ETV Bharat / state

ଫାଇଲେରିଆ ନିରାକରଣ ଅଭିଯାନ; ସ୍ୱାସ୍ଥ୍ୟମନ୍ତ୍ରୀ ସାମିଲ, ନିଜେ ଔଷଧ ଖାଇବା ସହ ଅନ୍ୟଙ୍କୁ ଦେଲେ ପରାମର୍ଶ - Mass Drug Administration

author img

By ETV Bharat Odisha Team

Published : Aug 10, 2024, 8:27 PM IST

Mass Drug Administration: ଫାଇଲେରିଆ ମୁକ୍ତ ଓଡିଶା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ । ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏହି କାର୍ଯ୍ୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଅଧିକ ପଢ଼ନ୍ତୁ

Mass Drug Administration
Mass Drug Administration (ETV Bharat Odisha)

ଅନୁଗୋଳ: ଫାଇଲେରିଆ ମୁକ୍ତ ହେବ ଓଡିଶା । ଫାଇଲେରିଆ ମୁକ୍ତ ଓଡିଶା ପାଇଁ ରାଜ୍ୟ ସରକାର ଵିଭିନ୍ନ ପଦକ୍ଷେପ ଗ୍ରହଣ କରିଥିବା ବେଳେ ଆଜି ଅନୁଗୋଳ ଜିଲ୍ଲାରୁ ଆରମ୍ଭ ହୋଇଛି ରାଜ୍ୟ ସ୍ତରୀୟ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମାହଲିଙ୍ଗ ଏହି କାର୍ଯ୍ୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ନିଜେ ଏହି ଔଷଧ ଖାଇବା ସହ ଅନ୍ୟମାନେ ମଧ୍ୟ ଏହାକୁ ଖାଇବାକୁ ପରାମର୍ଶ ହେଇଛନ୍ତି ।

Minister of Health and Family Welfare of Odisha
Minister of Health and Family Welfare of Odisha (ETV Bharat Odisha)

ଫାଇଲେରିଆ ନିରାକରଣ ଅଭିଯାନ:

ସମଗ୍ର ରାଜ୍ୟର ୧୧ଟି ଜିଲ୍ଲାରେ ଆଜି ଠାରୁ ଆରମ୍ଭ ହୋଇଛି "Mass Drug Administration" ବା ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ । ଫାଇଲେରିଆ ନିରାକରଣ ଅଭିଯାନ ସାମିଲ ଓ ଜାତୀୟ କୃମି ନାଶକ ଦିବସ ଭାବେ ଏହାକୁ ପାଳନ କରାଯାଉଥିବା ବେଳେ ଆଜି ଠାରୁ ଏହି ସାମୂହିକ ଔଷଧ ସେବନ ଅଭିଯାନ ଆରମ୍ଭ ହୋଇଛି । ଅନୁଗୋଳ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଆୟୋଜିତ ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଯୋଗ ଦେଇ କାର୍ଯ୍ୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହାସହ ନିଜେ ଏହି ଔଷଧ ଖାଇବା ସହ ଅନ୍ୟମାନକୁ ଔଷଧ ଖାଇବାକୁ ପରାମର୍ଶ ଦେଇଥିଲେ ।

ରାଜ୍ୟର ୧୧ ଜିଲ୍ଲାରେ ଅଭିଯାନ ଆରମ୍ଭ:

ଫାଇଲେରିଆ ରୋଗର ସମୂଳେ ନଷ୍ଟ କରିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ରାଜ୍ୟର ଅନୁଗୋଳ, ବରଗଡ଼, ଢେଙ୍କାନାଳ, ଗଞ୍ଜାମ, ଝାରସୁଗୁଡା, ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର, ସମ୍ବଲପୁର, ସୋନପୁର ଏବଂ ସୁନ୍ଦରଗଡ଼ ଭଳି ୧୧ ଜିଲ୍ଲାରେ ଏହି ଅଭିଯାନ ଆରମ୍ଭ ହୋଇଛି । ଏଥିପାଇଁ 7 ହଜାରରୁ ଅଧିକ ସ୍ୱାସ୍ଥ୍ୟ କର୍ମୀ ନିୟୋଜିତ ହୋଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ଅନୁଗୋଳ ବିଧାୟକ ପ୍ରତାପ ପ୍ରଧାନ ଜିଲ୍ଲାପାଳ ଅବଦୁଲ ଏମ ଅଖତର ଓ ସ୍ୱାସ୍ଥ୍ୟ ବିଭାଗର ଅନ୍ୟ ପଦାଧିକାରୀ ଯୋଗ ଦେଇଥିଲେ । ଏହାସହ ମନ୍ତ୍ରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିବା ସହ ସୁବିଧା ଅସୁବିଧା ସମ୍ପର୍କରେ ଅଧିକାରୀ ଓ ଜିଲାପାଳଙ୍କ ସହ ଆଲୋଚନା କରିଥିଲେ ।

