ETV Bharat / state

ସାପ୍ତାହିକ ହାଟରେ ଗୁଳିକାଣ୍ଡ, ତିନି ଗିରଫ - Firing In Weekly Market

Firing In Weekly Market: ସୁନ୍ଦରଗଡ଼ କଲୁଙ୍ଗାର କରୁଆବାହାଲ ସାପ୍ତାହିକ ହାଟରେ ଜଣେ ଯୁବକ ଗୁଳିକାଣ୍ଡ ଶିକାର । ଜମିବାଡ଼ି କିଣାବିକାକୁ ଗୁଳିକାଣ୍ଡ ଘଟିଥିବା ସୂଚନା । ଅଭିଯୁକ୍ତଙ୍କ ଠାରୁ ୨ଟି ପିସ୍ତଲ, ୭ ରାଉଣ୍ଡ ଜୀବନ୍ତ ଗୁଳି ଜବତ କରିଛି ପୋଲିସ । ଅଧିକ ପଢନ୍ତୁ

ସାପ୍ତାହିକ ହାଟରେ ଗୁଳିକାଣ୍ଡ , ତିନି ଗିରଫ
ସାପ୍ତାହିକ ହାଟରେ ଗୁଳିକାଣ୍ଡ , ତିନି ଗିରଫ
author img

By ETV Bharat Odisha Team

Published : Mar 9, 2024, 7:34 PM IST

ରାଉରକେଲା: ସାପ୍ତାହିକ ହାଟରେ ଗୁଳିକାଣ୍ଡ ଘଟଣା ତିନି ଗିରଫ । ସୁନ୍ଦରଗଡ଼ ଜିଲ୍ଲା ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ କଲୁଙ୍ଗାର କରୁଆବାହାଲ ସାପ୍ତାହିକ ହାଟରେ ଗତକାଲି (ଶୁକ୍ରବାର) ଅପରାହ୍ନରେ ଗୁଳିକାଣ୍ଡ ଘଟିଥିଲା । ଏଥିରେ ଜଣେ ଯୁବକ ଗୁରୁତର ଆହତ ହୋଇଥିଲେ । ଯୁବକଙ୍କ ପିଠିରେ ଗୋଟିଏ ଗୁଳି ବାଜିଛି ଥିବାବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏହି ଘଟଣାରେ ଫେରାର ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ତେବେ ଅସ୍ତ୍ରୋପଚାର ପରେ ପିଠିରୁ ଗୁଳି ବାହାରି ଥିବା ଜଣାପଡ଼ିଛି ।

ତେବେ ଜମି କିଣାବିକା କିମ୍ବା ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ଗୁଳିକାଣ୍ଡ ହୋଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ତେବେ ମୁଖ୍ୟ ଅଭିଯୁକ୍ତ ସମେତ ୩ ଜଣକୁ ବ୍ରାହ୍ମଣୀ ତରଙ୍ଗ ଓ କୁଆରମୁଣ୍ଡା ଫାଣ୍ଡି ପୋଲିସ କୁଆରମୁଣ୍ଡା ବଜାରର ଏକ ମଦ ଦୋକାନ ନିକଟରୁ ଗିରଫ କରିଛି । ସେମାନଙ୍କ ନିକଟରୁ ୨ଟି ପିସ୍ତଲ, ୭ ରାଉଣ୍ଡ ଜୀବନ୍ତ ଗୁଳି ପୋଲିସ ଜବତ କରିଛି । ଅଭିଯୁକ୍ତ ମାନେ ହେଲେ ସୁନୀଲ ମାଝି, ବିନୟ ଲୋହାର ଓ ଝାଡ଼ଖଣ୍ଡର ବିଶାଳ ସିଂହ । ଅଭିଯୁକ୍ତମାନଙ୍କ ନାଁରେ ପୂର୍ବରୁ ଅନେକ ଅପରାଧିକ ମାମଲା ରହିଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ମୁତାବକ, କଲୁଙ୍ଗା କରୁଆବାହାଲ ବଜାରଦାଣ୍ଡ ବସ୍ତିରେ ସୁରେଶ ସୁରିନ ରୁହନ୍ତି । ଗତ ଦୁଇ ବର୍ଷ ଧରି ସୁନୀଲ ମାଝି ସହ ଜମିବାଡ଼ି କିଣାବିକାକୁ ନେଇ ତାଙ୍କର ବିବାଦ ଲାଗି ରହିଥିଲା । ଗତ ଗୁରୁବାର ଦିନ କୌଣସି କଥାକୁ ନେଇ ଦୁହିଁଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏହାପରେ ଶୁକ୍ରବାର ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ସୁରେଶ କରୁଆବାହାଲ ସାପ୍ତାହିକ ହାଟକୁ ଆସିଥିଲେ । ହାଟରେ ଅନ୍ୟ ଜଣଙ୍କ ସହ କଥା ହେଉଥିଲାବେଳେ ଏକ ବାଇକ୍‌ରେ ସୁନୀଲ, ବିନୟ ଓ ବିଶାଳ ପହଞ୍ଚି ପାଟିତୁଣ୍ଡ କରିଥିଲା । ପ୍ରତିବାଦ କରିବାରୁ ସୁନୀଲ ପକେଟରୁ ଏକ ପିସ୍ତଲ ବାହାର କରି ସୁରେଶଙ୍କ ଉପରକୁ ଗୋଟିଏ ରାଉଣ୍ଡ ଗୁଳି ଚଳାଇଥିଲା ।

