ETV Bharat / state

ଅଙ୍ଗଦାନ କରି ଅମର ହୋଇଗଲେ ନରେଶ ! ଗାର୍ଡ ଅଫ୍ ଅନର ଦେଲେ ଉଭୟ ଓଡିଶା ଓ ଆନ୍ଧ୍ର ପୋଲିସ

ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ନରେଶଙ୍କ ମୃତ୍ୟୁ ହୋଇଥିଲା । ବାପା ନାଗରାଜ ପଟନାୟକଙ୍କ ମୃତ୍ୟୁର ମାସ କେଇଟା ମଧ୍ୟରେ ୩୧ବର୍ଷିୟ ପୁଅ ନରେଶଙ୍କ ମୃତ୍ୟୁରେ ସଂପୂର୍ଣ୍ଣ ଭାଙ୍ଗିପଡିଥିଲେ ମା’ ।

author img

By ETV Bharat Odisha Team

Published : 4 hours ago

organ donation
organ donation (ETV Bharat Odisha)

ଗଜପତି: ମସ୍ତିଷ୍କାଘାତରେ ଜଣେ ଯୁବକର ମାତ୍ର ୩୧ବର୍ଷ ବୟସରେ ଆରପାରିରେ ପାରଳାଖେମୁଣ୍ଡି ତେଲିଗୌଡ ସାହିର ନରେଶ ପଟନାୟକ । ବାପାଙ୍କ ମୃତ୍ୟୁର ମାତ୍ର କେଇଟା ମାସ ମଧ୍ୟରେ ଘରର ଏକମାତ୍ର ପୁଅକୁ ହରାଇ ମାଁ ଓ ଭଉଣୀ ଏକ ପ୍ରକାର ଭାଙ୍ଗି ପଡିଛନ୍ତି । ହେଲେ ମୃତ ପୁଅର ଅଙ୍ଗକୁ ଦାନ କରି ତାଙ୍କୁ ସବୁଦିନ ପାଇଁ ଅମର କରିଦେଇଛନ୍ତି ।

ଏହି ଖବର ପ୍ରଚାରିତ ହେବା ପରେ ବିଭିନ୍ନ ମହଲରେ ଏଭଳି ନିଷ୍ପତ୍ତିକୁ ସ୍ବାଗତ କରାଯାଇଛି । ନରେଶଙ୍କ ଶେଷ ଯାତ୍ରାରେ ସହରର ହଜାର ହଜାର ଲୋକେ ସାମିଲ ହୋଇ ବିଦାୟ ଜଣାଇଥିଲେ । ଅଙ୍ଗଦାନ କରିଥିବା ନରେଶଙ୍କୁ ଉଭୟ ଆନ୍ଧ୍ର ମେଡିକାଲ କର୍ତ୍ତୁପକ୍ଷ ସମ୍ମାନ ଦେବା ସହ ଓଡିଶା ପୁଲିସ୍ ପକ୍ଷରୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି ।

organ donation (ETV Bharat Odisha)

ମା’ କେବେହେଲେ ତା ପିଲାର ମୃତ୍ୟୁକୁ ସହଜରେ ଗ୍ରହଣ କରିପାରେନି । ଛୁଆର ଜୀବନ ଜଣେ ମା’ ପାଇଁ ସର୍ବସ୍ବ । କୌଣସି କାରଣରୁ ଯୁବାବସ୍ଥାରେ ପୁଅର ମୃତ୍ୟୁ ହୋଇଗଲେ ତାକୁ କିଭଳି ଅମର କରିଦେବ ତାହା ହିଁ ଜଣେ ମା’ର ପ୍ରଥମ ଦାୟିତ୍ବ ହୋଇଛି । ଏଭଳି ଏକ ଉଦାହରଣ ଦେଖିବାକୁ ମିଳିଛି ପାରଳାଖେମୁଣ୍ଡିର ନରେଶଙ୍କ କ୍ଷେତ୍ରରେ ।

