ETV Bharat / state

ବିରାଜିବେ ଧନଦାତ୍ରୀ, ଗଜଲକ୍ଷ୍ମୀ ପୂଜା ପାଇଁ ଉତ୍ସବମୁଖର କେନ୍ଦ୍ରାପଡା

ଗଣପର୍ବ ଲକ୍ଷ୍ମୀ ପୂଜା ପାଇଁ ଉତ୍ସବମୁଖର କେନ୍ଦ୍ରାପଡା ସହର । ଏଥର ଜିଲ୍ଲାରେ ୩ଶହରୁ ଅଧିକ ମେଢରେ ପୂଜା ପାଉଛନ୍ତି ମା’ ଧନଦାତ୍ରୀ ।

author img

By ETV Bharat Odisha Team

Published : 9 hours ago

ଆଜି ଲକ୍ଷ୍ମୀପୂଜା, ଗଣପର୍ବ ପାଇଁ ଉତ୍ସବମୁଖର କେନ୍ଦ୍ରାପଡା
ଆଜି ଲକ୍ଷ୍ମୀପୂଜା, ଗଣପର୍ବ ପାଇଁ ଉତ୍ସବମୁଖର କେନ୍ଦ୍ରାପଡା (ETV Bharat odisha)

କେନ୍ଦ୍ରାପଡା: ଶାରଦୀୟ ପାର୍ବଣର ସମାପନ ସହ ଆଜି ଧରାବତରଣ କରିବେ ଧନଦାତ୍ରୀ ମା’ ଲକ୍ଷ୍ମୀ । ଗଣପର୍ବ ପାଇଁ ଉତ୍ସବମୁଖର କେନ୍ଦ୍ରାପଡା ଜିଲ୍ଲା । ଦେବୀ ଦୁର୍ଗାଙ୍କ ମେଲାଣି ପରେ ମା’ ଲକ୍ଷ୍ମୀଙ୍କ ପୂଜା ପାଇଁ ସଜେଇ ହୋଇଛି କେନ୍ଦ୍ରାପଡା ସହର ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳ । କେବଳ କେନ୍ଦ୍ରାପଡା ସହରରେ ୫୦ରୁ ଊର୍ଦ୍ଧ୍ବ ସ୍ଥାନରେ ମା’ ମହାଲକ୍ଷ୍ମୀଙ୍କ ପ୍ରତିମା ପୂଜା ପାଇବାକୁ ଥିବା ବେଳେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନ୍ୟୁନ ୩ଶହରୁ ଅଧିକ ମୃଣ୍ମୟୀ ମୂର୍ତ୍ତି ପୂଜା ପାଇବେ ।

୯୬ ବର୍ଷ ଧରି ହୋଇ ଆସୁଛି ଲକ୍ଷ୍ମୀ ପୂଜା:

ସାରା ରାଜ୍ୟରେ ଲକ୍ଷ୍ମୀ ପୂଜା ପାଇଁ କେନ୍ଦ୍ରାପଡା ସହର ଓ ଜିଲ୍ଲାର ରହିଛି ଭିନ୍ନ ପରିଚୟ । ଏହାକୁ ଜିଲ୍ଲାବାସୀ ଗଣପର୍ବ ଭାବେ ପାଳନ କରିଆସୁଛନ୍ତି । ଜିଲ୍ଲାରେ ଲକ୍ଷ୍ମୀ ପୂଜାର ପରମ୍ପରା ପ୍ରାୟ ୯୬ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା ବୋଲି ତଥ୍ୟ ରହିଛି । କେନ୍ଦ୍ରାପଡା ସହର ୧୭ ନଂ ୱାର୍ଡ ‘ଶ୍ରୀ ଶ୍ରୀ କାକଟ ମଙ୍ଗଳା କ୍ଲବ’ର ଜଣେ ମୁରବୀଙ୍କ କହିବା ଅନୁସାରେ, ୧୯୨୮ ମସିହାରୁ କେନ୍ଦ୍ରାପଡାରେ ମା’ ଲକ୍ଷ୍ମୀଙ୍କ ପୂଜା ଆରମ୍ଭ ହୋଇଥିଲା । ପରେ ୧୯୪୪ ମସିହାରେ ‘କାକଟ ମଙ୍ଗଳା କ୍ଲବ’ ପ୍ରତିଷ୍ଠା ହେଲା । ଏହା ପରଠାରୁ ଏଠାରେ ମା' ମଙ୍ଗଳା କର୍ତ୍ତା ରୂପେ ବସିଥାନ୍ତି, ଯାହାକି ଅନ୍ୟ କୌଣସି ମେଢ଼ରେ ଦେଖା ଯାଇନଥାଏ । ସେହିପରି ଏଠାକାର ପାଇକ ଆଖଡା ଖେଳ ସମ୍ପୂର୍ଣ୍ଣ ଭିନ୍ନ । ମେଳଣକୁ ମା'ଙ୍କ ପ୍ରତିମା ଯିବା ଆଗରୁ ଏଠାରେ ବାଡ଼ି ଖେଳ ହେବାର ଭିନ୍ନ ଏକ ପରମ୍ପରା ରହିଛି ।

