ETV Bharat / state

ଦୁବାଇରୁ ଫେରିଲେ ବୌଦ୍ଧ ଜିଲ୍ଲା ମିଶନ ଶକ୍ତି ସମ୍ପାଦିକା, ଜିଲ୍ଲାରେ ଜୋରଦାର ସ୍ବାଗତ - Dubai Trip Mission Shakti Leader

Mission Shakti: ହାଣ୍ଡିଶାଳରୁ ଦୁବାଇ ଯାତ୍ରା କରି ଫେରିଲେ ମିଶନ ଶକ୍ତି ମହିଳା । ମହିଳା ଉଦ୍ୟୋଗୀଙ୍କୁ ବିଦେଶରେ ଜ୍ଞାନ ଆହରଣର ମିଳିଥିଲା ସୁଯୋଗ । ଅଧିକ ପଢ଼ନ୍ତୁ

ମିଶନ ଶକ୍ତି ସଭାନେତ୍ରୀ
ମିଶନ ଶକ୍ତି ସଭାନେତ୍ରୀ
author img

By ETV Bharat Odisha Team

Published : Feb 2, 2024, 6:54 AM IST

ମିଶନ ଶକ୍ତି ସଭାନେତ୍ରୀ

ବୌଦ୍ଧ: ହାଣ୍ଡିଶାଳରୁ ଦୁବାଇ ଯାତ୍ରା କରି ଫେରିଲେ ମିଶନ ଶକ୍ତି ମହିଳା । ମହିଳା ଉଦ୍ୟୋଗୀଙ୍କୁ ବିଦେଶରେ ଜ୍ଞାନ ଆହରଣର ମିଳିଥିଲା ସୁଯୋଗ । ମିଶନ ଶକ୍ତିକୁ ଅଧିକ କ୍ରିୟାଶୀଳ କରିବା ପାଇଁ ମହିଳା ମାନଙ୍କୁ ବିଦେଶ ପଠା ଯାଇଥିଲା । ସେଠାରେ ସେମାନେ ଅନ୍ୟ ଉଦ୍ୟୋଗୀଙ୍କୁ ଭେଟି ଜ୍ଞାନ ଆହରଣ କରିଛନ୍ତି । ଯାତ୍ରା କରିଥିବା ମହିଳାଙ୍କ ମଧ୍ୟରେ ବୌଦ୍ଧ ଜିଲ୍ଲାର ରୀତା ବେହେରା ମଧ୍ୟ ଜଣେ । ସେ ଯାତ୍ରାରୁ ପ୍ରତ୍ୟାବର୍ତ୍ତନ କରିବା ପରେ ତାଙ୍କୁ ମିଶନ ଶକ୍ତି ମହିଳାଙ୍କ ପକ୍ଷରୁ ଭବ୍ୟ ସ୍ଵାଗତ କରାଯାଇଛି ।

ରାଜ୍ୟ ସରକାର ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ଉନ୍ନତି ପାଇଁ ଅନେକ ଯୋଜନା ପ୍ରଣୟନ କରିଛନ୍ତି । ମହିଳା ମାନଙ୍କୁ ଆର୍ଥିକ ସ୍ବାବଲମ୍ବୀ ସହିତ ସାମାଜିକ ଉନ୍ନତି କ୍ଷେତ୍ରରେ ମିଶନ ଶକ୍ତି ସହାୟତା ଯୋଗାଇ ଦେଉଛନ୍ତି । ମହିଳା ଗୋଷ୍ଠୀର ବ୍ୟବସାୟ କ୍ଷେତ୍ରରେ ଉନ୍ନତି ପାଇଁ ତାଙ୍କୁ ବିଦେଶ ଯାତ୍ରା କରାଯାଇଥିଲା । ବିଦେଶ ଯାତ୍ରା ମାଧ୍ୟମରେ ମହିଳାଙ୍କୁ ଅଧିକ ସକ୍ରିୟ କରିବାକୁ ଉଦ୍ୟମ କରୁଛନ୍ତି ରାଜ୍ୟ ସରକାର । ସେନେଇ ବୌଦ୍ଧ ଜିଲ୍ଲାର ରୀତା ବେହେରା ମଧ୍ୟ ବିଦେଶ ଯାତ୍ରା କରିଥିଲେ । ଦୁବାଇରେ ତିନି ଦିନ ସ୍ବତନ୍ତ୍ର ପର୍ଯ୍ୟବେକ୍ଷଣ ପରେ ଗତକାଲି ମହିଳା ଉଦ୍ୟୋଗୀ ଜଣକ ବୌଦ୍ଧ ପ୍ରତ୍ୟାବର୍ତ୍ତନ କରିଛନ୍ତି । ବ୍ଲକ ମିଶନ ଶକ୍ତି ଭବନ ଠାରେ ତାଙ୍କୁ ଭବ୍ୟ ସ୍ଵାଗତ କରାଯାଇଥିଲା । ସ୍ଥାନୀୟ ମହିଳା ଶିଶୁ ବିକାଶ ବିଭାଗ ଓ ମିଶନ ଶକ୍ତିର ଅଧିକାରୀ ଓ ସଦସ୍ୟ ମାନେ ତାଙ୍କୁ ଉତ୍ସସିତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ.... ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ମହିଳାଙ୍କ ଭଙ୍ଗାରୁଜା, ପଞ୍ଚାୟତ ଅଫିସରେ ତାଲା

ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକରେ ଶହ ଶହ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ମିଶନ ଶକ୍ତି ମାଧ୍ୟମରେ ଉପକୃତ ହୋଇ ପାରିଛନ୍ତି । ମାଛ ଚାଷ ଠାରୁ ନେଇ ହଳଦୀଗୁଣ୍ଡ ପ୍ରସ୍ତୁତି, କୁକୁଡା ଚାଷ, ଧାନକ୍ରୟ, ପନିପରିବା ଚାଷ, ଧୂପକାଠି ପ୍ରସ୍ତୁତି ଭଳି ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିପାରିଛନ୍ତି । ଏହାଦ୍ବାରା ମହିଳା ଗୋଷ୍ଠୀର ସଦସ୍ୟମାନେ ଆର୍ଥିକ ଓ ସାମାଜିକ ସ୍ତରରେ ବେଶ ସ୍ବାବଲମ୍ବୀ ହୋଇ ପାରିଛନ୍ତି । ତିନି ମାସ ତଳେ ଜିଲ୍ଲାର ତିନୋଟି ବ୍ଲକର ତିନି ଜଣ ମହିଳାଙ୍କୁ ଏହି ସୁଯୋଗ ମିଳିଥିଲା । ବର୍ତ୍ତମାନ ପୁଣିଥରେ ଜିଲ୍ଲାର ଦୁଇ ଜଣ ମହିଳାଙ୍କୁ ଦୁବାଇ ଯାତ୍ରା କରିବାର ସୁଯୋଗ ମିଳିଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.