ତେଲିଗୌଡ ସାହିର ନରେଶ ଗତ ୯ତାରିଖରେ ହଠାତ୍ ମସ୍ତିଷ୍କାଘାତରେ ପିଡିତ ହୋଇଥିଲେ । ତୁରନ୍ତ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଆନ୍ଧ୍ରର ବିଶାଖପାଟଣାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ନରେଶଙ୍କ ମୃତ୍ୟୁ ହୋଇଥିଲା । ବାପା ନାଗରାଜ ପଟନାୟକଙ୍କ ମୃତ୍ୟୁର ମାସ କେଇଟା ମଧ୍ୟରେ ୩୧ବର୍ଷିୟ ପୁଅ ନରେଶଙ୍କ ମୃତ୍ୟୁରେ ସଂପୂର୍ଣ୍ଣ ଭାଙ୍ଗିପଡିଥିଲେ ମା’ କେ. ଉଷାରାଣୀ ।

ଏହା ବି ପଢନ୍ତୁ- ଅମର କୁନି ପୁଅ ସୁବୋଜିତ, ବ୍ରେନ ଡେଡ୍ ପରେ ଅଙ୍ଗ ଦାନ କଲା ପରିବାର

ଏହା ବି ପଢନ୍ତୁ- ବିବାହ ବାର୍ଷିକୀରେ ଅଙ୍ଗଦାନ ପାଇଁ ଅଭିନେତ୍ରୀ ପିଙ୍କି ପ୍ରଧାନଙ୍କ ବଡ ନିଷ୍ପତ୍ତି - ORGAN DONATION IN ODISHA

ଏହି ବା ପଡନ୍ତୁ-ଆଜି ବିଶ୍ୱ ଅଙ୍ଗଦାନ ଦିବସ; କିଏ ଓ କେଉଁ ଅଙ୍ଗ କରିପାରିବେ ଦାନ, କ'ଣ ରହିଛି ପ୍ରକ୍ରିୟା ? ଜାଣନ୍ତୁ, - World Organ Donation Day 2024

ଏହି ବି ପଢନ୍ତୁ- ସାର୍ଥକ ଜୀବନର ଅନ୍ୟ ଏକ ନାମ ଅଙ୍ଗଦାନ, ୫୦କିମି ସାଇକେଲ ଯାତ୍ରା କରି ଛାତ୍ରଙ୍କ ସଚେତନତା ବାର୍ତ୍ତା - ORGAN DONATION AWARENESS

ଘରର ଏକମାତ୍ର ପୁଅକୁ ବଞ୍ଚାଇ ପାରିନଥିବାରୁ ନିଜକୁ ନିଜେ ଧିକ୍କାର କରିଥିଲେ । ପୁଅର ଜୀବନ ବଞ୍ଚାଇ ପାରିନଥିବା ଉଷାରାଣୀ ତାଙ୍କୁ କିଭଳି ସବୁଦିନ ପାଇଁ ଅମର କରିବେ ଏବଂ ଅନ୍ୟ ଲୋକେ ପୁଅର ଅଙ୍ଗକୁ ଲଗାଇ ବଞ୍ଚିପାରିବେ ଏବଂ ଏହି ସୁନ୍ଦର ଦୁନିଆକୁ ଉପଭୋଗ କରିପାରିବେ ସେନେଇ ନିଷ୍ପତ୍ତି ନେଇ ତୁରନ୍ତ ପୁଅ ଚକ୍ଷୁ, ହୃଦୟ, ଯକୃତ ଆଦି ବିଭିନ୍ନ ଅଙ୍ଗକୁ ଦାନ କରିଦେବା ପାଇଁ ନିଷ୍ପତ୍ତି ନେଇଥିଲେ ।

ଏହାକୁ ନେଇ ଉଷାରାଣୀ କହନ୍ତି, "ମୁଁ ଜଣେ ଡାକ୍ତରଙ୍କ ଝିଅ, ମଣିଷ ଅଙ୍ଗର ଆବଶ୍ୟକତାକୁ ମୁଁ ଠିକ ଭାବେ ବୁଝିଛି । ଜଣଙ୍କର ବିଭିନ୍ନ ଅଙ୍ଗ ୬ଜଣ ଲୋକଙ୍କୁ ନୂଆ ଜୀବନ ଦେଇପାରିବ ତାହା ବି ମୁଁ ବୁଝିଛି ।" ତେଣୁ ପୁଅର ମୃତ୍ୟୁ ପରେ ହସ୍ପିଟାଲ ପକ୍ଷରୁ ଆସିଥିବା ଅନୁରୋଧକୁ ରକ୍ଷା କରି ଅଙ୍ଗଦାନ ପାଇଁ ରାଜି ହୋଇପଡିଥିଲେ।

