ETV Bharat / state

ଦିବ୍ୟାଙ୍ଗ ଦେବୀଙ୍କୁ ମିଳିଲା ଦେବତା ପରି ସ୍ବାମୀ: ଫେସବୁକରୁ ପ୍ରେମ, କୋର୍ଟରେ ସାତ ଜନ୍ମର ସାଥି ହେଲେ ଲଭବାର୍ଡ - SAMBALPUR HANDICAP MARRIED

author img

By ETV Bharat Odisha Team

Published : Jul 31, 2024, 10:28 PM IST

Facebook Love Marriage: ଫେସବୁକରୁ ଆରମ୍ଭ ହୋଇଥିବା ପ୍ରେମ ଆଜି ଜୀବନ ସାଥୀରେ ପରିଣତ ହୋଇଛି । ଦିବ୍ୟାଙ୍ଗ ଦେବୀଙ୍କୁ ସାତ ଜନ୍ମ ପାଇଁ ସାଥୀ କରିଛନ୍ତି କଳାହାଣ୍ଡିର ବିଶାଳ ବାଗ । ଅଧିକ ପଢନ୍ତୁ

SAMBALPUR HANDICAP MARRIED
SAMBALPUR HANDICAP MARRIED (ETV Bharat Odisha)

ସମ୍ବଲପୁର: ପ୍ରେମ ଚିରନ୍ତନ ଓ ସତ୍ୟ । ଏହା ଦୁଇଟି ଆତ୍ମାର ମହାମିଳନ ହୋଇଥାଏ । ଏହା କେବଳ ବାହ୍ୟ ସୌନ୍ଦର୍ଯ୍ୟର ପରିଧି ଭିତରେ ଆବଦ୍ଧ ହୋଇ ନଥାଏ । ଶାଶ୍ୱତ ପ୍ରେମ 2ଟି ହୃଦୟର ମିଳନ ହୋଇଥାଏ । ଏହାକୁ ଆଜିର ଯୁବପିଢୀ ବୁଝିବା କଷ୍ଟକର ହୋଇଥିବା ବେଳେ ଏହାକୁ ଭଲଭାବେ ବୁଝି ପାରିଛନ୍ତି କଳାହାଣ୍ଡି ଭବାନୀପାଟଣାର ଯୁବକ ବିଶାଳ ବାଗ । ସେ ନିଜେ ଜଣେ ସୁସ୍ଥ ସବଳ ସୁନ୍ଦର ଯୁବକ ହୋଇଥିଲେ ମଧ୍ୟ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ବିବାହ କରି ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ।

ବିଶାଳ ଓ ଦେବୀଙ୍କ ପ୍ରେମ କାହାଣୀ:

ବିଶାଳ ବାଗ ସମ୍ବଲପୁରର ମାନେଶ୍ଵର ବ୍ଲକର ନୁଆଗାଁର ଦେବୀ ବନଛୋର ନାମକ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ବିବାହ କରିଛନ୍ତି । ଦେବୀ ଜଣେ ଜନ୍ମରୁ ଦିବ୍ୟାଙ୍ଗ ଝିଅ । ତାଙ୍କର 2ଟି ଯାକ ଗୋଡ଼ ଭଲ ନାହିଁ । ତେବେ ସେ ଦିବ୍ୟାଙ୍ଗ ବୋଲି ଜାଣି ମଧ୍ୟ ନିଜର ଜୀବନ ସାଥୀ ଭାବେ ତାଙ୍କୁ ବାଛିଛନ୍ତି ବିଶାଳ ହୃଦୟର ବିଶାଳ । ତେବେ ଏହି ବାହାଘର ପ୍ରେମ ବିବାହ ଅଟେ । ବିଶାଳଙ୍କ ପରିବାର ଲୋକେ ଏହି ବିବାହକୁ ବିରୋଧ କରୁଥିଲେ ମଧ୍ୟ ସେ ପରିବାର ଲୋକଙ୍କୁ ବୁଝାଇ ସମ୍ବଲପୁରରେ ନିଜର ପ୍ରେମିକା ଦେବୀଙ୍କୁ ସାତ ଜନ୍ମର ସାଥୀ କରିଛନ୍ତି । ସମ୍ବଲପୁରରେ କୋର୍ଟରେ ସେ ଦେବୀଙ୍କୁ ବିବାହ କରିଛନ୍ତି ।

