ETV Bharat / state

ଚାଷଜମିରେ ବିଏସଏଫ କ୍ୟାମ୍ପ ! ୧୭ ବର୍ଷ ବିତିଥିଲେ ବି କ୍ଷତିପୂରଣ ମିଳିନଥିବା ଅଭିଯୋଗ - Land Dispute In Malkangiri

Land Dispute In Malkangiri: ଚାଷ ଜମିରେ ବିଏସଏଫ ଓ ପୋଲିସ କ୍ୟାମ୍ପ କରାଯାଇଛି । ୧୭ ବର୍ଷ ବିତି ଯାଇଥିଲେ ମଧ୍ଯ ବର୍ତ୍ତମାନ ଯାଏଁ ଜମି ମାଲିକଙ୍କୁ କ୍ଷତିପୂରଣ ମିଳିନଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Mar 23, 2024, 9:33 PM IST

Updated : Mar 23, 2024, 10:43 PM IST

ଚାଷଜମିରେ ବିଏସଏଫ କ୍ୟାମ୍ପ
ଚାଷଜମିରେ ବିଏସଏଫ କ୍ୟାମ୍ପ
Land Dispute

ମାଲକାନଗିରି: ଜମି ହରାଇ ମୁଣ୍ଡରେ ହାତ ଦେଇ ବସିଛି ଚାଷୀ । ଚାଷ ଜମିରେ ବିଏସଏଫ ଓ ପୋଲିସ କ୍ୟାମ୍ପ କରାଯାଇଛି । ଏହାକୁ ୧୭ ବର୍ଷ ବିତି ଯାଇଥିଲେ ମଧ୍ଯ ବର୍ତ୍ତମାନ ଯାଏଁ ପଟ୍ଟାଧାରୀ ଜମି ମାଲିକଙ୍କୁ କ୍ଷତିପୂରଣ ମିଳିନଥିବା ଅଭିଯୋଗ ହୋଇଛି । ତହସିଲଦାରଙ୍କଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ନିକଟରେ ବାରମ୍ବାର ଗୁହାରି କଲେବି ପ୍ରଶାସନ ଶୁଣୁନଥିବା ଅଭିଯୋଗ ହୋଇଛି । ଏମଭି ୪୩ ଗ୍ରାମର ୮ ଜଣ ଚାଷୀ ଏଭଳି ଅଭିଯୋଗ ଆଣିଛନ୍ତି । ଦୀର୍ଘ ୧୭ ବର୍ଷ ହବ ଏମଭି ୪୩ ଗ୍ରାମର ଏହି ୮ ଜଣ ଚାଷୀଙ୍କ ଚାଷଜମି ଉପରେ କବଜା କରି ପୋଲିସ କ୍ୟାମ୍ପ ଓ ବିଏସଏଫ କ୍ୟାମ୍ପ କରାଯାଇଛି । ଯେଉଁଠାରେ ବିରାଟ କୋଠା ନିର୍ମାଣ ବି କରାଯାଇଛି । ଚାଷୀଙ୍କ ଅଭିଯୋଗ ଆନୁସାରେ, ପୂର୍ବରୁ ସେମାନେ ସେଠାରେ ଧାନ, ଚିନାବାଦାମଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଫସଲ ଚାଷ କରି ବଜାରରେ ବିକ୍ରି କରି ନିଜ ପରିବାରର ଭରଣପୋଷଣ କରୁଥିଲେ । ହେଲେ କ୍ୟାମ୍ପ ନିର୍ମାଣ ଦ୍ବାରା ସେମାନଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଛି ।

