ETV Bharat / state

ଖରାଦିନ ଆରମ୍ଭରୁ ସାଙ୍ଘାତିକ, ରାଜ୍ୟରେ ଜଳିଲାଣି ଜଙ୍ଗଲ - ବଢୁଛି ବନାଗ୍ନି ସଙ୍କଟ

Forest Fire In Summer Season : ଗ୍ରୀଷ୍ମଋତୁ ଆରମ୍ଭ ନ ହେଉଣୁ ଘନେଇଲାଣି ବନାଗ୍ନି ସଙ୍କଟ । ତଥ୍ୟ ଅନୁସାରେ ରାଜ୍ୟରେ 92 ଟି ସ୍ଥାନରେ ଜଙ୍ଗଲ ନିଆଁ ଲାଗିଲାଣି । ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ଏକ ହଜାର ପଏଣ୍ଟରେ ନିଆଁ ଲାଗିଲାଣି । ଅଧିକ ପଢନ୍ତୁ

ରାଜ୍ୟରେ ବଢୁଛି ତାତି, ଘନାଉଛି ବନାଗ୍ନି ସଙ୍କଟ!

author img

By ETV Bharat Odisha Team

Published : Mar 4, 2024, 4:57 PM IST

ରାଜ୍ୟରେ ବଢୁଛି ତାତି, ଘନାଉଛି ବନାଗ୍ନି ସଙ୍କଟ!

ଭୁବନେଶ୍ବର: ଗ୍ରୀଷ୍ମଋତୁ ଆରମ୍ଭ ନ ହେଉଣୁ ଘନେଇଲାଣି ବନାଗ୍ନି ସଙ୍କଟ । ଖରା ବଢିବା ସହିତ ଜଙ୍ଗଲରେ ନିଆଁ ଲାଗିବାର ସମ୍ଭାବନା ବୃଦ୍ଧି ପାଇଛି । ଗତକାଲି ଏଫଏସଏ ତଥ୍ୟ ପ୍ରକାଶ ପାଇଛି ଯେଉଁଥିରେ ରାଜ୍ୟରେ ଜଙ୍ଗଲ ନିଆଁ ସଙ୍କଟକୁ ପଦାରେ ପକାଇଛି । ତଥ୍ୟ ଅନୁସାରେ ରାଜ୍ୟରେ 92 ଟି ସ୍ଥାନରେ ଜଙ୍ଗଲ ନିଆଁ ଲାଗିଲାଣି । ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ଏକ ହଜାର ପଏଣ୍ଟରେ ନିଆଁ ଲାଗିଲାଣି । 96 ପ୍ରତିଶତ ଜଙ୍ଗଲ ନିଆଁକୁ ପ୍ରତିହତ କରାଯାଇଥିବା ବେଳେ ସେଥିମଧ୍ୟରୁ 40 ପ୍ରତିଶତ ଜଙ୍ଗଲ ନିଆଁ ଜଙ୍ଗଲ ବାହାରେ ଲାଗିଛି । ଆଗକୁ ଧୀରେ ଧୀରେ ଜଙ୍ଗଲ ନିଆଁ ବଢିବା ନେଇ ଅନୁମାନ କରାଯାଇଛି ।

ଏ ସମ୍ପର୍କରେ ପିସିସିଏଫ୍ ଦେବୀଦତ୍ତ ବିଶ୍ଵାଳ କହିଛନ୍ତି ଯେ ଆଇଟି ଟେକ୍ନୋଲୋଜି ଦ୍ଵାରା ଜଙ୍ଗଲ ନିଆଁ ଚିହ୍ନଟରେ କମ ସମୟ ମଧ୍ୟରେ ହୋଇପାରିଛି । ପୂର୍ବରୁ ଗୋଟିଏ ଫାୟାର ପଏଣ୍ଟରେ ହାରାହାରି ୦.୫ ହେକ୍ଟର ଜଙ୍ଗଲରେ ନିଆଁ ଲାଗୁଥିବା ବେଳେ ଏବେ ତାହା ହ୍ରାସ ପାଇ ୦.୨୫ ହେକ୍ଟରକୁ କମାଯାଇ ପାରିଛି । ବର୍ତ୍ତମାନ ଜଙ୍ଗଲ ନିଆଁ ଧୀରେ ଧୀରେ ବଢିବ।ର ଅନୁମାନ ରହିଛି । ସେଥିପାଇଁ ୩ଟି ପର୍ଯ୍ୟାୟରେ ଯଥା ବନାଗ୍ନି ଲାଗିବା ପୂର୍ବରୁ ସ୍ଥିତି, ବନାଗ୍ନି ଲାଗିଥିବା ସମୟ ଏବଂ ବନାଗ୍ନି ଲାଗିବା ପରେ ନିୟନ୍ତ୍ରଣର ସ୍ଥିତିର ପ୍ରସ୍ତୁତିକୁ ଗୁରୁତ୍ବାରୋପ କରାଯାଉଛି । ସେଥିପାଇଁ ଜାନୁଆରୀ ଏବଂ ଫେବୃଆରୀ ମାସରେ ପାଲା, ଦାସକାଠିଆ, ଘୋଡ଼ା ନାଚ ଭଳି ବିଭିନ୍ନ ପାରମ୍ପାରିକ ପଦ୍ଧତିରେ ଜଙ୍ଗଲ ନିକଟରେ ରହୁଥିବା ଜନବସତିରେ ସଚେତନତା କରିବା ସହ ପ୍ରଚାର ପ୍ରସାର କରାଯାଉଛି । ବିଭିନ୍ନ ବନଖଣ୍ଡରେ ସବଡିଭିଜନ ସ୍ତରରେ ବନାଗ୍ନିକୁ ରୋକିବା ନିମନ୍ତେ ବନ କର୍ମଚାରୀ ଓ ଗ୍ରାମବାସୀଙ୍କର ତାଲିମ ଓ ସଚେତନତା ଶିବିର ଆୟୋଜନ ଆରମ୍ଭ ହେଲାଣି ବୋଲି କହିଛନ୍ତି ପିସିସିଏଫ୍ ଦେବୀଦତ୍ତ ବିଶ୍ଵାଳ ।

