ETV Bharat / state

ନିରାଶ୍ରୟଙ୍କ ପରିବାର ପାଲଟିଛି ଚାଷୀଙ୍କ ଜରାନିବାସ, ନିଜସ୍ବ ଖର୍ଚ୍ଚରେ କରୁଛନ୍ତି ପ୍ରତିପୋଷଣ - Selfless Farmers Old Age Home

author img

By ETV Bharat Odisha Team

Published : Jul 9, 2024, 11:55 AM IST

Selfless Farmer's Old Age Home : ସାହସପୁର ଗାଁର ଚାଷୀ ସତ୍ୟ ନାରାୟଣ ମେଣ୍ଡଳି ନିଜସ୍ବ ପ୍ରଚେଷ୍ଟାରେ ଗଢି ତୋଳିଛନ୍ତି ନିଜର ସେବା ମନ୍ଦିର । ମାନେଶ୍ଵର ବ୍ଲକର ହୁମା ଠାରେ ଥିବା ବୀର ସୁରେନ୍ଦ୍ର ସାଏ ଜରା ନିବାସରେ 25 ଜଣ ଅନ୍ତେବାସୀଙ୍କ ନିସ୍ବାର୍ଥପର ସେବା କରୁଛନ୍ତି ସତ୍ୟ ନାରାୟଣ । ଅଧିକ ପଢନ୍ତୁ

Selfless Farmer's Old Age Home
Selfless Farmer's Old Age Home (ETV Bharat Odisha)

ସମ୍ବଲପୁର: ଜରାନିବାସ ବା ବୃଦ୍ଧାଶ୍ରମ କହିଲେ ଆଖି ଆଗରେ ଆସେ ଅସହାୟ ଅନାଥ ବୃଦ୍ଧବୃଦ୍ଧାଙ୍କ ରହଣିସ୍ଥଳୀ । ସାଧାରଣତଃ ଏଭଳି ଅନେକ ଜରାନିବାସ ଆମେ ଦେଖିଛୁ ମାତ୍ର ସମ୍ବଲପୁର ଜିଲ୍ଲାର ମାନେଶ୍ଵର ବ୍ଲକର ହୁମା ଠାରେ ଥିବା ଜରାନିବାସର କଥା ଟିକିଏ ନିଆରା । ଏହା କୌଣସି ସରକାରୀ କିମ୍ବା ବେସରକାରୀ ସହାୟତା ନୁହଁ ବରଂ ଜଣେ ଗାଉଁଳି ଚାଷୀଟିଏ ନିଜ ଉଦ୍ୟମରେ ନିସ୍ଵାର୍ଥପର ଭାବେ ପରିଚାଳନା କରି ଆସୁଛନ୍ତି । ନିଷ୍କାମ କର୍ମଯୋଗୀ ଭାବେ ସେ ମାନବ ସେବା କୁ ମାଧବ ସେବା ଭାବି 25 ଜଣ ଅସହାୟ ବୃଦ୍ଧ ବୃଦ୍ଧାଙ୍କୁ ନିଜ ମାତା ପିତା ଭାବେ ସେବା କରି ଆସୁଛନ୍ତି ।

ସମ୍ବଲପୁର ସହର ରୁ ପ୍ରାୟ 30 କିମି ଦୂତତା ରେ ହୁମାର ବକ୍ର ମନ୍ଦିର ଯିବା ବାଟରେ ପଡେ ବୀର ସୁରେନ୍ଦ୍ର ସାଏ ଜରା ନିବାସ l ଏଠାରେ ବର୍ତ୍ତମାନ 25 ଜଣ ଅନ୍ତେବାସୀ ରହୁଛନ୍ତି l ଏମାନଙ୍କ ମଧ୍ୟରେ 7 ଜଣ ବୃଦ୍ଧା ଥିବା ବେଳେ 18 ଜଣ ବୃଦ୍ଧ ଅଛନ୍ତି l ଯେଉଁ ସମୟ ରେ ତାଙ୍କ ସନ୍ତାନ ମାନେ ତାଙ୍କର ସେବା ଶୁଶ୍ରୁଷା କରିବା କଥା ସେହି ସମୟରେ ଆଧୁନିକତା ର ଛାପ ଅଥବା ସ୍ୱାର୍ଥପର ଦୁନିଆର ପ୍ରଭାବରେ ହେଉ ସେମାନଙ୍କୁ ସାତ ପର କରି ଦେଇଛନ୍ତି l ସେମାନଙ୍କୁ ଆପଣାଇ ନେଇଛନ୍ତି ସାହସପୁର ଗାଁ ର ସତ୍ୟ ନାରାୟଣ ମେଣ୍ଡଳି ।