କେନ୍ଦ୍ରାପଡାରେ ଏଥର ୭୦ ମଣ୍ଡପ:-

କେବଳ କେନ୍ଦ୍ରାପଡା ସହରରେ ୬୯ଟି ମଣ୍ଡପରେ ମା’ ପୂଜା ପାଉଛନ୍ତି । ସେହିପରି ଜିଲ୍ଲାର ଅନ୍ୟାନ୍ୟ ସ୍ଥାନ,ଡେରାବିଶ,ମାର୍ଶାଘାଇ, ମହାକାଳପଡା,ଆଳି,ପଟ୍ଟାମୁଣ୍ଡାଇ, ରାଜନଗର, ରାଜକନିକା, ଗରଦପୁର ପ୍ରାୟ ୧୫୦ରୁ ଅଧିକ ମଣ୍ଡପରେ ଚଳିତବର୍ଷ ମା’ ପୂଜା ପାଉଛନ୍ତି । ସେହିପରି ଜିଲ୍ଲାର ଅନ୍ୟାନ୍ୟ ସ୍ଥାନକୁ ମିଶାଇଲେ ଛୋଟ ବଡ ପ୍ରାୟ ୩ ଶହ ମଣ୍ଡପରେ ମା’ଙ୍କୁ ଅବାହନ କରାଯାଉଛି । ସମଗ୍ର ବିଶ୍ୱକୁ ଧନଧାନ୍ୟ ଓ ଐଶ୍ୱର୍ଯ୍ୟରେ ଭରି ଦେବାକୁ ଭକ୍ତିପୂତ ପ୍ରଣତି ଜଣାଉଛନ୍ତି ଭକ୍ତମାନେ ।

ଏହା ମଧ୍ୟ ପଢନ୍ତୁ :- ଶ୍ରୀମନ୍ଦିର କେବଳ ଓମଫେଡ ଘିଅ ବ୍ୟବହାର, ନଚେତ୍‌ କାର୍ଯ୍ୟାନୁଷ୍ଠାନ

ଏହା ମଧ୍ୟ ପଢନ୍ତୁ :-ବାଜିଲାନି ଡିଜେ; ଫିକା ଫିକାରେ ସରିଲା ମା’ଙ୍କ ମେଲାଣି, ସାମିଲ ହେଲେନି ଏକାଧିକ ମଣ୍ଡପ

  • ଆଜିଠୁ ପୂଜା ଆରମ୍ଭ, ୨୩ ରେ ଭସାଣି

ଚଳିତ ବର୍ଷ ମହାଡ଼ମ୍ବର ଭାବେ ପୂଜା କରିବା ପାଇଁ ସମସ୍ତ ବ୍ୟବସ୍ଥାରେ ଲାଗିପଡିଛନ୍ତି କମିଟି କର୍ମକର୍ତ୍ତା । ମା' ଲକ୍ଷ୍ମୀ ଓ ଅନ୍ୟାନ୍ୟ ଦେବାଦେବୀ ବିଭିନ୍ନ ମଣ୍ଡପରେ ଆଜିଠାରୁ ପୂଜା ପାଇବା ସହ ୨୩ ତାରିଖରେ ଭସାଣି ଉତ୍ସବ ଆୟୋଜିତ ହେବ । ଏଥିପାଇଁ ପୂଜା କମିଟି ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ତେବେ ପ୍ରାକୃତିକ ରଙ୍ଗ ବ୍ୟବହାର ସହିତ ପୂଜା ମଣ୍ଡପଗୁଡିକୁ ବିଭିନ୍ନ ଆଲୋକମାଳାରେ ସଜ୍ଜିତ କରି ସ୍ୱଚ୍ଛତା ଉପରେ ଧ୍ୟାନ ଦେଇ ପୁରସ୍କୃତ ହେବାକୁ ଲକ୍ଷ୍ୟ ରଖିଛନ୍ତି ପୂଜା କମିଟି । ପୂର୍ବରୁ ପୂଜା କମିଟିର ଖର୍ଚ୍ଚ ୧୦ ଲକ୍ଷରୁ ଊର୍ଦ୍ଧ୍ବ ହେଉଥିବା ବେଳେ ଏଥିପାଇଁ ସାହି ଏବଂ ବଜାରରେ ଥିବା ବ୍ୟବସାୟୀମାନେ ମଧ୍ୟ ସହଯୋଗ କରିଥାନ୍ତି ।

