ETV Bharat / state

ନକଲି ଧାନ ବିହନ ଅଭିଯୋଗ, କ୍ଷତିପୂରଣ ଦାବି କଲେ ଚାଷୀ - Niali Duplicate Paddy seed - NIALI DUPLICATE PADDY SEED

Niali Duplicate Paddy seed: ଜୁନ ମାସ ସରିବାକୁ ବସିଲାଣି । ହେଲେ ଏଯାଏ ଡାଳୁଅ ଧାନରେ ଧରୁନି କେଣ୍ଡା । ନକଲି ବିହନ ଦେଇ ଘରୋଇ ବିହନ ଯୋଗାଣ ସଂସ୍ଥା ଠକିଦେଇଥିବା ଅଭିଯୋଗ କରିଛନ୍ତି ନିଆଳି ଧାନ ଚାଷୀ । ଅଧିକ ପଢନ୍ତୁ

Niali Duplicate Paddy seed
Niali Duplicate Paddy seed (ETV Bharat Odisha)
author img

By ETV Bharat Odisha Team

Published : Jun 24, 2024, 2:12 PM IST

ନିଆଳି: ନକଲି ବିହନ ଦେଇ ଠକି ଦେଲା ବିହନ ଯୋଗାଣ ସଂସ୍ଥା । ଖରା ଦିନିଆ ଡାଳୁଅ ଧାନ କରି ଚାଷୀ ସର୍ବସ୍ୱାନ୍ତ ।‌ ନକଲି ବିହନ କ୍ରୟ କରି ଚାଷୀ ହତାଶ ହୋଇଥିବା ନେଇ ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆସିଛି କଟକ ଜିଲ୍ଲା ନିଆଳି ବ୍ଳକ ନୂଆଗାଁ ଗ୍ରାମପଞ୍ଚାୟତ ଏବଂ ଆଖପାଖ ଅଞ୍ଚଳରୁ । ବିଲରେ ଧାନ ଗଛ ହୋଇଥିବା ବେଳେ ସେଥିରେ କେଣ୍ଡା ଆସୁନଥିବା ଅଭିଯୋଗ କରିବା ସହ କ୍ଷତିପୂରଣ ଦାବି କରିଛନ୍ତି ଚାଷୀ ।

Niali Duplicate Paddy seed (ETV Bharat Odisha)

ଅଭିଯୋଗ ଅନୁସାରେ, ଏକ ବିହନ ଯୋଗାଣ ସଂସ୍ଥା ନିଆଳି ଓ ଏହାର ଆଖପାଖ ଅଞ୍ଚଳରେ ଡିଲର ମାଧ୍ୟମରେ ଧାନ ବିହନ ବିକ୍ରୟ କରୁଛି । ଡାଳୁଅ ଧାନ ପାଇଁ ଚାଷୀମାନଙ୍କୁ ଏକର ପିଛା ଭଲ ଧାନ ଫସଲ ହେବ ଆଶା ଦେଖାଇ ଧାନ ବିହନ ଯୋଗାଇଥିଲା ଉକ୍ତ ବିହନ ଯୋଗାଣ ସଂସ୍ଥା । ୧୨୦ ଦିନରେ ଧାନ ଗଛରୁ ଧାନ ଫଳ ଦେବ ଏବଂ ଭଲ ଅମଳ ଦେବ କହି ଚାଷୀମାନଙ୍କୁ ଲୋଭ ଦେଖାଇ ଧାନ ଯୋଗାଣ ସଂସ୍ଥା ବିହନ ବିକ୍ରୟ କରିଥିବା ନେଇ ନିଆଳି ବ୍ଳକର ନୂଆଗାଁ ଗ୍ରାମପଞ୍ଚାୟତ ଅଞ୍ଚଳର ଚାଷୀମାନେ ଅଭିଯୋଗ କରିଛନ୍ତି ।‌ ୧୨୦ ଦିନ ଦୂରେ ଥାଉ ୧୪୫ ଦିନ ପରେ ବି ଧାନ ଗଛ ଠିଆ ହୋଇଛି କିନ୍ତୁ ଧାନ କେଣ୍ଡା ବାହାରୁ ନଥିବା ଅଭିଯୋଗ କରିଛନ୍ତି ଚାଷୀ ।

