ETV Bharat / state

ଶେଷ ହେଲା ବାହ୍ୟ ଚନ୍ଦନଯାତ୍ରା, ଚାପରେ ମହାପ୍ରଭୁଙ୍କୁ ଦର୍ଶନ କଲେ ହଜାର ହଜାର ଭକ୍ତ - chandan yatra end in Puri

author img

By ETV Bharat Odisha Team

Published : May 30, 2024, 8:29 AM IST

Chandan yatra: ଶେଷ ହେଲା ବାହ୍ୟ ଚନ୍ଦନଯାତ୍ରା । ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳିଲେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମାନ । ଦର୍ଶନ କଲେ ହଜାର ହଜାର ଭକ୍ତ । ଅଧିକ ପଢନ୍ତୁ

ଶେଷ ହେଲା ବାହ୍ୟ ଚନ୍ଦନଯାତ୍ରା, ଚାପରେ ମହାପ୍ରଭୁଙ୍କୁ ଦର୍ଶନ କଲେ ହଜାର ହଜାର ଭକ୍ତ
ଶେଷ ହେଲା ବାହ୍ୟ ଚନ୍ଦନଯାତ୍ରା, ଚାପରେ ମହାପ୍ରଭୁଙ୍କୁ ଦର୍ଶନ କଲେ ହଜାର ହଜାର ଭକ୍ତ (ETV Bharat Odisha)

ପୁରୀ: ଶ୍ରୀକ୍ଷେତ୍ରରେ ପବିତ୍ର ଅକ୍ଷୟ ତୃତୀୟାରୁ ଚାଲିଥିବା ୨୧ ଦିନ ବ୍ୟାପୀ ବାହାର ଚନ୍ଦନଯାତ୍ରା ଗତକାଲି (ବୁଧବାର) ସଂଧ୍ୟାରେ ସମାପିତ ହୋଇଛି । ଶ୍ରୀମନ୍ଦିରରେ ଯାତଭୋଗ ସରିବା ପରେ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ମହାପ୍ରଭୁଙ୍କ ଚଳନ୍ତିପ୍ରତିମା ନରେନ୍ଦ୍ର ପୁଷ୍କରିଣୀକୁ ଯାଇ ଜଳକ୍ରୀଡ଼ା କରିଛନ୍ତି । ଭଉଁରୀରେ ମହାପ୍ରଭୁଙ୍କ ଚଳନ୍ତିପ୍ରତିମା ଜଳକ୍ରୀଡ଼ା କରିଥିବା ବେଳେ ହଜାର ହଜାର ଭକ୍ତଙ୍କ ଗହଣରେ ଶ୍ରୀକ୍ଷେତ୍ରର ଦ୍ଵାଦଶ ଯାତ୍ରା ମଧ୍ୟରୁ ଅନ୍ୟତମ ଏହି ପ୍ରସିଦ୍ଧା ଯାତ୍ରା ଶାନ୍ତିଶୃଙ୍ଖଳାର ଶେଷ ହୋଇଛି ।

‘ଦୋଳେଚ ଦୋଳଗୋବିନ୍ଦ, ଚାପେଚ ମଧୁସୂଦନ, ରଥେତୁ ବାମନଂ ଦୃଷ୍ଟା ପୁନର୍ଜନ୍ମ ନ ଲଭ୍ୟତେ’ । ଅର୍ଥାତ ଚାପରେ ଭକ୍ତଟିଏ ମଧୁସୂଦନ ରୂପରେ ମହାପ୍ରଭୁଙ୍କୁ ଦର୍ଶନ କଲେ ପୁନର୍ଜନ୍ମ ହୁଏନାହିିଁ ବୋଲି ବିଶ୍ବାସ ରହିଛି । ମାନବୀୟ ଲୀଳାଖେଳା କରୁଥିବା ମହାପ୍ରଭୁ ସାଧାରଣ ମଣିଷ ପରି ପ୍ରଚଣ୍ଡ ରୌଦ୍ରତାପ ଓ ଗ୍ରୀଷ୍ମପ୍ରବାହରୁ ରକ୍ଷା ପାଇବା ପାଇଁ ଜଳକ୍ରୀଡ଼ା କରିଥାନ୍ତି । ଅକ୍ଷୟ ତୃତୀୟା ତିଥିରୁ ମହାପ୍ରଭୁଙ୍କ ବାହାର ଚନ୍ଦନଯାତ୍ରା ଆରମ୍ଭ ହୋଇଥିଲା । ୨୧ଦିନ ବ୍ୟାପୀ ବାହାର ଚନ୍ଦନଯାତ୍ରା ଯାତ୍ରାର ଅନ୍ତିମପର୍ବ ଶେଷ ହୋଇଛି ।

