ETV Bharat / state

ଶ୍ରୀମନ୍ଦିରରେ ଅଘଟଣ, ବେଢ଼ାକାଳୀ ମନ୍ଦିରରେ ଲାଗିଲା ନିଆଁ

Fire Breaks Out In Bedha Kali temple: ଶ୍ରୀମନ୍ଦିର ବେଢ଼ାକାଳୀ ମନ୍ଦିରରେ ଅଗ୍ନିକାଣ୍ଡ । ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ସୂଚନା । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Mar 10, 2024, 11:25 AM IST

ବେଢ଼ାକାଳୀ ମନ୍ଦିର
Bedha Kali temple

ପୁରୀ: ଶ୍ରୀମନ୍ଦିରରେ ପୁଣି ଅଘଟଣ । ଶ୍ରୀମନ୍ଦିର ବେଢାରେ ଥିବା ବେଢ଼ାକାଳୀ ମନ୍ଦିରରେ ଲାଗିଲା ନିଆଁ । ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ସୂଚନା । ଟ୍ୟୁବ୍ ଲାଇଟ୍‌ରେ ନିଆଁ ଲାଗିବାରୁ ଧୂଆଁମୟ ହୋଇଯାଇଥିଲା ବେଢ଼ାକାଳୀ ମନ୍ଦିର । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ । ଅଗ୍ନିକାଣ୍ଡରେ କୌଣସି ଭକ୍ତ କି ସେବାୟତ ଆହତ ହୋଇନଥିବା ସୂଚନା ମିଳିଛି । ଗତକାଲି (ଶନିବାର) ରାତିରେ ଏପରି ଅଘଟଣ ଘଟିଥିଲା ।

ମିଳିଥିବା ସୂଚନା ଅନୁୟାୟୀ, ଶନିବାର ରାତି ପ୍ରାୟ 10ଟା 30 ସମୟରେ ଶ୍ରୀମନ୍ଦିରର ବେଢ଼ାକାଳୀ ମନ୍ଦିରରେ ହଠାତ ନିଆଁ ଲାଗିଥିବା ଦେଖିବାକୁ ପାଇଥିଲେ ସେବାୟତ । ପ୍ରଥମେ ଟ୍ୟୁବ୍ ଲାଇଟ୍‌ରେ ନିଆଁ ଲାଗିବାରୁ ଧୂଆଁମୟ ହୋଇଯାଇଥିଲା ବେଢ଼ାକାଳୀ ମନ୍ଦିର । ଏନେଇ ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ଏକ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।

ଏହା ମଧ୍ୟ ପଢନ୍ତୁ-ଶ୍ରୀମନ୍ଦିରରୁ ପୁଣି ଖସିଲା ପଥର, ବଡ଼ ଦେଉଳ ସୁରକ୍ଷା ନେଇ ଉଠିଲା ପ୍ରଶ୍ନ

ଶ୍ରୀମନ୍ଦିରରେ ଗୋଟିଏ ପରେ ଗୋଟିଏ ଅଘଟଣ ସାମ୍ନାକୁ ଆସୁଛି । ଶନିବାର ଭୋର ସମୟରେ ଶ୍ରୀମନ୍ଦିରରୁ ଏକ ପଥର ଖସିଥିଲା । ପଶ୍ଚିମ ଦ୍ଵାର ବରାହ ମନ୍ଦିର ନିକଟରେ ଏହି ଘଟଣା ଘଟିଥିବା ବେଳେ ଭକ୍ତ କି ସେବାୟତ କେହି ଆହତ ହୋଇନଥିଲେ । ଏହି ଘଟଣା ଜଣାପଡିବା ପରେ ଭକ୍ତ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଶ୍ରୀମନ୍ଦିରର ସଂରକ୍ଷଣ କାର୍ଯ୍ୟରେ ଅବହେଳା ହେଉଥିବା ଅଭିଯୋଗ କରିଥିଲେ ଜଗନ୍ନାଥ ପ୍ରେମୀ ।

ଏହା ମଧ୍ୟ ପଢନ୍ତୁ-ଶ୍ରୀମନ୍ଦିରରୁ ପଥର ଖସିବା ଘଟଣା, ଯାଞ୍ଚ କଲା ଏଏସଆଇ

ଗତ କିଛ ଦିନ ତଳେ ଶ୍ରୀମନ୍ଦିର ଉତ୍ତର ଦ୍ଵାର ଗୁମୁଟର ତଳ ପାର୍ଶ୍ଵରେ ଫାଟ ସୃଷ୍ଟି ହୋଇଥିବା ନଜରକୁ ଆସିଥିଲା । ଗୁମୁଟର ତଳେ ଥିବା ପଦ୍ମ ଭଳି ପାଖୁଡ଼ା କାରୁକାର୍ଯ୍ୟ ସମ୍ପୂର୍ଣ୍ଣ ଫାଟି ଯାଇଛି । ଏଠାରେ ଲାଗିଥିବା ପଥରର ଏକାଧିକ ବାର ଫାଟ ରହିଛି । ଯାହାକୁ ନେଇ ନାନା ଆଶଙ୍କା ପ୍ରକାଶ ପାଇଛି । ଆଗାମୀ ଦିନରେ ଏହା ଗୁମୁଟ ପ୍ରତି ବିପଦ ସୃଷ୍ଟି କରିପାରେ । ଗୁମୁଟ ଭୁଶୁଡି ପଡ଼ିବାର ଆଶଙ୍କା କରାଯାଉଛି । ସେପଟେ ଏହି ଘଟଣା ନଜରକୁ ଆସିବା ପରେ ଜଗନ୍ନାଥ ପ୍ରେମୀ ଓ ସେବାୟତ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଥଲା । ରାଜ୍ୟ ସରକାର, ଏଏସଆଇର ଅବହେଳା ପାଇଁ ମନ୍ଦିର ଏବେ ବିପଦ ମୁହଁକୁ ଠେଲି ହୋଇଯାଇଥିବା ଭକ୍ତ ଅଭିଯୋଗ କରିଥିଲେ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.