଃ କେନ୍ଦ୍ର ସରକାରଙ୍କର ଏକ ପେଡ ମା କେ ନାମର ପ୍ରୟାସ ଜିଲ୍ଲାରେ କିଭଳି ହେଉଛି ସେ ବିଷୟରେ ବିଶଦ ବିବରଣୀ, ମନ୍ତ୍ରୀ ଗଣେଶ ରାମସିଂ ପଚାରି ବୁଝିଛନ୍ତି । ଏହି ସମୀକ୍ଷା ବୈଠକରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଡଃ ପ୍ରକାଶ ଗୋଗିନେନି, ଉପ-ନିର୍ଦ୍ଦେଶକ ସମ୍ରାଟ ଗୌଡା, ବାରିପଦା ବନଖଣ୍ଡ ଅଧିକାରୀ ଏ. ଉମା ମହେଶ, ଜିଲ୍ଲା ଶ୍ରମ ଅଧିକାରୀ ଅନନ୍ତ ମହାମାନସିଂ ଓ ଅନ୍ୟାନ୍ୟ ବନ ବିଭାଗୀୟ ଓ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

ଏହା ମଧ୍ୟ ପଢ଼ନ୍ତୁ...ବିଶ୍ବ ରେକର୍ଡ କରିବ ଓଡ଼ିଶା: ଶିମିଳିପାଳରେ ହେବ ଦେଶର ପ୍ରଥମ କଳା ବାଘ ସଫାରୀ, ଡିସେମ୍ବର ସୁଦ୍ଧା ହୋଇପାରେ କାର୍ଯ୍ୟକ୍ଷମ - Similipal Black Tiger Safari

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.