ଏହା ମଧ୍ୟ ପଢନ୍ତୁ.......ମାଓଗଡ଼ରେ ଦମ୍ପତିଙ୍କୁ ବୀଭତ୍ସ ହତ୍ୟା: ପୋଲିସ ଇନଫର୍ମର ସନ୍ଦେହ ନା ପୂର୍ବଶତୃତା ? ଜଣାପଡୁନି କାରଣ

ତେବେ ଗୁଳିଟି ତାଙ୍କ ପିଠିରେ ବାଜିବାରୁ ସେ ତଳେ ପଡିଯାଇଥିଲେ । ଗୁଳିକାଣ୍ଡ ପରେ ଅଭିଯୁକ୍ତ ମାନେ ଘଟଣା ସ୍ଥଳରୁ ବାଇକରେ ‌ଫେରାର ହୋଇଯାଇଥିଲା । ସୁରେଶଙ୍କୁ ଗୁରୁତର ଅବସ୍ଥା ତାଙ୍କ ସମ୍ପର୍କୀୟ ମାନେ ଉଦ୍ଧାର ଆର୍‌ଜିଏଚ୍‌କୁ ଆଣିଥିଲେ । ଖବର ପାଇ କଲୁଙ୍ଗା ଫାଣ୍ଡି ପୋଲିସ ସୁନୀଲ ଓ ତା’ର ଦୁଇ ସହଯୋଗୀଙ୍କ ପିଛା କରିଥିଲେ ହେଁ, ତା’ର ପତ୍ତା ମିଳିନଥିଲା । ଫେରାର ତିନି ଯୁବକ କଲୁଙ୍ଗାରୁ ଫେରାର ହୋଇ କୁଆରମୁଣ୍ଡା ବଜାରରେ ପହଞ୍ଚି ଏକ ମଦ ଦୋକାନକୁ ଯାଇଥିଲେ । ସେଠାରେ ମଦ ଦୋକାନୀକୁ ମଦ ମାଗିବା ସହ ବଟି ମାଗିବା ସହ ଧମକ ଚମକ ମଧ୍ୟ ଦେଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ମଦ ଦୋକାନର କର୍ମଚାରୀ ଏବଂ ଯୁବକଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପିଛା କରିଥିବା ବ୍ରାହ୍ମଣୀ ତରଙ୍ଗ ଓ କୁଆରମୁଣ୍ଡା ଫାଣ୍ଡି ପୁଲିସ ପହଞ୍ଚି ସେଠାରୁ ତିନିଜଣଙ୍କୁ ଗିରଫ କରିଥିଲେ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.