ETV Bharat / state

ଜଗତସିଂହପୁରରେ ଧାନ ମଣ୍ଡି ସମସ୍ୟା, ଶୋଷିତ ହେଉଛନ୍ତି ଚାଷୀ

author img

By ETV Bharat Odisha Team

Published : Feb 29, 2024, 11:52 AM IST

Irregularities in paddy Procurement: ଜଗତସିଂହପୁର ଜିଲ୍ଲାରେ ଦେଖାଦେଇଛି ଧାନ ମଣ୍ଡି ସମସ୍ୟା । ନିର୍ଦ୍ଧାରିତ ସମୟରେ ଚାଷୀଙ୍କ ଠାରୁ ଧାନ କ୍ରୟ କରାଯାଉନଥିବାରୁ ତେଜୁଛି ଅସନ୍ତୋଷ । ଅଧିକ ପଢନ୍ତୁ

Irregularities in paddy Procurement
Irregularities in paddy Procurement

ଜଗତସିଂହପୁରରେ ଧାନ ମଣ୍ଡି ସମସ୍ୟା

ଜଗତସିଂହପୁର: ପୁଣି ଦେଖାଦେଇଛି ଧାନ ମଣ୍ଡି ସମସ୍ୟା । ନିର୍ଦ୍ଧାରିତ ସମୟରେ ଚାଷୀଙ୍କ ଠାରୁ ଧାନ କ୍ରୟ କରାଯାଉନଥିବାରୁ ତେଜୁଛି ଅସନ୍ତୋଷ । ଜଗତସିଂହପୁର ଜିଲ୍ଲାର ବିଭିନ୍ନ ମଣ୍ଡିରେ କୁଇଣ୍ଟାଲ ପିଛା 5 କିଲୋରୁ ଅଧିକ ଧାନ କଟାଣି ଛଟଣି କରାଯାଉଥିବା ଅଭିଯୋଗ ହେଉଛି । ମିଲରମାନେ ଠିକ ସମୟରେ ଆସୁନଥିବାରୁ ଦିନ ଦିନ ଧରି ମଣ୍ଡିରେ ଧାନ ପଡିକି ରହୁଛି । ଫଳରେ ଚାଷୀ ନାହିଁ ନଥିବା ହଇରାଣ ହରକତ ହେଉଥିବା ଅଭିଯୋଗ ହୋଇଛି ।

ତେବେ ଜିଲ୍ଲାରେ ମୋଟ ୧ଲକ୍ଷ ୨୨ ହାଜର, 869 ଜଣ ଚାଷୀ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ 2023-24 ଖରିଫ ଋତୁରେ ସେମାନଙ୍କ ଧାନ ବିକ୍ରି ପାଇଁ ୫୧ ହଜାର,୯୧୦ ଜଣ ଚାଷୀ ପଞ୍ଜୀକରଣ କରାଇଥିଲେ । ବିଭାଗୀୟ ଅପାରଗତା ଯୋଗୁଁ ଜିଲ୍ଲାରେ ଚାଷୀ ତାର ଧାନର ଉଚିତ ମୂଲ୍ୟ ପାଇବାରୁ ବଞ୍ଚିତ ହେଉଥିବା ନେଇ ଜିଲ୍ଲା ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ କୁହାଯାଇଛି । ତେବେ ନବ ନିର୍ମାଣ କୃଷକ ସଙ୍ଗଠନର ଆବାହକ ରଶ୍ମି ରଞ୍ଜନ ସ୍ୱାଇଁ କହିଛନ୍ତି ଯେ, ରାଜ୍ୟ ସରକାର ଚାଷୀ ମାରଣ ନୀତି ଅବଲମ୍ବନ କରୁଛନ୍ତି । ପଡୋଶୀ ରାଜ୍ୟରେ ଧାନର ମୂଲ୍ୟ ଓଡିଶା ଠାରୁ ବେଶ ଅଧିକ । କିନ୍ତୁ ରାଜ୍ୟ ସରକାର ଧାନର ଦର ବୃଦ୍ଧି କରିବା ପାଇଁ ଆଗ୍ରହ ପ୍ରକାଶ କରୁ ନାହାନ୍ତି ।

ଏହା ମଧ୍ୟ ପଢନ୍ତୁ- ଭଦ୍ରକରେ ଧାନ ମଣ୍ଡି ସମସ୍ୟା: ଅସନ୍ତୋଷ ଜାହିର୍ କଲା ଘରୋଇ ରାଇସ ମିଲ ସଂଘ

ସେହିପରି ଜିଲ୍ଲାର ମଣ୍ଡି ଗୁଡ଼ିକରେ ଯେଉଁଭଳି ଭାବରେ ଚାଷୀଙ୍କୁ ଶୋଷଣ କରାଯାଉଛି ତାହା ଦେଖିଲେ ବିଶ୍ୱାସ କରି ହେବନି । ଜଣେ ମିଲର ମଧ୍ୟ ଚାଷୀକୁ ଧମକ ଦେଉଛି । ଚାଷୀଙ୍କ କଷ୍ଟର୍ଜିତ ଦ୍ରବ୍ୟରେ ମିଲରମାନେ କୋଟିକୋଟି ଟଙ୍କାର ମୁନାଫା ଉଠାଉଥିଲେ ମଧ୍ୟ ଚାଷ ଟିଏ ଉଚିତ ମୂଲ୍ୟ ପାଇବାରୁ ବଞ୍ଚିତ ହେଉଛି । ଜିଲ୍ଲା ପ୍ରଶାସନ ଧାନ ବସ୍ତା ବାବଦରେ ଅର୍ଥ ମିଲର ମାନଙ୍କୁ ଦେବାପାଇଁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ମିଲର ମାନେ ତାହାର ମୂଲ୍ୟ ଦେଉ ନାହାନ୍ତି । ଦିନ ଦିନ ଧରି ଚାଷୀଟିଏ ମଣ୍ଡିରେ ଧାନ ରଖି ବସି ରହୁଛି । ଏପରିକି ସପ୍ତାହ ପର୍ଯ୍ୟନ୍ତ ମଣ୍ଡିରେ ଧାନ ପଡିକି ରହୁଥିଲେ ମଧ୍ୟ ମିଲର ଧାନ ଉଠାଉ ନାହାଁନ୍ତି । ଯାହାକୁ ନେଇ ଉଦବେଗ ପ୍ରକାଶ କରିଛି ନବ ନିର୍ମାଣ କୃଷକ ସଙ୍ଗଠନ । ଯଦି ମଣ୍ଡି ସମସ୍ୟାକୁ ନେଇ ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ ନ କରନ୍ତି ତେବେ ଆଗାମୀ ଦିନରେ ଚାଷୀମାନଙ୍କୁ ନେଇ ଏକ ବିରାଟ ଆନ୍ଦୋଳନ କରାଯିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.