ETV Bharat / state

ରାଜ୍ୟରେ ଘନଉଛି ବନ୍ୟା ସ୍ଥିତି; ମୁକାବିଲା ପାଇଁ ପ୍ରସ୍ତୁତ କି ସ୍ୱାସ୍ଥ୍ୟ ବିଭାଗ ? ଔଷଧ ମହଜୁଦ ନେଇ କଣ କହିଲେ ଜନସ୍ୱାସ୍ଥ୍ୟ ନର୍ଦ୍ଦେଶକ - Odisha Flood Situation

author img

By ETV Bharat Odisha Team

Published : Aug 10, 2024, 12:14 PM IST

Flood Situation in Odisha: ବର୍ଷା ଯୋଗୁ ରାଜ୍ୟରେ ବନ୍ୟା ସ୍ଥିତି ଉପୁଜିଥିବା ବେଳେ ଏହାର ମୁକାବିଲା କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତୁତ ଅଛି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନର୍ଦ୍ଦେଶକ ନିଳକଣ୍ଠ ମିଶ୍ର । ଅଧିକ ପଢନ୍ତୁ

Flood Situation in Odisha
Flood Situation in Odisha (ETV Bharat Odisha)

ଭୁବନେଶ୍ୱର: ରାଜ୍ୟରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ସ୍ଥିତି ଉପୁଜିଲାଣି । ମହାନଦୀ ଓ ଏହାର ଶାଖା ନଦୀଗୁଡିକରେ ଜଳସ୍ତର ଫୁଲିବାରେ ଲାଗିଛି । ଯାହାକୁ ନେଇ ଲୋକମାନଙ୍କ ମଧ୍ୟରେ ବନ୍ୟା ଆତଙ୍କ ଦେଖିବାକୁ ମିଳିଲାଣି । ତେବେ ରାଜ୍ୟରେ ବନ୍ୟା ସ୍ଥିତିର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତୁତ ରହିଛି ବୋଲି କହିଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ।

ପ୍ରସ୍ତୁତ ରହିଛି ସ୍ୱାସ୍ଥ୍ୟ ବିଭାଗ:

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ରଙ୍କ କହିଛନ୍ତି, "ବନ୍ୟା ସମୟର ସଂକ୍ରମଣ ରୋକିବା ଓ ଆଶ୍ରୟ ସ୍ଥଳରେ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତୁତ ରହିଛି । ବନ୍ୟା ସମୟରେ ଜଳବାହିତ ସଂକ୍ରମଣ ଯେପରିକି ହଇଜା ଓ ଝାଡ଼ାବାନ୍ତି ଏହାସହ ସାପ କାମୁଡା ଭଳି ସମସ୍ୟାର ସମାଧାନ ପାଇଁ ସରକାର ପ୍ରସ୍ତୁତ ଅଛନ୍ତି । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି । ରାଜ୍ୟର ସବୁ ଡାକ୍ତରଖାନାରେ ପର୍ଯ୍ୟାପ୍ତ ଔଷଧ ମହଜୁଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବନ୍ୟା ସମୟରେ ବନ୍ୟା ପ୍ରପୀଡ଼ିତଙ୍କ ପାଇଁ ଯେଉଁ ଆଶ୍ରୟସ୍ଥଳୀ ହୋଇଛି ସେଠାରେ ସ୍ୱାସ୍ଥ୍ୟ ସେବା କିଭଳି ସୁବିଧାରେ ଯୋଗାଇ ଦିଆଯିବ ସେନେଇ ଆଶା ଓ ଅଙ୍ଗନଓ୍ବାଡି କର୍ମୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଶୁଦ୍ଧ ପାଣି ବ୍ୟବହାର ପାଇଁ ସ୍ୱାସ୍ଥ୍ୟ ବିଭାଗ ଅନୁରୋଧ କରିଛି । ସବୁ ହସ୍ପିଟାଲରେ ଭିନ୍ନ ଭିନ୍ନ ରୋଗ ପାଇଁ ମେଡ଼ିସିନ ରଖାଯାଇଥିବା ବେଳେ ଗର୍ଭବତୀ ରହିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ବିଶେଷକରି ହାଲୋଜିନ ବଟିକା ସହ ସାପକାମୁଡା ମେଡ଼ିସିନ ପର୍ୟାପ୍ତ ମହଜୁଦ ଅଛି ।"

ଏହାମଧ୍ୟ ପଢନ୍ତୁ... ରାଜ୍ୟରେ ମାଡୁଛି ଡେଙ୍ଗୁ, ମ୍ୟାଲେରିଆ; କେମିତି ରୋକିବେ ସରକାର, କ’ଣ ଆକ୍ସନ ପ୍ଲାନ ? ଏମିତି କହିଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଧେଶକ - Waterborne Diseases In Odisha

ଏହାମଧ୍ୟ ପଢନ୍ତୁ... ମାଲକାନଗିରିରେ ବ୍ୟାପୁଛି ଝାଡାବାନ୍ତି; ତତ୍ପର ସ୍ୱାସ୍ଥ୍ୟ ବିଭାଗ, ସ୍ୱଚ୍ଛ ପାଣି ଓ ଖାଦ୍ୟ ଉପରେ ଗୁରୁତ୍ୱ - diarrhea cases in malkangiri

ରାୟଗଡା ଝାଡାବାନ୍ତି ଖବର ବିଷୟରେ ଏଭଳି କହିଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ:

ଅନ୍ୟପଟେ ରାୟଗଡାରେ ଝାଡ଼ାବାନ୍ତି ବ୍ୟାପୁଥିବା ପ୍ରସଙ୍ଗରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, "ସେଠାରେ ଏଯାବତ କିଛି ଖରାପ ଖବର ଆସିନାହିଁ, ସ୍ଥିତି ଏବେବି ନିୟନ୍ତ୍ରଣରେ ରହିଛି । ସ୍ଥିିତି ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ଡାକ୍ତରୀ ଦଳ ନିୟୋଜିତ ଥିବା ସହ ଭୁବନେଶ୍ୱରରୁ ମଧ୍ୟ ଡାକ୍ତରୀ ଦଳ ଯାଇ ସମୀକ୍ଷା କରୁଛନ୍ତି । ବର୍ଷା ଦିନରେ ବିଶେଷକରି ଅପରିଷ୍କାର ପାଣି ଯୋଗୁ ଝାଡ଼ାବାନ୍ତି ବ୍ୟାପୁଥିବା ବେଳେ ସ୍ଵଚ୍ଛ ଓ ଶୁଦ୍ଧ ପାଣି ପିଇବାକୁ ଅନୁରୋଧ କରୁଛି ।"

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.