କେଉଁମାନଙ୍କୁ ଦିଆଯିବ ନାହିଁ ଔଷଧ:

ଗର୍ଭବତୀ, ୨ ବର୍ଷରୁ କମ୍‌ ବୟସର ଶିଶୁ, ଗୁରୁତର ଅସୁସ୍ଥ ରୋଗୀ ଓ ଶିଶୁ ଜନ୍ମର ୧ ସପ୍ତାହ ମଧ୍ୟରେ ମା’ଙ୍କୁ ଏହି ଔଷଧ ଦିଆଯିବନି । ମଧୁମେହ ରୋଗୀ ଏବଂ ଅନ୍ୟ ରୋଗୀ ମଧ୍ୟ ଏହାକୁ ଖାଇପାରିବେ । ଚଳିତ ଡିଇସି, ଆଲବେଣ୍ଡାଜଲ ଏବଂ ଆଇଭରମେକ୍ଟିନ ବଟିକା ପ୍ରଦାନ କରାଯିବ । ୨ରୁ ୫ ବର୍ଷ ଶିଶୁଙ୍କୁ କେବଳ ଡିଇସି, ଆଲବେଣ୍ଡାଜଲ ଓ ୬ ବର୍ଷରୁ ଅଧିକ ବର୍ଷର ବ୍ୟକ୍ତିଙ୍କୁ ଅନ୍ୟ ସବୁ ବଟିକା ଦିଆଯିବ ।

କିଭଳି ବ୍ୟାପେ ଫାଇଲେରିଆ :

ଫାଇଲେରିଆ ଏକ ପରଜୀବୀ ରୋଗ ଯାହା ଫାଇଲେରଏଡିଆ ଶ୍ରେଣୀର ସଂକ୍ରମଣ ଯୋଗୁ ହୁଏ । ଏହା ମଶା ଓ ବ୍ଲାକ ଫ୍ଲାଇ ସଂକ୍ରମିତ ରକ୍ତ ଶୋଷି ସୁସ୍ଥ ଲୋକ‌କୁ କାମୁଡ଼ିବା ଫଳରେ ଏହି ରୋଗ ବ୍ୟାପିଥାଏ । ସାଧାରଣତଃ ୨ ପ୍ରକାର ମାଇକ୍ରୋଫାଇଲେରିଆ କୀଟାଣୁ ଫାଇଲେରିଆ ରୋଗ ସଂକ୍ରମଣ କରିଥାନ୍ତି ଯଥା; ଉଚେରିଆ ବାଙ୍କ୍ରଫଟି ଓ ବୃଜୀୟା ମାଲାୟୀ ।

ଫାଇଲେରିଆ ଲକ୍ଷଣ:

ପ୍ରାଥମିକ ଅବସ୍ଥାରେ କମ୍ପ ହୋଇ ଜ୍ଵର ଆସେ । ଗୋଡ ହାତ ଘୋଳା ବିନ୍ଧା ହୁଏ । ଚର୍ମ ଉପରେ ସ୍ଥାନେ ସ୍ଥାନେ ଲାଲ ଦାଗ ପଡିଯାଏ । ଦରଜ ହୁଏ । ଦେହ କମ୍ପିବା ଏବଂ ଥରିବା, ଦେହ ଶିତେଇବା, ମୁଣ୍ଡ ବିନ୍ଧିବା, ବାନ୍ତିହେବା, ତୀବ୍ର ଜ୍ୱର, ମାଂସପେଶୀ ପୀଡ଼ା ହେବା ଭଳି ଲକ୍ଷଣ ଦେଖାଦିଏ । ରୋଗ ପୁରୁଣା ହୋଇଗଲେ ଗୋଡ, ପାଦ, ହାତ, ଆଦି ଫୁଲିଯାଇ ଗୋଦର ହୁଏ ।

ଏହା ମଧ୍ୟ ପଢ଼ନ୍ତୁ...କମ ବୟସରେ ଆଣ୍ଠୁ-ଗଣ୍ଠି ଯନ୍ତ୍ରଣା ନେଇ ଚିନ୍ତିତ କି ? ଜାଣନ୍ତୁ ଏହାର କାରଣ ଓ ମୁକ୍ତି ପାଇବାର ଉପାୟ - Joints Pain Cause

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.