ETV Bharat / state

ରୋଗୀ ସୁରକ୍ଷାକୁ ଗୁରୁତ୍ବ, ଏଣିକି ମେଡିକାଲରେ ନିୟମିତ ଯାଞ୍ଚ ହେବ ଅଗ୍ନି ନିର୍ବାପକ ଯନ୍ତ୍ର - Fire extinguishers in Medical

author img

By ETV Bharat Odisha Team

Published : Jul 14, 2024, 9:24 PM IST

Fire extinguishers in Medical: ଏଣିକି ମେଡିକାଲରେ ନିୟମିତ ଯାଞ୍ଚ ହେବ ଅଗ୍ନି ନିର୍ବାପକ ଯନ୍ତ୍ର । ଟାସ୍କ ଫୋର୍ସ ଗଠନ କରିବାକୁ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ

Fire extinguishers in Medical
Fire extinguishers in Medical (ETV Bharat Odisha)

ଭୁବନେଶ୍ବର: କଟକ ତେଲେଙ୍ଗାବଜାର ସ୍ଥିତ ଦୁଇଟି ନର୍ସିଂ ହୋମରେ ଅଗ୍ନିକାଣ୍ଡ ଘଟଣା ପରେ ସଜାଗ ରାଜ୍ୟ ସରକାର । ଏଣିକି ମେଡିକାଲରେ ନିୟମିତ ଯାଞ୍ଚ ହେବ ଅଗ୍ନି ନିର୍ବାପକ ଯନ୍ତ୍ର । ଏନେଇ ସ୍ବାସ୍ଥ୍ୟ ବିଭାଗ, ଗୃହ ବିଭାଗ ଏବଂ ବିଦୁ୍ୟତ ନିରୀକ୍ଷକଙ୍କୁ ନେଇ ମିଳିତ ଟାସ୍କ ଫୋର୍ସ ଗଠନ କରାଯିବାକୁ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ନିର୍ଦ୍ଦେଶ ଦେଇଛନ୍ତି । ଭବିଷ୍ୟତରେ ଅଗ୍ନିକାଣ୍ଡଜନିତ ଦୁର୍ଘଟଣା ରୋକିବା ପାଇଁ ଏହି ଟାସ୍କ ଫୋର୍ସ କାର୍ଯ୍ୟ କରିବ ।

ସ୍ବାସ୍ଥ୍ୟ ସେବା ଯୋଗାଉଥିବା ସମସ୍ତ ସରକାରୀ ଓ ଘରୋଇ ହସ୍ପିଟାଲରେ ଅଗ୍ନି ନିରାପତ୍ତା ସୁନିଶ୍ଚିତ କରିବା ଏକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ଏବଂ ବିଭିନ୍ନ ବିଭାଗ ଏଥି ପାଇଁ ମିଳିତ ଭାବେ କାର୍ଯ୍ୟ କରିବା ଆବଶ୍ୟକ । ମେଡିକାଲ କଲେଜ ଏବଂ ହସ୍ପିଟାଲ୍‌, ଜିଲ୍ଲା ସଦର ମହକୁମା ହସ୍ପିଟାଲ ସମେତ ସମସ୍ତ ସରକାରୀ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ ଭବିଷ୍ୟତରେ ଅଗ୍ନିକାଣ୍ଡଜନିତ ଦୁର୍ଘଟଣା ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ଏ ସମ୍ପର୍କରେ ସତର୍କତାମୂଳକ ପଦକ୍ଷେପ ନେବା ପାଇଁ ବିଭିନ୍ନ ସମୟରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଉଛି ।

ଶନିବାର କଟକର ତେଲେଙ୍ଗାବଜାର ସ୍ଥିତ ଦୁଇଟି ନର୍ସିଂ ହୋମରେ ଅଗ୍ନିକାଣ୍ଡ ପରେ ସ୍ବାସ୍ଥ୍ୟ ବିଭାଗ କମିଶନର ତଥା ଶାସନ ସଚିବ ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ସ୍ବାସ୍ଥ୍ୟ ଅନୁଷ୍ଠାନର ମୁଖ୍ୟମାନଙ୍କୁ ଏ ସମ୍ପର୍କରେ ରହିଥିବା ନିର୍ଦ୍ଦେଶନାମାକୁ କଡ଼ାକଡି ଭାବେ ଅନୁପାଳନ ଓ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଡାକ୍ତରଖାନା ଗୁଡ଼ିକରେ ନିୟମିତ ଭାବରେ ଅଗ୍ନି ନିର୍ବାପକ ଯନ୍ତ୍ର, ହାଇଡ୍ରାଣ୍ଟ ଏବଂ ଆଲାର୍ମର ଯାଞ୍ଚ କରିବା, ନିଆଁ ଲିଭାଇବା ଯନ୍ତ୍ରର ସମାପ୍ତି ତାରିଖ, ହାଇଡ୍ରାଣ୍ଟର ୱାଟର ପ୍ରେସର ସହ ଅଗ୍ନି ଆଲାର୍ମ ବ୍ୟବସ୍ଥାର କାର୍ଯ୍ୟକାରିତା ନେଇ ଯାଞ୍ଚ କରିବା ଆବଶ୍ୟକ।

