ETV Bharat / state

ଜଙ୍ଗଲରେ ଶୁଖିଲା ପଡ଼ିଛି ଜଳାଶୟ, ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ନେଇ ବ୍ୟାପକ ବ୍ୟବସ୍ଥା - Jungle Water Crisis

author img

By ETV Bharat Odisha Team

Published : Apr 3, 2024, 7:09 AM IST

Water Crisis In Forest: ରାଜ୍ୟର ଅନେକ ଅଭୟାରଣ୍ୟରେ ଥିବା ପ୍ରାକୃତିକ ନାଳ ଓ ଜଳାଶୟ ଶୁଖିଲା ପଡ଼ିଛି । ଯେପରି ବନ୍ୟପ୍ରାଣୀଙ୍କ କୌଣସି ସମସ୍ୟା ନହୁଏ ସେଥିପ୍ରତି ଜଙ୍ଗଲ ପରିବେଶ ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ।

Etv Bharat
Etv Bharat

ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ନେଇ ବ୍ୟାପକ ବ୍ୟବସ୍ଥା

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି ଗ୍ରୀଷ୍ମ ପ୍ରବାହ । ଅସହ୍ୟ ତାତିରେ ଅସ୍ତବ୍ୟସ୍ତ ଜନଜୀବନ । ଖରାର ପ୍ରକୋପରେ ମଣିଷ ଠାରୁ ଆରମ୍ଭ କରି ପଶୁପକ୍ଷୀ ଓ ବୃକ୍ଷଲତା ପର୍ଯ୍ୟନ୍ତ ସମସ୍ତେ ସନ୍ତୁଳିତ । ସେପଟେ ରାଜ୍ୟର ଅନେକ ଅଭୟାରଣ୍ୟରେ ଥିବା ପ୍ରାକୃତିକ ନାଳ ଓ ଜଳାଶୟ ଏବେଠାରୁ ଶୁଖିବା ଆରମ୍ଭ କଲାଣି । ଏପଟେ ପାଣି ପାଇଁ ବନ୍ୟଜନ୍ତୁ ଡହଳବିକଳ ହେଉଛନ୍ତି । ଏପରିକି ପାଣି ପାଇଁ ବନ୍ୟଜନ୍ତୁ ଗାଁ ମୁହାଁ ହେଉଥିବାରୁ ସେମାନଙ୍କ ଜୀବନ ପ୍ରତି ବିପଦ ଦେଖାଯାଉଥିବା ନଜିର ରହିଛି । ପ୍ରାଣୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜଙ୍ଗଲ ମଧ୍ୟରେ ବ୍ୟାପକ ବ୍ୟବସ୍ଥା କରାଯାଉଥିବା କହିଛନ୍ତି ମୁଖ୍ୟ ବନପ୍ରାଣୀ ସଂରକ୍ଷକ ବିକାଶ ରଞ୍ଜନ ଦାଶ ।

ଜଙ୍ଗଲରେ ଦେଖା ହେଇଥିବା ଜଳ ସଂକଟକୁ ନେଇ ବିକାଶ ରଞ୍ଜନ ଦାଶ କହିଛନ୍ତି, "ଅଂଶୁଘାତକୁ ଦୃଷ୍ଟିରେ ରଖି ବିଭିନ୍ନ ଅଭୟାରଣ୍ୟ, ଜଙ୍ଗଲ ଓ ଚିଡ଼ିଆଖାନାରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ ପାଇଁ ସବୁ ଡିଏଫଓ, ଅଭୟାରଣ୍ୟ ଓ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜଙ୍ଗଲରେ ପର୍ଯ୍ୟାପ୍ତ ପାଣି ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ଜଙ୍ଗଲ ମଧ୍ୟରେ ୧୨୦ଟି ନୂଆ ଜଳାଶୟ ଖୋଳାଯାଇଛି । ୨୭୦ଟି ପୁରୁଣା ଜଳାଶୟର ପୁନରୁଦ୍ଧାର ମଧ୍ୟ କରାଯାଇଛି । ଅଧିକ ଜଳ ସଙ୍କଟ ଥିବା ଅଞ୍ଚଳରେ ଟ୍ୟାଙ୍କର ଜରିଆରେ ଜଳାଶୟରେ ପାଣି ଭରିବାକୁ କୁହାଯାଇଛି । ପାଣି ସନ୍ଧାନରେ ପ୍ରାୟତଃ ବନ୍ୟଜନ୍ତୁମାନେ ନିକଟସ୍ଥ ଜନବସତି ମୁହାଁ ହୋଇଥାନ୍ତି । ଫଳରେ ସାମନଙ୍କ ପ୍ରତି ବିପଦ ଥାଏ । ଏହାକୁ ଏଡାଇବା ପାଇଁ ଜଙ୍ଗଲ ମଧ୍ୟରେ ବ୍ୟାପକ ବ୍ୟାବସ୍ଥା କରାଯାଉଛି ।"

