ETV Bharat / state

ସରିଲା ଖଣ୍ଡଗିରି ଯାତ୍ରା: 12ଦିନ, 16ନାଟକ; ହସକାନ୍ଦର ଅଭିନୟରେ ଭାବବିହ୍ୱଳ ହେଲେ ଦର୍ଶକ

Khandairi Yatra: ଐତିହାସିକ କୁମ୍ଭମେଳାର ଯାତ୍ରା ମହାସମର ଚାଲିଥିଲା । ମଞ୍ଚସ୍ଥ ହୋଇଥିବା ୧୬ଟି ଯାତ୍ରାପାର୍ଟିର ୧୬ଟି ନାଟକକୁ ବେଶ ଭଲପାଇବା ଦେଇଛନ୍ତି ଦର୍ଶକ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Mar 1, 2024, 9:08 PM IST

Khandagiri Yatra
Khandagiri Yatra
Khandagiri Yatra

ଭୁବନେଶ୍ବର: ୧୨ ଦିନ ଧରି ଦୁଲୁକୁଥିଲା ଖଣ୍ଡଗିରି । ଐତିହାସିକ କୁମ୍ଭମେଳାର ଯାତ୍ରା ମହାସମର ଚାଲିଥିଲା । ଆଉ ଏହି ମେଳାରେ ୧୬ ଟି ପାର୍ଟିର ୧୬ ଟି ନାଟକ ମଞ୍ଚସ୍ଥ ହୋଇଥିଲା । ଭିନ୍ନ ଭିନ୍ନ କାହାଣୀକୁ ନେଇ ଭିନ୍ନ ଭିନ ଚରିତ୍ରରେ ପ୍ରତିଟି କଳାକାର ଚମତ୍କାର ଅଭିନୟ କରିଥିଲେ। ଆଉ ଏହି ମହାସମରର ଶେଷ ଦିନରେ ୬ଟି ପାର୍ଟିରେ ୬ଟି ନାଟକ ପରିବେଷଣ ହୋଉଥିବାବେଳେ ଦର୍ଶକଙ୍କର ଖଚାଖଚ ଭିଡ ଦେଖିବାକୁ ମିଳିଥିଲା । ଅନ୍ତିମ ରଜନୀରେ ଦମଦାର ମେଲୋଡି ସହ ଦମଦାର ସଂଳାପରେ ପ୍ରତିଟି ପାର୍ଟି ଦର୍ଶକଙ୍କୁ ମନୋରଞ୍ଜନ କରିଥିଲା ।

ତେବେ ଶେଷ ଦିନରେ ବି ହାଉସଫୁଲ ରହିଥିଲା ସବୁ ପାର୍ଟି। ଦର୍ଶକଙ୍କୁ ଶେଷ ଯାଏ ନିଜର ନିଖୁଣ ଅଭିନୟରେ ବାନ୍ଧି ରଖଥିଲେ କଳାକାର। ସବୁ କଳାକାରଙ୍କ ଦମଦାର ପ୍ରଦର୍ଶନକୁ ନେଇ ଦର୍ଶକ ବେଶ ଖୁସି ହୋଇଥିଲେ । ହସ, କାନ୍ଦ,ଲଭ୍, ରୋମାନ୍ସ ଓ ପାରିବାରିକ କାହାଣୀକୁ ନେଇ ଏଥର ପ୍ରତିଟି ନାଟକ ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥିଲା। ଚଳିତ ବର୍ଷ ୭ କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟବସାୟ ହୋଇଥିବା କୁହାଯାଉଛି ।ଅନ୍ୟଅଟେ ଚଳିତ ବର୍ଷ ସବୁ ପାର୍ଟିରେ ରିପିଟ୍ ନାଟକ ରହିଥିଲା । ତଥାପି ଭିଡ଼ ହୋଇଥିବାବେଳେ ଆକର୍ଷିତ କରିଥିଲା ମହତାବ କମିଟିରେ ପଡିଥିବା ତୁଳସୀ ଗଣନାଟ୍ୟର ଅଧରାତିର ସାଥୀ । ଏହି ନାଟକଟି ଦର୍ଶକଙ୍କ ଭଲପାଇବା ଓ ଚାହିଦାକୁ ନେଇ ଗତ ବର୍ଷରୁ ଚାଲିଆସୁଛି।

ଏହା ମଧ୍ୟ ପଢନ୍ତୁ...ଦର୍ଶକଙ୍କ ମନ ଜିଣୁଛି 'ରାଣୀ ପଣ୍ଡାକୁ ଖଣ୍ଡଗିରି ମନା' ନାଟକ

ଏଥର ବି ୬ ଦିନଧରି ନାଟକ ପରିବେଷଣ ହୋଇଥିବାବେଳେ ବେଶ ଜଣାଶୁଣା ଯାତ୍ରା ଅଭିନେତା ପିୟୁଷ ତ୍ରିପାଠୀଙ୍କ ଅଭିନୟ ଲୋକଙ୍କୁ ମତୁଆଲା କରିଥିଲା । ଏନେଇ ଅଭିନେତା ପିୟୁଷ କହିଛନ୍ତି, "ଏଥର ବେଶ ଭଲପାଇବା ଦେଇଛନ୍ତି ଦର୍ଶକ । ଆମେ ଚାହୁଁଛୁ ଯାତ୍ରା ବଞ୍ଚିରହୁ ।" ଏହାସହ ତାଙ୍କ ସହ ଦମଦାର ଅଭିନୟ କରିଥିବା ମାଆ ଚରିତ୍ରରେ ଅଭିନୟ କରିଥିବା କାଳୀଙ୍କୁ ମଧ୍ୟ ନାଟକ ମାଧ୍ୟମରେ ବେଶ ଭଲପାଇବା ମିଳିଛି ।

ରାଣୀ ପଣ୍ଡାଙ୍କ ଜୀବନର ବାସ୍ତବ ଘଟଣାକୁ ନେଇ ଗୌରୀ ଗଣନାଟ୍ୟର 'ରାଣୀ ପଣ୍ଡାକୁ ଖଣ୍ଡଗିରି ମନା' ମନକୁ ବେଶ ଛୁଇଁଥିଲା । ସ୍ଵର୍ଣ୍ଣ ମହଲରେ 'କେତେ ଦୁଃଖ ଦେବୁ ଦେରେ କାଳିଆ' ନାଟକ ଥିଲା ବେଶ ହୃହୟସ୍ପର୍ଶୀ । ସ୍ବପ୍ନ ମହଲରେ ମଞ୍ଚସ୍ଥ ହୋଇଥିଲା 'କେତେ କାନ୍ଦିବୁରେ ଗୌର ଦାସ' । ଶିବାନୀ ଗଣନାଟ୍ୟର ଅଲିଅଳି ରାଜଜେମା ନାଟକ ମଧ୍ୟ ଦର୍ଶକଙ୍କୁ ବେଶ ଆକର୍ଷିତ କରିଥିଲା ।

  • " class="align-text-top noRightClick twitterSection" data="">

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.