ନରେଶଙ୍କ ମୃତ୍ୟୁକୁ ନେଇ ସାରା ପାରଳାଖେମୁଣ୍ଡି ସହର ଯେତିକି ଦୁଃଖିତ ତାଙ୍କ ଅଙ୍ଗଦାନକୁ ନେଇ ସେତେକି ଗର୍ବିତ । ତେଣୁ ତାଙ୍କ ଶବାଧାରରେ ସହରର ହଜାର ହଜାର ଲୋକେ ସାମିଲ ହୋଇ ଶେଷ ବିଦାୟ ଜଣାଇଥିଲେ । ଅଙ୍ଗଦାନ କରିଥିବା ବ୍ୟକ୍ତି ଦେଶର ସମ୍ପତ୍ତି । ସରକାରଙ୍କ ନିଷ୍ପତ୍ତି ଆନୁସରେ ନରେଶଙ୍କୁ ଶେଷ ବିଜାୟ ସମୟରେ ଗଜପତି ପୁଲିସ ପକ୍ଷରୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା । କେବଳ ଗଜପତି ପୁଲିସ ନୁହେଁ, ଆନ୍ଧ୍ର ପୁଲିସ ମଧ୍ୟ ବିଶାଖପାଟଣା ଠାରେ ଗାର୍ଡ ଅଫ ଅନର ପ୍ରଦାନ କରିଥିଲା ।

"ଜଣେ ପରୋପକାରୀ ତଥା ଖୁସି ମିଜାଜର ବ୍ୟକ୍ତି ଭାବେ ସେ ବେଶ ଜଣାଶୁଣା ଥିଲେ । ନରେଶ ତାଙ୍କ ଜୀବନକାଳରେ କେବେ କାହା ମନରେ ଦୁଃଖ ଦେଇନାହାନ୍ତି, ବରଂ ସବୁବେଳେ ସମସ୍ତଙ୍କୁ ହସାଇ ହସାଇ ବେଦମ କରି ଦେଉଥିଲେ । ତାଙ୍କର ଏହି ଗୁଣକୁ ଆଜି ବି ଝୁରି ହେଉଛନ୍ତି ତାଙ୍କ ବନ୍ଧୁ, ପରିବାର ଏବଂ ତାଙ୍କ ସଂସ୍ପର୍ଶରେ ଆସିଥିବା ପ୍ରତ୍ୟେକଟି ଲୋକ । ତାଙ୍କୁ ଯୁବାବସ୍ଥାରେ ହରାଇବା ଆମକୁ ଯେତିକି ଦୁଃଖିତ କରିଛି, ତାଙ୍କ ଅଙ୍ଗକୁ ଦାନ କରି ଅନ୍ୟର ଜୀବନ ବଞ୍ଚାଇବାରେ ସହାୟକ ହେବା ପାଇଁ ତାଙ୍କ ପରିବାର ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହାକୁ ଆମେ ସ୍ବାଗତ କରୁଛୁ । ଏହା ନରେଶଙ୍କୁ ସାରା ଜୀବନ ଅମର କରାଇଦେଲା," ବୋଲି ତାଙ୍କ ବନ୍ଧୁ ଓ ପରିବାର ବର୍ଗ କହିଛନ୍ତି ।

ପାରଳାଖେମୁଣ୍ଡି ଅଞ୍ଚଳର ପ୍ରଥମ ବ୍ୟକ୍ତି ଭାବେ ନରେଶଙ୍କ ଅଙ୍ଗଦାନ ନିଷ୍ପତ୍ତି ତାଙ୍କ ପରିବାରର ସମାଜ ପ୍ରତି କର୍ତ୍ତବ୍ୟକୁ ସୂଚାଇଛି । ଭବିଷ୍ୟତରେ ଅନ୍ୟମାନେ ମଧ୍ୟ ଅନୁପ୍ରାଣିତ ହେବେ ବୋଲି କୁହାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.