ଏହା ବି ପଢନ୍ତୁ- ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣା: ଆଖି ବୁଜିଲା ଶିଶୁକନ୍ୟା, ସ୍ୱାସ୍ଥ୍ୟ ବିଭାଗର ତନାଘନା

ସମସ୍ତ ଅଗ୍ନି ନିର୍ବାପକ ଯନ୍ତ୍ରର ରକ୍ଷଣାବେକ୍ଷଣ ଓ ମାସିକ ଯାଞ୍ଚ ଏବଂ ହାଇଡ୍ରାଣ୍ଟର ତ୍ରୈମାସିକ ଯାଞ୍ଚ ଏବଂ ଭାରତୀୟ ମାନକ ଅନୁସାରେ ଏଗୁଡ଼ିକର ବୃତ୍ତିଗତ ନିରୀକ୍ଷଣ କରାଯିବା ଆବଶ୍ୟକ । ରୋଗୀମାନଙ୍କ ପାଇଁ ଉଦ୍ଦିଷ୍ଟ କକ୍ଷ, ହଲ୍‌ ତଥା ସାଧାରଣ ଏରିଆରେ ଧୁଆଁ ଡିଟେକଫର ଏବଂ ଫାୟାର ଆଲାର୍ମ ସ୍ଥାପନ କରାଯିବ । ସମୟ ଅନୁଯାୟୀ ଏହାର ଯାଞ୍ଚ ଏବଂ ବଦଳାଯିବା ଆବଶ୍ୟକ । ହସ୍ପିଟାଲ୍‌ ଆଇସିୟୁ, ଅପରେସନ୍‌ ଥିଏଟର ଆଦି ମୁଖ୍ୟ ଅଞ୍ଚଳର ସ୍ବୟଂଶାସିତ ସିଞ୍ଚନ ଯନ୍ତ୍ର ସ୍ଥାପନ କରାଯିବ ଯାହାକି ଆଲାର୍ମ ସହିତ ସଂଯୁକ୍ତ ହୋଇ ଅଗ୍ନିକାଣ୍ଡବେଳେ କାର୍ଯ୍ୟକ୍ଷମ ହୋଇପାରିବ ।

ନ୍ୟାସନାଲ ଇଲେକ୍ଟ୍ରିକାଲ କୋଡ୍‌ ଅଫ୍‌ ଇଣ୍ଡିଆ ୨୦୨୩ ଅନୁଯାୟୀ ସମସ୍ତ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ ଥିବା ସୁରକ୍ଷା ବ୍ୟବସ୍ଥାକୁ ଅଗ୍ନି ନିରାପତ୍ତା ଅଧିକାରୀ, ଜିଇଡିର ଇଂଜିନିୟର୍ସ ଏବଂ ପିଡବ୍ଲୁ୍ୟଡିଙ୍କୁ ନେଇ ଏକ ବିଶେଷଜ୍ଞ ଦଳ ଯାଞ୍ଚ କରିବେ ଏବଂ ସମସ୍ତ ଯନ୍ତ୍ରପାତି ଓ ସଂଯୋଗୀକରଣ ଉପରେ ସର୍ଭେ କରି ଜଣାଇବେ । ଇଲେକ୍ଟ୍ରିକାଲ ବିଭାଗର ରିପୋର୍ଟକୁ ଆଧାର କରି ସ୍ବାସ୍ଥ୍ୟ ବିଭାଗ ତୁରନ୍ତ ସଂଶୋଧନ ପଦକ୍ଷେପ ଗ୍ରହଣ କରିବେ । ଏହି ପରିପ୍ରେକ୍ଷୀରେ ଅଗ୍ନି ନିରାପତ୍ତା ଅଧିକାରୀଙ୍କ ପ୍ରମାଣପତ୍ର ଜରୁରୀ । ଶକ୍ତି ଉତ୍ସକୁ ଓଭର ଲୋଡ଼ିଂରୁ ଦୂରେଇ ରଖିବା ଏବଂ ଏକାଧିକ ଉଚ୍ଚଶକ୍ତିସଂପନ୍ନ ଉପକରଣଗୁଡ଼ିକୁ ଗୋଟିଏ ସର୍କିଟ ସହିତ ସଂଯୁକ୍ତ ନକରିବା ଉପରେ ଦୃଷ୍ଟିଦେବାକୁ ଏବଂ ବିଦୁ୍ୟତ ବଣ୍ଟନକୁ ନିୟମିତ ସମୀକ୍ଷା କରାଯିବା ଆଦି ପଦକ୍ଷେପ ନିଆଯିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.