ETV Bharat / state

ଦେବଗଡ଼ରେ ଚାଲିଛି ବେଆଇନ ଅଫିମ ଚାଷ, ଚଢାଉ କଲା ଅବକାରୀ - ବେଆଇନ ଅଫିମ ଚାଷ

Opium Plant Destroyed: ଦେବଗଡ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ଧଉରାଗୋଠ ଗ୍ରାମରେ ହେଉଥିଲା ଗଞ୍ଜେଇ ଚାଷ । ୧୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କରିଛି ଅବକାରୀ ବିଭାଗ । ଅଧିକ ପଢନ୍ତୁ

ଦେବଗଡ଼ରେ ଚାଲିଛି ବେଆଇନ ଅଫିମ ଚାଷ
ଦେବଗଡ଼ରେ ଚାଲିଛି ବେଆଇନ ଅଫିମ ଚାଷ
author img

By ETV Bharat Odisha Team

Published : Mar 4, 2024, 9:26 AM IST

ବେଆଇନ ଅଫିମ ଚାଷ

ଦେବଗଡ: ଜିଲ୍ଲାରେ କାୟା ବିସ୍ତାର କରୁଛି ବେଆଇନ ଅଫିମ ଚାଷ । ଏକର ଏକର ଖୋଲା ଜମିରେ ଅଫିମ ଚାଷ ଚାଲିଥିବା ବେଳେ ଚଢାଉ କରିଛି ଅବକାରୀ ବିଭାଗ । ପୂର୍ବରୁ ଦେବଗଡ଼ ଜିଲ୍ଲାର ବାରକୋଟ ବ୍ଲକରେ ଚାଲିଥିଲା ଅଫିମ ଚାଷ । ଏବେ ଜିଲ୍ଲାର ରିଆମାଳ ଥାନା ଅନ୍ତର୍ଗତ ଧଉରାଗ‌ୋଠ ଗ୍ରାମରେ ଏକର ଏକର ଜମିରେ ହେଉଥିବା ଜଣାପଡିଥିଲା । ଏନେଇ ଅବକାରୀ ବିଭାଗ ଅଧିକାରୀ ମାନେ କୌଣସି ସୂତ୍ରରୁ ଖବର ପାଇ ଏକ ସୂତନ୍ତ୍ର ଟିମ ଗଠନ କରି ଚଢ଼ାଉ କରିବା ସହ ଗଛକୁ ନଷ୍ଟ କରିଛନ୍ତି । ଏଥିସହ ଏଥିରେ ସମ୍ପୃକ୍ତ ଥିବା ଜଣେ ଯୁବଚାଷୀ ଗିରଫ କରାଯାଇଛି । ତେବେ ଗିରଫ ଅଭିଯୁକ୍ତ ଜଣକ ହେଲେ ସେହି ଗ୍ରାମର ଜୋହାନ ତାଓ ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ, ଜିଲ୍ଲାର ଧଉରାଗୋଠ ଗ୍ରାମରେ ଜୋହାନ ତାଙ୍କର ଜଣେ ସାଙ୍ଗ ଠାରୁ ଅଫିମ ଚାଷ ସଂପର୍କରେ ଜାଣିବାକୁ ପାଇଥିଲା । ଏହା ସହିତ ତାଙ୍କ ସାଙ୍ଗ ଜୋହାନକୁ ମଞ୍ଜି ଓ ମେଡିସିନ ମଧ୍ୟ ପ୍ରଦାନ କରିଥିଲେ । ଏହା ପରେ ଜୋହାନ ପ୍ରାୟ ୧ ଏକରରୁ ଊର୍ଦ୍ଧ୍ବ ଜମିରେ ବେଆଇନ ଭାବେ ଅଫିମ ଚାଷ ଆରମ୍ଭ କରିଥିଲା । ଏହାସହିତ କେନ୍ଦୁଝର ଜିଲ୍ଲାର ଜଣେ ଯୁବକର ସହଯୋଗରେ ଅମଳ ହେବା ପରେ ଅଫିମ ଫଳ ଓ ମଞ୍ଜି ବିକ୍ରି କରୁଥିଲା ଜୋହାନ । ଏନେଇ ଗତକାଲି(ରବିବାର) ଗ୍ରାମବାସୀମାନେ ଜୋହାନ ଅଫିମ ଚାଷ କରିଥିବା ଜାଣିବାକୁ ପାଇଥିଲେ । ଗ୍ରାମବାସୀମାନେ ଅବକାରୀ ବିଭାଗକୁ ତୁରନ୍ତ ସୂଚନା ଦେଇଥିଲେ ।

ଅବକାରୀ ଅଧିକ୍ଷକ ବାସନ୍ତୀପ୍ରଭା ନାୟକ, ମାଜିଷ୍ଟ୍ରେଟ ଦାୟିତ୍ବରେ ଯାଇଥିବା ଡେପୁଟି କଲେକ୍ଟର ରାଜୀବ ଲୋଚନ ନାୟକଙ୍କ ସମେତ ଅବକାରୀ ବିଭାଗର କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଜୋହାନକୁ ଗିରଫ କରିଥିଲେ । ଏହାକୁ ନେଇ ଗ୍ରାମବାସୀ ଓ ଅବକାରୀ ବିଭାଗର କର୍ମଚାରୀଙ୍କ ମଧ୍ୟରେ କିଛି ସମୟ‌ ଯୁକ୍ତିତର୍କ ହୋଇଥିଲା । ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତ ଅବକାରୀ ବିଭାଗର କର୍ମଚାରୀମାନେ ବେଆଇନ ଅଫିମ ଚାଷକୁ ନଷ୍ଟ କରିଥିଲେ ।

ଏହା ମଧ୍ୟ ପଢନ୍ତୁ- ସମ୍ବଲପୁରରେ ଚାଲିଛି ବେଆଇନ ଅଫିମ ଚାଷ, ଚଢାଉ କଲା ଅବକାରୀ

ତେବେ ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ବେଳେ ଏହାର ବେଆଇନ ଅଫିମର ମୂଲ୍ୟ ୫ ରୁ ୧୦ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ଅଧିକ୍ଷକ ସୂଚନା ଦେଇଛନ୍ତି । ଅନ୍ୟପଟେ ବେଆଇନ ଅଫିମ ଚାଷ ହୋଇଥିବା ସ୍ଥାନଟି ସେ ଅଞ୍ଚଳର ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ହୋଇଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ରେକର୍ଡ ଜମିରେ କିଭଳି ଏହି ବେଆଇନ ଚାଷ କରାଗଲା ଓ ଜମି ମାଲିକ କିଭଳି ଏ ସମ୍ପର୍କରେ କିଛି ଜାଣି ପାରିଲେ ନାହିଁ, ତାହା ଗ୍ରାମବାସୀଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ଏଥିସହ ଭାରତରେ ଅଫିମ ଚାଷ ସଂପୂର୍ଣ୍ଣ ଭାବେ ବେଆଇନ ହୋଇଥିବା ବେଳେ କିପରି ଉକ୍ତ ଅଞ୍ଚଳରେ ବ୍ୟାପକ ଅଫିମ ଚାଷ ହେଉଥିଲେ ସୁଦ୍ଧା ଅବକାରୀ ବିଭାଗ ଟେର ପାଇନଥିଲା ସେ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯାହାକି ତଦନ୍ତ ସାପେକ୍ଷ ବୋଲି ମତପ୍ରକାଶ ପାଇଛି ।

ଇଟିଭି ଭାରତ, ଦେବଗଡ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.