ETV Bharat / state

ବୌଦ୍ଧରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି; ଡାକ୍ତରଖାନାରେ ଲହଡି ଭାଙ୍ଗୁଛି ପାଣି, ସ୍ଥିତି ସାଂଘାତିକ - Boudh heavy rainfall

author img

By ETV Bharat Odisha Team

Published : Aug 7, 2024, 10:16 AM IST

Updated : Aug 7, 2024, 11:51 AM IST

Boudh heavy rainfall: ଲଗାଣ ବର୍ଷାରେ ବେହାଲ ବୌଦ୍ଧ ଜିଲ୍ଲା । ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଜିଲ୍ଲା ସଦର ମହକୁମାର ବିଭିନ୍ନ ବସ୍ତି ତଥା ସରକାରୀ କାର୍ଯ୍ୟାଳୟ ଭିତରେ ବର୍ଷା ଜଳ ନିଷ୍କାସନ ନହୋଇ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଅଧିକ ପଢନ୍ତୁ

Boudh heavy rainfall
Boudh heavy rainfall (ETV Bharat Odisha)

ବୌଦ୍ଧ: ଲଗାଣ ବର୍ଷାରେ ବେହାଲ ବୌଦ୍ଧ ଜିଲ୍ଲା । ପ୍ରବଳ ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ମହାନଦୀ ସମେତ ଏହାର ଉପନଦୀଗୁଡିକରେ ବନ୍ୟାଜଳ ଯୋଗୁଁ ନଦୀକୂଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ଦେଖିବାକୁ ମିଳିଛି । ଏପରିକି ଜିଲ୍ଲାର ସଦର ମହକୁମାର ବିଭିନ୍ନ ବସ୍ତି ଅଞ୍ଚଳ ତଥା ସରକାରୀ କାର୍ଯ୍ୟାଳୟ ଭିତରେ ଲଗାଣ ବର୍ଷାରେ ଜଳ ନିଷ୍କାସନ ହୋଇ ନପାରିବାରୁ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଫୁଲୁଛି ମହାନଦୀ:

ଫୁଲୁଛି ମହାନଦୀ ସମେତ ଏହାର ଉପନଦୀ । ଫଳରେ ତଳ ମୁଣ୍ଡରେ ତଥା ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଗତ ସୋମବାରଠାରୁ ବୌଦ୍ଧରେ ଲଗାଣ ବର୍ଷା ଜାରି ରହିଥିବାବେଳେ ପ୍ରବଳ ବର୍ଷା ଯୋଗୁଁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ବୌଦ୍ଧ ଜିଲ୍ଲାର ବିଭିନ୍ନ ନଦୀନାଳରେ ବନ୍ୟା ଜଳ ପ୍ରବାହିତ ହେବାରେ ଲାଗିଛି ।

ଜଳମଗ୍ନ ଚାଷ ଜମି:

ଲଗାଣ ବର୍ଷା ଯୋଗୁଁ ବୌଦ୍ଧର ବିଭିନ୍ନ ତଳିଆ ଅଞ୍ଚଳରେ ଥିବା ଗ୍ରାମ ତଥା ଚାଷ ଜମି ଜଳମଗ୍ନ ହୋଇଯାଇଛି । ଗତକାଲି (ମଙ୍ଗଳବାର) ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ମହାନଦୀର ବନ୍ୟାଜଳ ପହଞ୍ଚିବା ସହିତ କେନ୍ଦ୍ରୀୟ ବିଦ୍ୟାଳୟ ଭିତରେ ପାଞ୍ଚ ଫୁଟ ଉଚ୍ଚରେ ବନ୍ୟାଜଳ ଲହଡି ମାରୁଥିଲା । ମହାନଦୀରେ ବନ୍ୟାଜଳ ଯୋଗୁଁ ସହରର ହନୁମାନ ମନ୍ଦିର ଓ ଜଗନ୍ନାଥ ସଡକର ବିଭିନ୍ନ ସ୍ଥାନରେ ବନ୍ୟାପାଣି ଲହରୀ ମାରୁଛି । ଯେଉଁଥିପାଇଁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି । ଏହାଛଡା ହରଭଙ୍ଗା ବ୍ଲକର ଶହ ଶହ ଏକର ଜମିରେ ବନ୍ୟାପାଣି ମାଡି ଯାଇଛି ।

ଡାକ୍ତରଖାନାରେ ଆଣ୍ଠୁଏ ପାଣି:

ସେପଟେ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଲଗାଣ ବର୍ଷା ଯୋଗୁଁ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା । ଜଳବନ୍ଦୀ ସମସ୍ୟା ଯୋଗୁଁ ଡାକ୍ତରଖାନାର ବିଭିନ୍ନ ଓ୍ବାର୍ଡରେ ଆଣ୍ଠୁଏ ଉଚ୍ଚର ନର୍ଦ୍ଦମା ପାଣି ଲହଡି ମାରୁଥିବା ଦେଖାଯାଇଥିଲା । ଫଳରେ ରୋଗୀ ଓ ତାଙ୍କ ସମ୍ପର୍କୀୟମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବା ସହିତ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ । ବର୍ଷା ପାଣି ଅଫିସ ଭିତରେ ପଶିବା ଯୋଗୁଁ ଗତକାଲି ବୌଦ୍ଧ ସବରେଜିଷ୍ଟାର ଅଫିସ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଥିଲା ।

ବର୍ଷା ସ୍ଥିତିକୁ ନେଇ ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ କହିଛନ୍ତି, "3 ବ୍ଲକକୁ ଆଲର୍ଟ କରାଯାଇଛି । ବନ୍ୟା ପରିସ୍ଥିତି ଉପରେ ନଜର ରଖାଯାଇଛି । ସ୍ଥିତି ଦେଖି ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇ ରନ୍ଧା ଖାଦ୍ୟ ବିତରଣ କରାଯିବ ।"

ଇଟିଭି ଭାରତ, ବୌଦ୍ଧ

Last Updated : Aug 7, 2024, 11:51 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.