ETV Bharat / state

ନକଲି ପୋଲିସକୁ ବାନ୍ଧିଲା ଅସଲି ପୋଲିସ

author img

By ETV Bharat Odisha Team

Published : Feb 11, 2024, 10:24 PM IST

Cuttack Loot: ଗତ ୯ତାରିଖ ଦିନ କଟକ ମଙ୍ଗଳାବାଗ ସ୍ଥିତ ରାଜହଂସ ସାମ୍ନାରୁ ହୋଇଥିବା ଲୁଟ ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ଏହି ଘଟଣାରେ ଦୁଇ ଜଣ ଅନ୍ତଃରାଜ୍ୟ ଡ଼କାୟତଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ

ନକଲି ପୋଲିସକୁ ବାନ୍ଧିଲା ଅସଲି ପୋଲିସ
ନକଲି ପୋଲିସକୁ ବାନ୍ଧିଲା ଅସଲି ପୋଲିସ
ନକଲି ପୋଲିସକୁ ବାନ୍ଧିଲା ଅସଲି ପୋଲିସ

କଟକ: ମଙ୍ଗଳାବାଗ ପୋଲିସ ପୋଲିସକୁ ମିଳିଛି ବଡ଼ ସଫଳତା । ନିଜକୁ ପୋଲିସ କହି ରାସ୍ତାରୁ ଲୋକଙ୍କୁ ଲୁଟୁଥିବା ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି ପୋଲିସ । ସେମାନଙ୍କ ଠାରୁ ଗୋଟିଏ ମଟର ସାଇକେଲ,୪୦ ହଜାର ଟଙ୍କା, ତିନୋଟି ସୁନାମୁଦି ଓ ମୋବାଇଲ ଫୋନ ଜବତ କରିଛି । ଏହି ଅଭିଯୁକ୍ତ ମାନେ ଏକ ସ୍ପ୍ରେ ବ୍ୟବହାର କରୁଥିଲେ ଯଦି କେହି ଏମାନଙ୍କୁ କାବୁ କରିବାକୁ ଚେଷ୍ଟା କରୁଥିଲେ । ତେବେ ଉକ୍ତ ସ୍ପ୍ରେକୁ ଆଖିରେ ପକାଇ ଘଟଣା ସ୍ଥଳରୁ ଚମ୍ପଟ ମାରୁଥିଲେ ବୋଲି ପୋଲିସ ସ୍ପଷ୍ଟ କରିଛି ।

ଗତ ୯ ତାରିଖରେ ମଙ୍ଗଳାବାଗ ସ୍ଥିତ ରାଜହଂସ ସାମ୍ନାରୁ କୋଲକାତାର ସୁଜିତ୍ ପାଲଙ୍କ ଲୁଟର ଶିକାର ହୋଇଥିଲେ ।ଏହାପରେ ସେ ଥାନାର ଦ୍ବାରସ୍ଥ ହୋଇଥିଲେ । ପୋଲିସ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ସୁଜିତଙ୍କୁ ଦୁଇ ଜଣ ବ୍ୟକ୍ତି ପୋଲିସର ପରିଚୟ ଦେଇ ଲୁଟ କରିଥିବା ଅଭିଯୋଗ ହୋଇଥିଲା ।ତେବେ ଆଜି ଦୁଇ ଅଭିଯୁକ୍ତ ଲୁଟେରା ରୋହିତ ପାଣ୍ଡେ ଓ ଭବେସ ପାଣ୍ଡେ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ତେବେ ଉଭୟଙ୍କ ଘର ଉତ୍ତରପ୍ରଦେଶ ବୋଲି ଜଣାପଡ଼ିଛି । ଅନ୍ୟପଟେ ଆଗରୁ କଟକ ହୋଇଥିବା ଲୁଟରେ ଏହି ଅଭିଯୁକ୍ତଙ୍କ ସଂପୃକ୍ତି ଅଛି କି ନାହିଁ ତାହା ଏବେ ତଦନ୍ତ ଚାଲିଥିବା ସୂଚନା ଦେଇଛି ପୋଲିସ ।

ସେହିପରି କଟକରେ ପୂର୍ବରୁ ଅନେକ ଘଟଣା ଘଟିଛି । ଯେଉଁଠି ନକଲି ପୋଲିସ କହି ସାଧାରଣ ଲୋକଙ୍କୁ ଲୁଟର ଶିକାର କରିଛନ୍ତି ଲୁଟେରା ।ଏହା ବର୍ତ୍ତମାନ ଲୁଟେରାମାନଙ୍କ ନୂଆ ଯୋଜନା । ସାଧା ପୋଷାକରେ ବାଇକରେ ଆସି ଲୁଟ କରିକି ଫେରାର ହୁଅନ୍ତି ଏମାନେ । ଏହି ଘଟଣା ବାରମ୍ବାର ଘଟିବା ପରେ ପୋଲିସ ଏନେଇ ଏକ ସ୍ୱତନ୍ତ୍ର ଯୋଜନା କରିଥିଲା । ଯାହା ଫଳରେ ଉଭୟଙ୍କୁ ଗିରଫ ଆଜି କରି କୋର୍ଟ ଚାଲାଣ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ .....ପୋଲିସ ହାବୁଡରେ ମହିଳା ଚୋର, ଚାକରାଣୀ ସାଜି କରୁଥିଲା ଲୁଟ

ସେହିପରି ଗତ ୭ତାରିଖ ବିଳମ୍ବିତ ରାତିରେ ରାଉରକେଲାର ଟେନସା ଫାଣ୍ଡି ଅନ୍ତର୍ଗତ ଗୀତରାଣୀ ମହାନ୍ତି ଆଇରନ ଓର ମାଇନ୍ସରେ ଏକ ବଡ଼ ଧରଣର ଲୁଟ୍ ହୋଇଥିଲା । ମାଇନିଂ ଅଫିସରେ ଦୁର୍ବୃତ୍ତମାନେ ପଶି ବନ୍ଧୁକ ଦେଖାଇ ୧୦ ଲକ୍ଷ ଟଙ୍କା ଲୁଟ କରିଥିଲେ । ସମ୍ପୂର୍ଣ୍ଣ ଘଟଣା CCTVରେ କଏଦ ହୋଇଥିଲା । ପ୍ରଥମେ ସେମାନେ ମାଇନିଂର ପାଚେରୀ ଡେଇଁ ଭିତରକୁ ପଶିଥିଲେ । ଏହାପରେ କାହାକୁ ସନ୍ଦେହ ନହେବା ପାଇଁ କର୍ମଚାରୀ ମାନଙ୍କ ଭଳି ରେଡିୟମ ଜ୍ୟାକେଟ ପିନ୍ଧି ମୁହଁ ଘୋଡାଇ ଅଫିସ ଆଡକୁ ଯାଇଥିଲେ । କର୍ମଚାରୀ ମାନଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିବା ସହ ଲୁଟି କରିଥିଲେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.