ଫେସବୁକ ଫ୍ରେଣ୍ଡରୁ ଜୀବନ ସାଥୀ:
ତେବେ ବିଶାଳ ଓ ଦେବୀଙ୍କ ପ୍ରେମ କାହାଣୀ ଏକ ବଲିଉଡ ଫିଲ୍ମର କାହାଣୀରୁ କମ୍ ନୁହେଁ । ପ୍ରଥମେ ବିଶାଳ ଓ ଦେବୀଙ୍କ ବନ୍ଧୁତା ଫେସବୁକ ଜରିଆରେ ହୋଇଥିଲା । ଫେସବୁକ ଫ୍ରେଣ୍ଡରୁ ଏହି ସମ୍ପର୍କ ପ୍ରେମ ସମ୍ପର୍କରେ ପରିବର୍ତ୍ତିତ ହୋଇଥିଲା । ତେବେ ପ୍ରଥମେ ବିଶାଳ ଜାଣି ନଥିଲେ ଯେ ଦେବୀ ଜଣେ ଦିବ୍ୟାଙ୍ଗ ଝିଅ ବୋଲି, ଦିନେ ବିଶାଳ ଦେବୀଙ୍କୁ ବିବାହ ପ୍ରସ୍ତାବ ଦେବା ପରେ ଦେବୀ ନିଜେ ଜଣେ ଦିବ୍ୟାଙ୍ଗ ବୋଲି ସ୍ପଷ୍ଟ ଭାବେ ବିଶାଳକୁ କହି ଦେଇଥିଲେ । ଦେବୀଙ୍କ ଏହି ସଚ୍ଚୋଟପଣିଆ ଦେଖି ବିଶାଳ ବହୁତ ଖୁସି ହୋଇଥିଲେ ଓ ଦେବୀଙ୍କୁ ହିଁ ବିବାହ କରିବେ ବୋଲି ମନରେ ସ୍ଥିର କରିଥିଲେ ।

ଏହା ମଧ୍ୟ ପଢନ୍ତୁ...ଠାର ବୁଝିଲା ହୃଦୟର କଥା, ସାତ ଜନ୍ମର ସାଥି ହେଲେ ଦୁଇ ଦିବ୍ୟାଙ୍ଗ - Disabled couple get married

କଥା ଦେଇ କଥା ରଖିଲେ ବିଶାଳ:

ଏହାପରେ ସେ ଦିନେ ଦେବୀଙ୍କୁ ଭେଟିବା ପାଇଁ ଭବାନୀପାଟଣାରୁ ସମ୍ବଲପୁର ଆସି ଅଇଁଠାପାଲି ବସଷ୍ଟାଣ୍ଡରେ ଭେଟିଥିଲେ । ଦେବୀଙ୍କ ସହ ତାଙ୍କ ମାଆ ମଧ୍ୟ ଥିଲେ । ବାସ ତାପରେ ଦେବୀଙ୍କୁ ଦେଖିଲା ପରେ ସେ ବିବାହ ପାଇଁ ନିଶ୍ଚିତ କରିଥିଲେ । ତାଙ୍କର ପରିବାର ଲୋକେ ପ୍ରଥମେ ଦିବ୍ୟାଙ୍ଗ ଝିଅକୁ କାହିଁକି ବାହା ହେବୁ ବୋଲି କହି ଏହି ନିଷ୍ପତ୍ତିର ବିରୋଧ କରିଥିଲେ । ହେଲେ ବିଶାଳ ନିଜ ଜିଦରେ ଅଟଳ ରହିଥିଲେ । ଶେଷରେ ବାପା-ମାଆଙ୍କୁ ବୁଝାଇ ସମ୍ବଲପୁର ଆସି କୋର୍ଟ ବିବାହ କରିଥିଲେ ।

'ତୋ ପାଇଁ ସୁଖ ଦୁଃଖର ବୋଝ ଉଠେଇବି ମୁଁ":
ଏବେ ବିଶାଳ ଓ ଦେବୀ ବରଗଡ଼ ଜିଲ୍ଲାରେ ଅତି ଖୁସିରେ ରହୁଥିବାବେଳେ ବିଶାଳ ଏକ ହସ୍ପିଟାଲରେ ଚାକିରି କରୁଛନ୍ତି । ବିଶାଳ କୁହନ୍ତି ଯେ ଦେବୀଙ୍କ ସମସ୍ୟା ଜାଣି ସେ ତାଙ୍କୁ କହିଥିଲେ, " ମୁଁ ତୋତେ ବାହା ହେବି । ଜୀବନରେ ଯେତେ ଝଡ଼ ଝଞ୍ଜା ଆସୁ ପଛେ ତୋ ପାଇଁ ସୁଖ ଦୁଃଖର ବୋଝ ମୁଁ ଉଠେଇବି "।

ଅନ୍ୟପଟେ ଦେବୀ ମଧ୍ୟ ଏହି ବିବାହରେ ବହୁତ ଖୁସି ଅଛନ୍ତି ବୋଲି କହିଛନ୍ତି । ଶାଶୁ ଶଶୁର ସମସ୍ତେ ତାଙ୍କୁ ଭଲ ପାଆନ୍ତି ବୋଲି କହିଛନ୍ତି ଦେବୀ । ବାସ୍ତବରେ ବିଶାଳଙ୍କ ଏହି ବିଶାଳ ହୃଦୟ କଥା ଅନେକ ଲୋକଙ୍କ ପାଇଁ ପ୍ରେରଣାଦାୟୀ । ଆଜି ବି ଏମିତି ଲୋକ ଅଛନ୍ତି ଯିଏ ଶାରୀରିକ ସୌନ୍ଦର୍ଯ୍ୟ କଥା ନ ଭାବି ହୃଦୟର ସୁନ୍ଦର ତାକୁ ଦେଖି ଭଲପାଆନ୍ତି । ଏମିତି ଲୋକ ଦୁନିଆରେ ବିରଳ ।

ଇଟିଭି ଭାରତ,ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.