ଏହି ଅନ୍ତେବାସୀଙ୍କ ମଧ୍ୟରୁ କେତେକ ଙ୍କୁ ନିଜ ପୁଅ ଝିଅ ପଚାରୁ ନଥିବା ବେଳେ କେତେକ ନିଜ ପୁଅ ବହୁ ଙ୍କ ବ୍ୟବହାର ରେ ଅତିଷ୍ଠ ହୋଇ ଘର ଛାଡି ଏଠାରେ ଅଛନ୍ତି l ଏହା ସହ କେତେକ ଲୋକଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଠାରେ ଥଇଥାନ କରା ଯାଇଛି l ଏଠାରେ ଏହି ଅନ୍ତେବାସୀ ଙ୍କ ପାଇଁ ସବୁ ସୁବିଧା କରାଯାଇଛି l ବର୍ତ୍ତମାନ ଏଠାରେ 25 ଜଣ ଅନ୍ତେବାସୀ ଥିବା ବେଳେ ବର୍ତ୍ତମାନ ସୁଦ୍ଧା 51 ଜଣ ଅନ୍ତେବାସୀ ଙ୍କ ମୃତ୍ୟୁ ହୋଇ ସାରିଛି l ନିଜସ୍ବ ଉଦ୍ୟମରେ ସତ୍ୟ ନାରାୟଣ ପ୍ରଥମେ ୨୦୦୨ରେ ବରଗାଁ ଠାରେ ଏକ ଛୋଟିଆ ଜରା ନିବାସ ପ୍ରତିଷ୍ଠା କରିଥିଲେ l ତେବେ ପରବର୍ତୀ ସମୟରେ ଜାଗା ଛୋଟ ପଡିବାରୁ 2012 ମସିହାରେ ହୁମା ଠାରେ 3 ଏକର ପରିମିତ ଜମିରେ ଏକ ଜରା ନିବାସ ପ୍ରତିଷ୍ଠା କରିଥିଲେ l ଏଥିରେ କିଛି ସରକାରୀ ସହାୟତା ମିଳିଥିଲା l ତେବେ ଏଠାରେ ରହୁଥିବା ଅନ୍ତେବାସୀ ଙ୍କ ପାଇଁ ମାସିକ 30 ରୁ 40 ହଜାର ଖର୍ଚ୍ଚ ହେଉଥିବା ବେଳେ କୌଣସି ସରକାରୀ ସହାୟତା ମିଳେ ନାହିଁ l

ଏହା ମଧ୍ୟ ପଢନ୍ତୁ... ଜରାଶ୍ରମର ନିଆରା ପ୍ରୟାସ, ନିରାଶ୍ରୟ ବୃଦ୍ଧ ବୃଦ୍ଧାଙ୍କ ହୋଲି ଉତ୍ସବ ପାଳନ - HOLI 2024