ଏନେଇ ସେମାନେ ୨୦୦୭ ମସିହାରେ ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । କିନ୍ତୁ ସୁଫଳ ନମିଳିବାରୁ ଚାଷୀମାନେ ତତ୍କାଳୀନ ଜିଲ୍ଲାପାଳଙ୍କୁ ବି ଜଣାଇଥିଲେ । ଏହା ପରଠାରୁ ତତ୍କାଳୀନ ଜିଲ୍ଲାପାଳ ଆର ଭିନିଲ କ୍ରିଷ୍ଣାଙ୍କଠାରୁ ଆରମ୍ଭ କରି ବର୍ତ୍ତମାନର ଜିଲ୍ଲାପାଳଙ୍କ ସହ ସାକ୍ଷାତ କରିଛନ୍ତି । ଏପରିକି ବର୍ତ୍ତମାନ ସୁଧା ୭ ଜଣ ଜିଲ୍ଲାପାଳଙ୍କୁ ଦେଖା କରି ନିଜର ଗୁହାରି ଜଣାଇଛନ୍ତି । ହେଲେ କୌଣସି ସହାୟତା କରିବା ବଦଳରେ ଜିଲ୍ଲା ପ୍ରଶାସନ ପୋଲିସ ବିରୋଧରେ ମାମଲା କରିବାକୁ ସେମାନଙ୍କୁ କହୁଥିବା ଅଭିଯୋଗ ହୋଇଛି ।

ଏହା ମଧ୍ୟ ପଢନ୍ତୁ...ବେଆଇନ ଭାବେ ଜମି ମାଡ଼ି ବସିଛି ରେଳ ବିଭାଗ ! ଅଭିଯୋଗ ଆଣିଲେ ଜମି ମାଲିକ

ରାଜସ୍ବ ନୀରିକ୍ଷକ ଜାଗା ଚିହ୍ନଟ କରିବାକୁ ଆସିଥିଲେ ମଧ୍ଯ କ୍ୟାମ୍ପରେ ସୁରକ୍ଷା ଦାୟିତ୍ବରେ ଥିବା ଯବାନମାନେ ଜମି ମାଲିକଙ୍କୁ କ୍ୟାମ୍ପ ଭିତରକୁ ପଶାଇ ଦେଇନଥିବା ଅଭିଯୋଗ ହୋଇଛି । ଯାହା ଫଳରେ ସେମାନଙ୍କ ଜମି ଓ ଜାଗା ଚିହ୍ନଟ ହୋଇପାରି ନାହିଁ । ଏଣୁ ସେମାନେ ନିଜ ଜମି ପଟ୍ଟା ଓ ଦସ୍ତାବିଜ ସହ ପୁଣି ଜିଲ୍ଲାପାଳଙ୍କୁ ଦେଖା କରିଛନ୍ତି । ଅଭିଯୋଗକାରୀ କହିଛନ୍ତି, "ହରାଇ ଥିବା ୬ ଏକର ଚାଷ ଜମିର କ୍ଷତି ପୁରଣ ନମିଳିଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣା ଦେବୁ ।"

ଏହାକୁ ନେଇ ଆମେ ମାଲକାନଗିରି ରାଜସ୍ବ ବିଭାଗର ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି, ଏନେଇ ତହସିଲଦାରଙ୍କୁ ଜାଗା ଚିହ୍ନଟ କରିବାପାଇଁ କୁହାଯାଇଛି। ଲୋକଙ୍କ ଜାଗା ଚିହ୍ନଟରେ ରାଜସ୍ବ ବିଭାଗକୁ ସହଯୋଗ କରିବା ପାଇଁ ବିଏସ୍ଏଫ୍ କମାଣ୍ଡେଣ୍ଟ ଓ ଏସପି ମାଲକାନଗିରିଙ୍କୁ ଚିଠି କରାଯିବ । ଯଦି ସେଠାରେ ଏହି ଲୋକଙ୍କର ଜାଗାରେ କ୍ୟାମ୍ପ ଥିବା ପ୍ରମାଣ ହୁଏ ତେବେ ଆଇନ ଅନୁଯାୟୀ କ୍ଷତିପୂରଣ ଦିଆଯିବ ।"

ଇଟିଭି ଭାରତ, ମାଲକାନଗିରି

Last Updated : Mar 23, 2024, 10:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.