ETV Bharat / state

ହାତୀ ପାଇଁ ଲଗାଇଥିବା ସୋଲାର ଫେନ୍ସିଂ ତାର ଲାଗି ଚାଲିଗଲା ଚାଷୀଙ୍କ ଜୀବନ

author img

By ETV Bharat Odisha Team

Published : Feb 18, 2024, 1:58 PM IST

Updated : Feb 18, 2024, 2:15 PM IST

Farmer Died By Solar Fencing: ହାତୀ ଦାଉରୁ ଫସଲ ସୁରକ୍ଷା ପାଇଁ ନିଜ ଫାର୍ମ ଚାରିପଟେ ନିଜେ ବିଛାଇଥିବା ସୋଲାର ଫେନ୍ସିଂ ତାରରେ ଲାଗି ଫାର୍ମ ମାଲିକଙ୍କ ମୃତ୍ୟୁ ଘଟିଛି । ଅଧିକ ପଢ଼ନ୍ତୁ

ହାତୀ ପାଇଁ ଲଗାଇଥିବା ସୋଲାର ଫେନ୍ସିଂ ତାର ଲାଗି ଚାଲିଗଲା ଜୀବନ

ଚାଲିଗଲା ଚାଷୀଙ୍କ ଜୀବନ

ଢେଙ୍କାନାଳ: ହାତୀ ପାଇଁ ଲଗାଇଥିଲେ ଫାଶ । ଆଉ ନିଜ ଫାଶରେ ଫସିଗଲେ ନିଜେ । ବଣୁଆ ହାତୀଙ୍କ ପାଇଁ ଲଗାଇଥିବା ଏକ ବିଦ୍ୟୁତ ଫାଶରେ ଜଣେ ବ୍ୟକ୍ତି ଫସିଯାଇ ଜୀବନ ହାରିଛନ୍ତି । ହାତୀ ଦାଉରୁ ଫସଲ ସୁରକ୍ଷା ପାଇଁ ନିଜ ଫାର୍ମ ଚାରିପଟେ ନିଜେ ବିଛାଇଥିବା ସୋଲାର ଫେନ୍ସିଂ ତାରରେ ଲାଗି ଫାର୍ମ ମାଲିକଙ୍କ ମୃତ୍ୟୁ ଘଟିଛି । ତେବେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ସଦର ଥାନା ଅଞ୍ଚଳରେ ।

ସୂଚନା ଅନୁସାରେ, ଢେଙ୍କାନାଳ ଜିଲ୍ଲା ସଦର ଥାନା ଗଦାଶିଳା ଗ୍ରାମ ଗୌତମ ନାୟକ ନାମକ ଜଣେ ପରିବା ଚାଷୀ ହାତୀ ଦାଉରୁ ନିଜ ଫସଲକୁ ରକ୍ଷା କରିବା ପାଇଁ ପରିବା ଫାର୍ମରେ ଚାରି କଡ଼ରେ ସୋଲାର ଫେନ୍ସିଂ ତାର ଲଗାଇଥିଲେ । ହେଲେ ଦୁର୍ଭାଗ୍ୟ ବଶତଃ ଆଜି (ରବିବାର) ସକାଳେ ହାତୀ ପାଇଁ ଲଗାଇଥିବା ତାରରେ ନିଜେ ଫସିଯାଇଥିଲେ । ଏହି ଅଘଟଣ ପରେ ଗୌତମଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପରିବାର ଲୋକେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ମାତ୍ର ବାଟରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଫାର୍ମର ଚାରିପଟେ ହାତୀ ଉପଦ୍ରବରୁ ସୁରକ୍ଷା ପାଇଁ ବିଛାଇଥିବା ସୋଲାର ଫେନ୍ସିଂ ତାର କରେଣ୍ଟ ଲାଗି ମୃତ୍ୟୁ ଘଟିଥିବା ଗୌତମଙ୍କ ପରିବାର ଲୋକେ କହିଛନ୍ତି । ତେବେ ସୋଲାର ଫେନ୍ସିଂ କରେଣ୍ଟରେ ସେପରି ଜୀବନ ହାନି ହେବାର ବିପଦ ନଥିଲେ ମଧ୍ୟ ଏହି ଘଟଣାକୁ ନେଇ ସନ୍ଦେହ କରାଯାଇଛି । ସେପଟେ ଘଟଣାସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଏହା ମଧ୍ୟ ପଢ଼ନ୍ତୁ...ବୌଦ୍ଧରେ ଥମୁନି ହାତୀ ମୃତ୍ୟୁ, ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଆଖି ବୁଜିଲା ଦନ୍ତା

ସୂଚନା ଥାଉକି, ବିଶେଷକରୀ ସଦର ଥାନା ଗଦାଶିଳା ଅଞ୍ଚଳରେ ବଣୁଆ ହାତୀମାନଙ୍କ ଉପଦ୍ରବ ଜାରି ରହିଛି । ମାତ୍ର ବନ ବିଭାଗ ଏହି ଅଞ୍ଚଳରେ ଚାଷକୁ ସୁରକ୍ଷା ଦେବାରେ ବିଫଳ ହୋଇଛି । ଫଳରେ ହାତୀଙ୍କ ଉପଦ୍ରବରେ ଚାଷ ଉଜୁଡି ଯାଉଥିବାରୁ ବିତସ୍ପୃହ ହୋଇପଡିଛନ୍ତି ଚାଷୀ । ଏପରିକି ହାତୀମାନଙ୍କ କବଳରୁ ସୁରକ୍ଷା ପାଇଁ ନିଜ ନିଜର ଚାଷ ଜମି ଚାରିପଟେ ସୋଲାର ଫେନ୍ସିଂ ଲଗାଇଥିଲେ ମଧ୍ୟ ହାତୀ ଉପଦ୍ରବରୁ ମୁକ୍ତି ମିଳୁନାହିଁ ।

ଏପଟେ ହାତୀମାନେ ସୋଲାର ଫେନ୍ସିଂ ମାନୁନଥିବାରୁ ବିତସ୍ପୃହ ଚାଷୀମାନେ ସୋଲାର ଫେନ୍ସିଂ ତାରରେ ହେଭି ବିଦ୍ୟୁତ କରେଣ୍ଟ ଚାର୍ଜ କରିଦେଉଥିବା ପରି ଅଭିଯୋଗ ଉଠୁଛି । ଆଉ ଏପରି ଘଟଣାରେ ହାତୀମାନଙ୍କର ମୃତ୍ୟୁ ମଧ୍ୟ ଘଟିଥିବା ଢେଙ୍କାନାଳରେ ଅନେକ ନଜିର ରହିଛି । ଫଳରେ ଏହି ଘଟଣାରେ ନିଜ ଫାର୍ମ ଚାରିପଟେ ସୋଲାର ଲଗାଇଥିବା ସୋଲାର ଫେନ୍ସିଂ ତାରରେ ଚାର୍ଜ କରିଦେଇଥିବା ହେଭି ବିଦ୍ୟୁତ କରେଣ୍ଟ ହିଁ ଅସାବଧାନତା ବଶତଃ ଲାଗି ଏହି ଫାର୍ମ ମାଲିକଙ୍କ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଇଛି । ଯାହାକୁ ନେଇ ସଦର ଥାନା ପୋଲିସ ଓ ବନବିଭାଗ ଯାଞ୍ଚ ଆରମ୍ଭ କରିଛି ।

ଇଟିଭି ଭାରତ, ଢେଙ୍କାନାଳ

Last Updated : Feb 18, 2024, 2:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.