ETV Bharat / state

ସରିଲା ରାଇରଙ୍ଗପୁରର ପ୍ରସିଦ୍ଧ ଉଡା ଯାତ୍ରା, ସାମିଲ ହେଲେ ହଜାର ହଜାର ଶ୍ରଦ୍ଧାଳୁ - Uda Yatra - UDA YATRA

Uda Yatra: ରାଇରଙ୍ଗପୁରରେ ଶେଷ ହେଲା ଉଡା ଯାତ୍ରା । ଶେଷ ଦିନରେ ସାମିଲ ହେଲେ ହଜାର ହଜାର ଶ୍ରଦ୍ଧାଳୁ । ଅଧିକ ପଢନ୍ତୁ

Uda Yatra
Uda Yatra
author img

By ETV Bharat Odisha Team

Published : Apr 15, 2024, 8:36 AM IST

ରାଇରଙ୍ଗପୁର: ମହାବିଷୁବ ସଂକ୍ରାନ୍ତି ଅବସରରେ ରାଇରଙ୍ଗପୁର ଠାରେ ଅନୁଷ୍ଠିତ ହୋଇଯାଇଛି ପ୍ରସିଦ୍ଧ ଉଡା ଯାତ୍ରା । ଲୋକାରଣ୍ୟ ହେଲା ପ୍ରସିଦ୍ଧ ଐଶନେଶ୍ବର ମହାଦେବଙ୍କ ପୀଠ । ଚଳିତ ବର୍ଷ ଉଡା ଯାତ୍ରା ଦେଖିବାକୁ ହଜାର ହଜାର ସଂଖ୍ୟାରେ ଲୋକଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା । ଗୁରୁବାର ଦିନ ଠାରୁ ଏହି ଉଡା ଯାତ୍ରା ଆରମ୍ଭ ହୋଇଥିବା ବେଳେ ଗତକାଲି (ରବିବାର) ସମ୍ପନ୍ନ ହୋଇଛି । ରାଜା ରାଜୁଡା ଅମଳରୁ ରାଇରଙ୍ଗପୁରରେ ଏହି ଯାତ୍ରା ପାଳିତ ହୋଇଆସୁଛି । ଚାରି ଦିନ ଧରି ଏହି ପର୍ବ ପାଳନ କରାଯାଇଥାଏ ।

ଗତ ଗୁରୁବାର ଖଡଖାଇ ନଦୀରୁ ମ‌ହାଦେବଙ୍କ ଶୁଭ ଘଟ ଉତ୍ତୋଳନ କରାଯାଇ ମନ୍ଦିର ମଧ୍ୟକୁ ପ୍ରବେଶ କରାଯାଇଥିଲା । ଏହାପରେ ଶୁକ୍ରବାର ଦିନ ମଧ୍ୟ ରାତି ସମୟରେ ଖଡଖାଇ ନଦୀରୁ ଯାତରା ଘଟ ଉଠାଯାଇ ମନ୍ଦିରକୁ ଅଣାଯାଇଥିଲା । ପୁଣି ଭୋର 4ଟା ସମୟରେ କାମନା ଘଟ ପରେ ମନ୍ଦିରକୁ ଶୁଭ ଘଟ ଅଣାଯାଇ ଐଶନେଶ୍ବର ମହାଦେବଙ୍କ ନିକଟରେ ଅର୍ପଣ କରାଯାଇଥିଲା ।

ସେହିପରି ଶନିବାର ଦିନ ରାତି 12ଟା 30 ମିନିଟ ସମୟରେ ଡାଳିଭଙ୍ଗା ଘଟ ଆଣି ସେହି ଘଟର ଜଳକୁ ମହାଦେବଙ୍କ ନିକଟରେ ଅର୍ପଣ କରାଯାଇଥିଲା । କାଳିକା ଘଟକୁ ମଧ୍ୟ ମନ୍ଦିରକୁ ଅଣାଯାଇ ମହାଦେବଙ୍କ ନିକଟରେ ଅର୍ପଣ କରାଯାଇଥିଲା । କାଳିକା ଘଟ ନ ଉଠିଲେ ଉଡା ଯାତ୍ରା ଅଞ୍ଚଳରେ ହେବା ସମ୍ଭବପର ନୁହେଁ । ଶନିବାର ଦିନ ଭୋରରୁ ଗୋରିଆ ଭାର ଉଠାଯାଇ ମହାଦେବଙ୍କୁ ଅର୍ପଣ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-ମହାବୀର ଜୟନ୍ତୀରେ ବିଶାଳ ହିନ୍ଦୁ ଶୋଭାଯାତ୍ରା, ମୃଦୁପାନୀୟ ଦେଇ ଭାଇଚାରାର ବାର୍ତ୍ତା ବାଣ୍ଟିଲେ ମୁସଲିମ ଭାଇ

ଏହା ମଧ୍ୟ ପଢନ୍ତୁ-ମା' ଶାରଳାଙ୍କ ପୀଠରେ ଝାମୁଯାତ୍ରା, ଜମିଲା ଭକ୍ତଙ୍କ ଭିଡ

ଗତକାଲି(ରବିବାର) ଶେଷ ଦିନରେ ମହାବିଷୁବ ସଂକ୍ରାନ୍ତି ଅବସରରେ ଭୋର ସମୟରେ ଖଡଖାଇ ନଦୀରୁ ଘଟ ଉତ୍ତୋଳନ କରାଯାଇ ଐଶନେଶ୍ବର ମହାଦେବଙ୍କ ନିକଟରେ ଅର୍ପଣ କରାଯାଇଥିଲା । ତେବେ ପୂର୍ବାହ୍ନ ପ୍ରାୟ 5 ଘଟିକା ସମୟରେ ଖଡଖାଇ ନଦୀରେ ବୁଡ଼ ପକାଇ ଶ୍ରଦ୍ଧାଳୁ ମାନେ ରାସ୍ତା ସାରା ଅଧିଆ ପଡି ମହାଦେବ ମନ୍ଦିରକୁ ଆସିଥିଲେ । ମଣ୍ଡାପାଟରେ ରଜନୀକାନ୍ତ ସାହୁ କଣ୍ଟା ଉପରେ ଶୋଇ ଓ ଖଣ୍ଡାପାଟରେ ନଳିନୀ ସାହୁ ଖଣ୍ଡା ଉପରେ ଛିଡା ହୋଇ ମନ୍ଦିରକୁ ଆସି ମହାଦେବ ମନ୍ଦିରର ପରିକ୍ରମା କରିଥିଲେ । ଶହ ଶହ ଭକ୍ତଙ୍କ ମଧ୍ୟରେ ମାନସିକଧାରୀ ମାନେ କିଏ ପିଠିରେ ଲୁହା କଣ୍ଟା ଫୋଡେ ତ ଆଉ କିଏ ଜିଭରେ କଣ୍ଟା ଫୋଡି ନାଚି ନାଚି ମହାଦେବ ପୀଠରେ ପହଞ୍ଚି ସାନିଧ୍ୟ ଲାଭ କରିଥିଲେ । ଏହି ଯାତ୍ରାରେ ସାମିଲ ହେବାକୁ ସ୍ଥାନୀୟ ଲୋକଙ୍କ ସମେତ ଦୂର ଦୂରଦୂରାନ୍ତରୁ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.