ETV Bharat / state

କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ରୋଗୀ - କଳାହାଣ୍ଡି ହସ୍ପିଟାଲରେ ନିଆଁ

Fire Breaks Out At Kalahandi Hospital: କଳାହାଣ୍ଡିର ଶହୀଦ ରେଣ୍ଡୋ ମାଝୀ ହସ୍ପିଟାଲ ଏମସିଏଚରେ ବିଲ୍ଡିଂରେ ଅଗ୍ନିକାଣ୍ଡ । କାହାର କିଛି କ୍ଷୟକ୍ଷତି ହୋଇନଥିବା ସୂଚନା । ଅଧିକ ପଢନ୍ତୁ

ହସ୍ପିଟାଲରେ ଅଗ୍ନିକାଣ୍ଡ
fire breaks out in Hospital
author img

By ETV Bharat Odisha Team

Published : Jan 23, 2024, 7:17 AM IST

Updated : Jan 23, 2024, 7:33 AM IST

ହସ୍ପିଟାଲରେ ଅଗ୍ନିକାଣ୍ଡ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ । ଗତକାଲି(ସୋମବାର) ବିଳମ୍ବିତ ରାତିରେ କଳାହାଣ୍ଡିର ଶହୀଦ ରେଣ୍ଡୋ ମାଝୀ ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି । ହସ୍ପିଟାଲର ଏମସିଏଚର ଚତୁର୍ଥ ମହଲାରେ ଲାଗିଛି ନିଆଁ । ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ତେବେ ଅଗ୍ନିକାଣ୍ଡରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ରୋଗୀ । ନିଆଁ ଲାଗିବା ପରେ ହସ୍ପିଟାଲରେ ଭୟର ବାତାବରଣ ଖେଳି ଯାଇଥିଲା । ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ଏଣେତେଣେ ଦୌଡିବାକୁ ଲାଗିଥିଲେ । ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ତେବେ ଅଗ୍ନିକାଣ୍ଡ ପରେ 3 ଘଣ୍ଟା ପର୍ଯ୍ୟନ୍ତ ରୋଗୀ ମେଡିକାଲ ବାହାରେ ବସି ରହିଥିବା ଦେଖିବାକୁ ମିଳିଥିଲା ।

ମିଳିଥିବା ସୂଚନା ଅନୁଯାୟୀ, ସୋମବାର ରାତି ପ୍ରାୟ 11ଟା 30ରୁ 12ଟା ମଧ୍ୟରେ ରେଣ୍ଡୋ ମାଝୀ ଭେଷଜ ହସ୍ପିଟାଲର ଚତୁର୍ଥ ମହଲାର ୩୯ ନମ୍ବର ବେଡ ନିକଟରେ ଥିବା ଫାୟାର ଆଲାର୍ମ ବାଜି ଉଠିଥିଲା । ଦାୟିତ୍ୱରେ ଥିବା ଆଟେଣ୍ଡାନ୍ସ ଖବର ପାଇ ବେଡ ନିକଟକୁ ଯାଇ ରୋଗୀଙ୍କ ସମ୍ପର୍କୀୟଙ୍କ ସହ କଥା ହେବା ପରେ ନିଆଁ ଲାଗିଥିବା ଜାଣିବାକୁ ପାଇଥିଲେ । ଏନେଇ ସେ ତୁରନ୍ତ ମେଡ଼ିକାଲ ଅଧିକାରୀଙ୍କୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ମେଡିକାଲ ଅଧିକାରୀ ପହଞ୍ଚିବା ସହ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଏସପି ଓ ଜିଲ୍ଲାପାଳ ମଧ୍ୟ ମେଡିକାଲରେ ପହଞ୍ଚି ସମସ୍ତ ରୋଗୀଙ୍କୁ ଉଦ୍ଧାର କରି ତଳକୁ ଆଣିଥିଲେ ।

ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଆରମ୍ଭ କରିଥିଲା । ଶେଷରେ 2 ଘଣ୍ଟାର ଅପରେସନ ପରେ ନିଆଁକୁ ଆୟତ୍ତ କରାଯାଇଥିଲା । ତେବେ ସର୍ଟ ସର୍କିଟ ଯୋଗୁଁ ମେଡିକାଲରେ ଏହି ନିଆଁ ଲାଗିଥିବା ନେଇ ଅତିରିକ୍ତ ଜିଲ୍ଲା ମେଡିକାଲ ଅଧିକାରୀ ରଞ୍ଜନ ମିତ୍ର ସୂଚନା ଦେଇଛନ୍ତି । ହସ୍ପିଟାଲରେ ଅଗ୍ନିକାଣ୍ଡ ପରେ ସମସ୍ତ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ସୌଭାଗ୍ୟବଶତଃ ଏଥିରେ କାହାର କିଛି କ୍ଷୟକ୍ଷତି ହୋଇନଥିବା ସୂଚନା ରହିଛି ।

ଜଣେ ରୋଗୀଙ୍କ ସମ୍ପର୍କୀୟ କହିଛନ୍ତି, ''ନିଆଁ ଲାଗିବା ଖବର ପାଇବା ପରେ ରୋଗୀଙ୍କୁ ତାଙ୍କ ସମ୍ପର୍କୀୟମାନେ ହସ୍ପିଟାଲ ବାହାରକୁ ଆଣିଦେଇଥିଲେ । କାହାର କିଛି କ୍ଷୟକ୍ଷତି ହୋଇନାହିଁ । ହେଲେ ରୋଗୀମାନେ ହଇରାଣ ହେଉଛନ୍ତି । ''

ମେଡିକାଲ ଏଡିଏମଓ ରଞ୍ଜନ ମିତ୍ର କହିଛନ୍ତି, ''ହସ୍ପିଟାଲର ଏମସିଏଚ ବିଲ୍ଡିଂରେ ରାତି 12ଟା ସମୟରେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ମୋତେ ସୂଚନା ମିଳିଥିଲା । ଘଟଣାସ୍ଥଳରେ ପହଞ୍ଚିବା ପରେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲୁ । ସମସ୍ତ ରୋଗୀ ସୁରକ୍ଷିତ ଅଛନ୍ତି । କାହାର କିଛି କ୍ଷୟକ୍ଷତି ହୋଇନାହିଁ । ନିଆଁ ଲିଭା ସରିଛି । ଡରିବାର କିଛି ନାହିଁ । 4 ନମ୍ବର ମହଲାରେ ନିଆଁ ଲାଗିଥିଲା । ବେଡ ନମ୍ବର 39 ଓ 40ରେ କଲ୍ ବେଲ ବାଜିଥିଲା । ପରେ ନିଆଁ ଲାଗିଥିବା ମୋତେ ଆଟେଣ୍ଡାନ୍ସ କହିଥିଲେ ।''

ଇଟିଭି ଭାରତ, କଳାହାଣ୍ଡି

Last Updated : Jan 23, 2024, 7:33 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.