ETV Bharat / state

ଆଜି ବିଧାନସଭାରେ ଉପସ୍ଥାପନ ହେବ କାମଚଳା ବଜେଟ୍ - Odisha Assembly Budget Session

Odisha Budget: 2024-25 ଆର୍ଥିକ ବର୍ଷ ପାଇଁ ଆଜି ବିଧାନସଭାରେ ଆଗତ ହେବେ ରାଜ୍ୟ ବଜେଟ । ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଉପସ୍ଥାପନ କରିବେ କାମଚଳା ବଜେଟ । ଅଧିକ ପଢନ୍ତୁ

ଓଡିଶା ବଜେଟ
Odisha Budget
author img

By ETV Bharat Odisha Team

Published : Feb 8, 2024, 7:26 AM IST

ଭୁବନେଶ୍ୱର: ଆଜି ବିଧାନସଭାରେ ଉପସ୍ଥାପନ ହେବ ରାଜ୍ୟ ବଜେଟ । ବର୍ଷକର ଆୟବ୍ୟୟ ହିସାବ ଦେଇ 2024-25 ଆର୍ଥିକ ବର୍ଷର 4 ମାସ ପାଇଁ ଗୃହରେ କାମଚଳା ବଜେଟ୍ ଆଗତ କରିବେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ବିଧାନସଭା ବଜେଟ ଅଧିବେଶନର ଚତୁର୍ଥ ଦିନରେ ଅପରାହ୍ନ 4ଟାରେ ବଜେଟ ଉପସ୍ଥାପନ ହେବ । ଏହା ନବୀନ ସରକାରର ପଞ୍ଚମ ପାଳିର ଶେଷ ବଜେଟ । ନିର୍ବାଚନ ପାଇଁ ଏଥର ପୂର୍ଣ୍ଣାଙ୍ଗ ବଜେଟ ଆଗତ ହୋଇପାରୁନଥିବା ବେଳେ ଅର୍ଥମନ୍ତ୍ରୀ 1.25 ଲକ୍ଷ କୋଟିର କାମଚଳା ବଜେଟ ଆଗତ କରିପାରନ୍ତି । ଆଗକୁ ନିର୍ବାଚନ ଥିବାରୁ ବଜେଟରେ ଲୋକାଭିମୁଖୀ ଯୋଜନା ଘୋଷଣା ହୋଇପାରେ । ନିର୍ବାଚନ ପରେ ପୂର୍ଣ୍ଣାଙ୍ଗ ବଜେଟ ଆସିବ ।

ଏହା ମଧ୍ୟ ପଢନ୍ତୁ-ବିଧାନସଭା ବେଦାନ୍ତ ତାତି; ଧାରଣାରେ ବସିଲେ ନରସିଂହ ଗୃହ ମୁଲତବୀ

ବଜେଟରେ ଉନ୍ନୟନମୂଳକ କାର୍ଯ୍ୟକ୍ରମ, ଭିତ୍ତିଭୂମି ଓ ମହିଳାଙ୍କ ଉପରେ ବିଶେଷ ଗୁରୁତ୍ୱ ଦିଆଯିବା ସହ ରାଜ୍ୟ ସରକାରଙ୍କ କଲ୍ୟାଣକାରୀ ଯୋଜନା ପାଇଁ ଅଧିକ ବ୍ୟୟବରାଦ ହୋଇପାରେ ବୋଲି ଅନୁମାନ କରାଯାଉଛି । ସେହିପରି ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପ ଓ କୃଷିକ୍ଷେତ୍ର ଉପରେ ମଧ୍ୟ ଅଧିକ ପ୍ରାଧାନ୍ୟ ଦିଆଯାଇପାରେ । ଆର୍ଥିକ ବର୍ଷର ପ୍ରଥମ ୪ ମାସ ପାଇଁ ଅର୍ଥମନ୍ତ୍ରୀ ଏହି କାମଚଳା ବଜେଟ ବିଧାନସଭାରେ ଉପସ୍ଥାପନ କରିବେ । ସାରା ରାଜ୍ୟବାସୀଙ୍କ ନଜର ଏହା ଉପରେ ରହିଛି ।

ଏହା ମଧ୍ୟ ପଢନ୍ତୁ-ଚାଲିପାରିଲାନି ପ୍ରଶ୍ନକାଳ; ଅର୍ପଣ ରଥ ଓ ପରୀ ପ୍ରସଙ୍ଗରେ ବିଜେପି-ବିଜେଡି ମୁହାଁମୁହିଁ

ସୋମବାରଠାରୁ ବିଧାନସଭାରେ ଆରମ୍ଭ ହୋଇଛି ବଜେଟ ଅଧିବେଶନ । ବୁଧବାର ତୃତୀୟ ଦିନରେ ଧୋଇଯାଇଥିଲା ପ୍ରଶ୍ନକାଳ । ପରୀ ପ୍ରସଙ୍ଗ ଓ ଅର୍ପଣ ରଥ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହୋଇଥିଲେ ବିଜେଡି ଓ ବିଜେପି । ଗୃହ ଭିତରେ ଓ ବାହାରେ ହୋହଲ୍ଲା କରିଥିଲେ ଉଭୟ ଦଳର ନେତା । ବିଜେଡି ଓ ବିଜେପି ବିଧାୟକଙ୍କ ହଟ୍ଟଗୋଳ ଯୋଗୁଁ ବାରମ୍ବାର ଗୃହ ମୁଲତବୀ ହୋଇଥିଲା । ଗାନ୍ଧୀ ମୂର୍ତ୍ତି ତଳେ ବିଜେଡି ବିଧାୟକମାନେ ଧାରଣା ଦେଇଥିଲେ । ପ୍ରଶ୍ନକାଳ ଆରମ୍ଭରୁ ବିଜେଡିର ବିଧାୟକମାନେ ନିଜ ସ୍ଥାନରେ ଛିଡ଼ା ହୋଇ ପ୍ଲାକାର୍ଡ ପ୍ରଦର୍ଶନ କରିଥିଲେ । ପରୀ ପ୍ରସଙ୍ଗରେ ବିରୋଧୀଙ୍କୁ ଘେରିଥିଲା ବିଜେଡି । ଏହି ପ୍ରସଙ୍ଗରେ ବିଜେପି ନିମ୍ନସ୍ତରକୁ ଯାଇ ରାଜନୀତି କରୁଥିବା ବିଜେଡି ଅଭିଯୋଗ କରିଥିଲା । ଘଟଣାରେ ବିବୃତ୍ତି ରଖିଥିବା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ସୁରେଶ ପୂଜାରୀ ସମେତ ଅନ୍ୟ ବିଜେପି ନେତା କ୍ଷମା ମାଗନ୍ତୁ ବୋଲି ବିଜେଡି ଦାବି କରିଥିଲା ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.