ଏହାମଧ୍ୟ ପଢନ୍ତୁ.. ମୌସୁମୀର ଲୁଚକାଳି: ଆଗେଇ ପାରୁନି ଚାଷକାର୍ଯ୍ୟ, ଚିନ୍ତାରେ ଚାଷୀକୁଳ - Deogarh Cultivation affected

ନିଆଳି ବ୍ଳକର ନୂଆଗାଁ ଗ୍ରାମପଞ୍ଚାୟତ ବଡ କୋରକର ଗାଁର ଚାଷୀ ସଂଗ୍ରାମ ପରିଡା ଅଭିଯୋଗ ଅନୁସାରେ, ଯେଉଁ କିସମର ବିହନ ଦିଆଯାଇଛି ସେ ଧାନ ଫଳ ଦେବା ବଦଳରେ କେବଳ ଗଛ ଏବଂ ଗୋଟିଏ ଗୋଟିଏ କେଣ୍ଡା ଅଗାଡି ବାହାରୁଛି । ତିନି ଏକର ଧାନ କରି ଠକାମିରେ ଶିକାର ହୋଇଥିବା ନେଇ ସେ ଅଭିଯୋଗ କରିଛନ୍ତି । ତିନି ଏକର ଚାଷ ପାଇଁ ସେ ୭୫ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି ବୋଲି କହିଛନ୍ତି । ସେହିପରି ଏହି ଅଞ୍ଚଳର ଅନେକ ଚାଷୀ ଡାଳୁଅ ଧାନ ଚାଷ କରି ସର୍ବସ୍ୱାନ୍ତ ହୋଇଥିବା ନେଇ ଅଭିଯୋଗ କରିଛନ୍ତି । କରଜ ଟଙ୍କା କିପରି ଶୁଝିବେ ଏ ନେଇ ଚାଷୀ ଚିନ୍ତାରେ । ସମ୍ପୃକ୍ତ ବିହନ ଯୋଗାଣ ସଂସ୍ଥା ତୁରନ୍ତ କ୍ଷତିଗ୍ରସ୍ତ ଚାଷୀ ମାନଙ୍କୁ କ୍ଷତି ପୂରଣ ଦେବା ପାଇଁ ଚାଷୀ ମାନେ ଦାବି କରିଛନ୍ତି।

ନିଆଳି ବ୍ଳକର ନୂଆଗାଁ, ବଡ କୋରକର, ଗୋବିନ୍ଦାପଦା ଅଞ୍ଚଳରେ ଏହି ଧାନ ବିହନ ଚାଷ କରି ଚଳିତ ବର୍ଷ ଅସୁବିଧାର ସମ୍ମୁଖୀନ ହୋଇଥିବା ନେଇ ଅଭିଯୋଗ ହୋଇଛି । ସେପଟେ ଘରୋଇ ବିହନ ଯୋଗାଣ ସଂସ୍ଥାର ବିକାଶ ପ୍ରଧାନ କହିଛନ୍ତି ଯେଉଁ ବିହନ ନିଆଳି ଅଞ୍ଚଳରେ ଚାଷୀମାନଙ୍କୁ ଦିଆଯାଇଛି ସେହି ବିହନ ରାଜ୍ୟର ଅନ୍ୟ ଅଞ୍ଚଳରେ ମଧ୍ୟ ଦିଆଯାଇଛି । ତିନି ବର୍ଷ ହେଲାଣି ଏହି ଧାନ ବିହନ ଭଲ ଅମଳ ଦେଉଛି । କିନ୍ତୁ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଏଭଳି ଅସୁବିଧା ହୋଇଛି ବୋଲି କହିଛନ୍ତି । ସର୍ଭେ ପରେ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ କ୍ଷତିପୂରଣ ଦେବେ ଦିଆଯିବ ବୋଲି କହିଛନ୍ତି ଯୋଗାଣ ସଂସ୍ଥା ଅଧିକାରୀ ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.