ଏହା ମଧ୍ୟ ପଢ଼ନ୍ତୁ...ଜଙ୍ଗଲରେ ମରୁଡି ସଦୃଶ ଜଳାଶୟ, ଖରା ଆସିଲେ ବଢୁଛି ବନ୍ୟପ୍ରାଣୀଙ୍କ ଜଳ ଚିନ୍ତା

ତେବେ ରାଜ୍ୟର କେତେକ ଜଙ୍ଗଲରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି । ଏହାର ପ୍ରଭାବରେ ତାପମାତ୍ରା ଆହୁରି ବୃଦ୍ଧି ପାଇବାରେ ଲାଗିଛି । ପ୍ରବଳ ଉତ୍ତାପରୁ ରକ୍ଷା ପାଇବାକୁ ଏବଂ ଖାଦ୍ୟ ଓ ପାଣି ଖୋଜିବାକୁ ବନ୍ୟଜନ୍ତୁ ଏବେ ଗାଁ ମୁହାଁ ହେଉଛନ୍ତି । ଫଳରେ ସେମାନଙ୍କ ଜୀବନ ପ୍ରତି ମଧ୍ୟ ବିପଦ ରହିଥାଏ । ଗତ ବର୍ଷ ଆଠଗଡରେ ହାତୀ ଛୁଆ ପାଣି ଅଭାବରୁ ମୃତ୍ୟୁ ହୋଇଥିଲା । ଜଙ୍ଗଲରେ ହାତୀଙ୍କ ପାଇଁ ପୋଖରୀ ରହିଥିଲେ ମଧ୍ୟ କୌଣସି ପୋଖରୀରେ ପାଣି ନଥିଲା । ଏହା ସହ ଅନେକ ବନ୍ୟଜନ୍ତୁ ଅଧିକ ଖରା ପାଇଁ ଅସୁସ୍ଥ ହୋଇପଡୁଥିବା ନଜିର ରହିଛି । ଗ୍ରୀଷ୍ମ ପ୍ରବାହକୁ ନେଇ ନୂଆପଡାରେ ଏକ କଲରାପତିଆ ବାଘ ଅସୁସ୍ଥ ହୋଇଥିଲା । ତୁରନ୍ତ ବାଘଟିକୁ ସାଲାଇନ ଦିଆଯିବା ପରବର୍ତ୍ତୀ ସମୟରେ ଖାଦ୍ୟ ଖାଇଥିଲା । ତେବେ ଖରାଦିନେ ଯେମିତି ବନ୍ୟପ୍ରାଣୀମାନଙ୍କର ପାଣି ଅଭାବରେ କୌଣସି ସମସ୍ୟା ନହୁଏ ସେଥିପ୍ରତି ବନ୍ୟପ୍ରାଣୀ ସଂରକ୍ଷଣ ତରଫରୁ ପଦକ୍ଷେପ ଗ୍ରହଣ କରାଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.