ନୀତି ଅନୁସାରେ, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଯାତଭୋଗ ସରିବା ପରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ରାମକୃଷ୍ଣ, ଭୂଦେବୀ, ଶ୍ରୀଦେବୀ ଓ ଶ୍ରୀକ୍ଷେତ୍ରର ପଞ୍ଚପାଣ୍ଡବ ପାଲିଙ୍କି ଓ ବିମାନରେ ଏକ ବିରାଟ ପଟୁଆରରେ ଘଣ୍ଟ, ଛତା, କାହାଳୀ ସହ ଭକ୍ତଙ୍କ ହରିବୋଲ ଧ୍ୱନିରେ ନରେନ୍ଦ୍ର ପୁଷ୍କରିଣୀକୁ ବିଜେ କରିବା ପରେ ପୁଷ୍କରିଣୀର ଅଗ୍ନିକୋଣରୁ ଐସାନ୍ୟ କୋଣ ପର୍ଯ୍ୟନ୍ତ ୭ ଘେରା ଲେଖାଏଁ ୨୧ ଘେରା ଜଳକ୍ରୀଡ଼ା କରିଥିଲେ ।

ଏହା ମଧ୍ୟ ପଢନ୍ତୁ :- ମହାପ୍ରଭୁଙ୍କ ଚନ୍ଦନ ଯାତ୍ରାବେଳେ ବାଣ ବିସ୍ଫୋରଣ, ୨୦ରୁ ଅଧିକ ଆହତ - Firecracker Explosion

ଗତକାଲି (ବୁଧବାର) ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ ଅବସରରେ ସମଗ୍ର ବଡ଼ଦାଣ୍ଡରେ ସୃଷ୍ଟି ହୋଇଥିଲା ଭକ୍ତିମୟ ପରିବେଶ । ଶ୍ରୀମନ୍ଦିର ଠାରୁ ନରେନ୍ଦ୍ର ପୁଷ୍କରିଣୀ ଓ ଏହାର ଚତୁଃପାର୍ଶ୍ଵରେ ଭକ୍ତଙ୍କ ଗହଳି ଲାଗିଥିଲା । ପାରମ୍ପରିକ ବାଦ୍ୟ ତଥା ଭଜନ କୀର୍ତ୍ତନ ପଟୁଆରରେ ମଦନମୋହନ, ରାମକୃଷ୍ଣ, ଭୂଦେବୀ, ଶ୍ରୀଦେବୀ ଓ ପଞ୍ଚମହାଦେବ ନରେନ୍ଦ୍ର ପୁଷ୍କରିଣୀକୁ ଯାଇ ନନ୍ଦା ଓ ଭଦ୍ରା ଚାପରେ ୨୧ ଘେରା ଜଳକ୍ରୀଡା କରିଛନ୍ତି । ସିଂହଦ୍ୱାରଠାରୁ ବଡ଼ଦାଣ୍ଡ, ମାର୍କେଟ ଛକ ଓ ନରେନ୍ଦ୍ର ପୁଷ୍କରିଣୀ ସମେତ ବିଭିନ୍ନ ପ୍ରବେଶ ପଥରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସ ମୁତୟନ କରାଯାଇଥିଲା । ଚନ୍ଦନ ଚକଡ଼ାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୁସଜ୍ଜିତ କରାଯାଇଥିଲା । ସୁସଜ୍ଜିତ ନନ୍ଦା ଓ ଭଦ୍ରା ଚାପରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ରାତି ପର୍ଯ୍ୟନ୍ତ ଜଳକ୍ରୀଡ଼ା କରିଥିଲେ । ତେବେ ଗତକାଲି ମହାପ୍ରଭୁଙ୍କ କୌଣସି ଜଳକ୍ରୀଡ଼ା ହେବନାହିଁ । କେବଳ ହଳଦୀପାଣି ନୀତି ଅନୁଷ୍ଠିତ ହେବ। ଏହାପରେ ପୁନଶ୍ଚ ୨୧ ଦିନ ବ୍ୟାପି ଶ୍ରୀମନ୍ଦିର ଭିତରେ ମହାପ୍ରଭୁଙ୍କ ଭିତର ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.