  • ଶାନ୍ତି ଶୃଙ୍ଖଳା ପାଇଁ ପ୍ରଶାସନର ବ୍ୟାପକ ପ୍ରସ୍ତତି

ଗଣପର୍ବ ଲକ୍ଷ୍ମୀ ପୂଜା ପାଇଁ କେନ୍ଦ୍ରାପଡା ସହର ଓ ଜିଲ୍ଲାର ଅନ୍ୟ ସହରାଞ୍ଚଳରେ ଲକ୍ଷାଧିକ ଲୋକଙ୍କ ସମାଗମ ହେବ । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । ପୂଜା କମିଟିର କର୍ମକର୍ତ୍ତାମାନଙ୍କୁ ଡାକି କଟକଣା ଓ ଗାଇଡଲାଇନ ସମ୍ପର୍କରେ ପ୍ରଶାସନିକ ଅଧିକାରୀ ଆଲୋଚନା ମଧ୍ୟ କରିଛନ୍ତି । ଏଥିସହ ଚଳିତବର୍ଷ ପୂଜା ମଣ୍ଡପରେ ସାଂସ୍କୃତିକ କିମ୍ବା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ହେବାକୁ ଅନୁମତି ଥିବା ବେଳେ ଭସାଣି କାର୍ଯ୍ୟକ୍ରମରେ ‘ଡିଜେ’କୁ ନେଇ କଟକଣା ଜାରି କରାଯାଇଥିବା ସୂଚନା ଦେଇଛନ୍ତି ଉପ-ଜିଲ୍ଲାପାଳ ।

ଏହା ମଧ୍ୟ ପଢନ୍ତୁ :- ରାଜଧାନୀର ୧୦ଟି ସ୍ଥାନରେ ସରିଲା ରାବଣ ପୋଡି, ଝାରପଡ଼ାରେ ଉତ୍ସବ ପାଳିଲେ ହିନ୍ଦୁ-ମୁସଲିମ

ଏହା ବି ପଢନ୍ତୁ...ରାବଣ ପାଇଁ ବିତିଗଲାଣି ଅଧା ବୟସ, ‘ରାବଣ ପୋଡି’ ପ୍ରସ୍ତୁତିରେ ସାରା ପରିବାର

ଏହା ବି ପଢନ୍ତୁ...ସମ୍ବଲପୁରରେ ଦଶହରା ବୁଲିଲେ, ରାବଣ ଦହନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ପୂଜାରେ ଭିଡ ନିୟନ୍ତ୍ରଣ ଓ ଟ୍ରାଫିକ ସୁପରିଚାଳନା ପାଇଁ ସହରର ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନ ଓ ଛକରେ ସିସିଟିଭି ଲଗାଯାଇଛି । ପୂଜା କମିଟି ସଦସ୍ୟମାନଙ୍କୁ ଶାନ୍ତି ଶୃଙ୍ଖଳା ରକ୍ଷା କରି ପୂଜା ସମ୍ପନ କରିବା ପାଇଁ ନିବେଦନ କରାଯାଇଛି । ଆଜି ସନ୍ଧ୍ୟାରେ କଳସ ଶୋଭାଯାତ୍ରା ଓ ପୂଜା ପରେ ଅନ୍ୟ ମଣ୍ଡପରେ ଠାକୁରାଣୀ ପୂଜା ପାଇବେ ବୋଲି ସୂଚନା ଦେଇଛନ୍ତି କମିଟି ସଦସ୍ୟ ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.