ଅନ୍ୟପଟେ ସତ୍ୟନାରାୟଣ ମେଣ୍ଡଳି ମଧ୍ୟ କେବେ ସରକାରୀ ସହାୟତା ପାଇଁ ଦାବୀ କରି ନାହାନ୍ତି l ନିଜର ଆତ୍ମା ର ସନ୍ତୋଷ ପାଇଁ ସେ ଓ ତାଙ୍କ ଧର୍ମପତ୍ନୀ ଏହି କାର୍ଯ୍ୟ କରି ଆସୁଛନ୍ତି ଓ ଭଗବାନ ଙ୍କ କୃପା ରୁ ସବୁ ଠିକ ଠାକ ଚାଲିଛି ବୋଲି କୁହନ୍ତି ସତ୍ୟ ନାରାୟଣ ମେଣ୍ଡଳି l ସତ୍ୟ ଜଣେ ଚାଷୀ ହୋଇଥିବା ବେଳେ ତାଙ୍କର 12 ଏକର ଚାଷ ଜମି ଅଛି l ଏଥିରୁ ଯାହା ରୋଜଗାର ହୁଏ ସେହି ଟଙ୍କା ତଥା କିଛି ସହୃଦୟ ବ୍ୟକ୍ତି ଙ୍କ ସହାୟତା ରେ ଏହି ଜରା ନିବାସ ଚାଲିଛି l କିନ୍ତୁ ଏହା ଏତେ ସହଜ ନୁହେଁ l ବିଗତ ଦିନରେ ଏହାର ପରିଚାଳନା ପାଇଁ ସେ ନିଜ ସ୍ତ୍ରୀ ଙ୍କ ସୁନା ଗହଣା ଓ ଜମି ବିକ୍ରି କରିବାକୁ ପଛେଇ ନାହାନ୍ତି l ଏହି କାର୍ଯ୍ୟ ରେ ତାଙ୍କ ସ୍ତ୍ରୀ ତାଙ୍କୁ ବହୁ ସହଯୋଗ ଓ ସମର୍ଥନ ଦେଇ ଆସୁଛନ୍ତି l କୌଣସି ଅନ୍ତେବାସୀ ଅସୁସ୍ଥ ହେଲେ କିମ୍ବା ତାଙ୍କ ଅନ୍ତିମ ସମୟରେ ସେମାନଙ୍କ ସବୁ ପ୍ରକାର ସେବା ଶୁଷ୍ରୁଷା ସ୍ୱାମୀ ସ୍ତ୍ରୀ କରି ଆସୁଛନ୍ତି l ଆଜି ପର୍ଯ୍ୟନ୍ତ ଏଠାରେ ଏଠାରେ ପ୍ରାଣ ହରେଇ ଥିବା 51 ଜଣ ଅନ୍ତେବାସୀ ଙ୍କ ମୃତ୍ୟୁ ପରେ ସେମାନଙ୍କ ସବୁ ଶେଷ କୃତ୍ୟ ସତ୍ୟ ନାରାୟଣ ଓ ତାଙ୍କ ପତ୍ନୀ ଵିଧି ପୂର୍ବକ କରି ଆସୁଛନ୍ତି l ଆଉ ସେଥିପାଇଁ ସବୁ ଅନ୍ତେବାସୀ ସତ୍ୟ ନାରାୟଣଙ୍କୁ ନିଜର ପୁଅ ବୋଲି ମାନନ୍ତି

ସେ ଏହି ସେବାକୁ କେଵଳ ନିଜର ଆତ୍ମ ସନ୍ତୋଷ ପାଇଁ କରୁଛନ୍ତି ଓ ଏହି କାର୍ଯ୍ୟରେ ଭଗବାନ ତାଙ୍କର ସହାୟତା କରନ୍ତି ବୋଲି ସେ କୁହନ୍ତି l ଅନ୍ତେବାସୀ ମାନେ ମଧ୍ୟ ଏଠାରେ ପରିବାର ଭଳିଆ ରହି ଆସୁଛନ୍ତି l ମାନସିକ ଶାନ୍ତି ପାଇଁ ଏମାନେ ପ୍ରତ୍ୟେକ ଦିନ ସକାଳେ ସନ୍ଧ୍ୟାରେ ଭଗବାନଙ୍କ ଭଜନ କୀର୍ତ୍ତନ ସହ ପ୍ରାର୍ଥନା ମଧ୍ୟ କରିଥାନ୍ତି l ସତରେ ସତ୍ୟନାରାୟଣଙ୍କ ଏହି ପରୋପକାରୀ ମନୋଭାବ ସମାଜରେ ଏକ ଭଲ ଉଦାହରଣ ସୃଷ୍ଟି କରିଛି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.