ଏହା ମଧ୍ୟ ପଢନ୍ତୁ ... ଆସୁଛି ଗ୍ରୀଷ୍ମଦିନ ବଢୁଛି ଖରା, ଜଙ୍ଗଲ ନିଆଁ ନିୟନ୍ତ୍ରଣକୁ ନେଇ ପରିବେଶବିତଙ୍କ ଚିନ୍ତା ପ୍ରକଟ

ସୂଚନା ଅନୁଯାୟୀ, ମାର୍ଚ୍ଚ ମାସ ଆରମ୍ଭରୁ ଖରା ହେଲାଣି ସାଙ୍ଘାତିକ । ଆଗକୁ ଆହୁରି ବଢିବ ଗ୍ରୀଷ୍ମ ପ୍ରବାହ। ଖରା ବଢିବା ସଙ୍ଗେ ସଙ୍ଗେ ଜଙ୍ଗଲ ନିଆଁକୁ ଆୟତ୍ତ କରିବା ବନ ବିଭାଗ ପାଇଁ ଏକ ବଡ ଚାଲେଞ୍ଜ ରହିବ । ତେଣୁ ଜଙ୍ଗଲ ସଂଲଗ୍ନରେ ରହୁଥିବା ଗାଁର ଲୋକମାନଙ୍କୁ ସଚେତନ କରାଯାଉଛି । ଖରାଦିନରେ ଜଙ୍ଗଲରେ ନିଆଁ ଲାଗିଲେ କେବଳ ବହୁ ମୂଲ୍ୟବାନ ଗଛ ନୁହେଁ ଏପରିକି ଅନେକ ପ୍ରଜାତିର ବନ୍ୟଜନ୍ତୁ ଓ ସରୀସୃପ ମଧ୍ୟ ପୋଡି ହୋଇ ମୃତ୍ୟୁବରଣ କରିଥାନ୍ତି । ଜଙ୍ଗଲ ନିଆଁ ଯୋଗୁ ଆଖପାଖ ପରିବେଶ ମଧ୍ୟ ପ୍ରଦୂଷିତ ହୋଇଯାଇଥାଏ ।

ଜଙ୍ଗଲରେ ନିଆଁ ଲାଗିବା ହେଉଛି ମନୁଷ୍ୟଜନିତ କାରଣରୁ ହୋଇଥାଏ ଯେମିତିକି ଜଙ୍ଗଲ ମଧ୍ୟରେ ଅଧା ଜଳା ସିଗାରେଟ/ବିଡି ଫୋପାଡିବା, ଭଲ ଉତ୍ପାଦନ ପାଇଁ ଗଛଲତା ରେ ନିଆଁ ଲଗାଇବା, ଡାଳକୁ ଡାଳ ଘଷି ହେବା ଆଦି କାରଣ ପାଇଁ ଜଙ୍ଗଲରେ ନିଆଁ ଲାଗିଥାଏ । ଏହାକୁ ଦୃଷ୍ଟିରେ ରଖି ଏହି ବନାଞ୍ଚଳରେ ଥିବା ପ୍ରାୟ ଗାଁ ଗୁଡ଼ିକରେ ଲୋକମାନେ ପ୍ରତିବର୍ଷ ଖରାଦିନ ପୂର୍ବରୁ ଜଙ୍ଗଲ ନିଆଁ ନିୟନ୍ତ୍ରଣ ପାଇଁ ନିଜକୁ ପ୍ରସ୍ତୁତ କରନ୍ତି । ଏନେଇ ରାଜ୍ୟ ସରକାର ଜଙ୍ଗଲ ନିଆଁ ଲିଭାକୁ ନେଇ ଏକ ଟାସ୍କ ଫୋର୍ସ ଗଠନ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.