ETV Bharat / state

ETV Bharat Impact: ବାଜିଲା ଖବର ଚେଇଁଲା ଭିଜିଲାନ୍ସ, ମୟୂର ରଖି ଫସିଲେ ରେଞ୍ଜର ସାହେବ - CASE REGISTER AGAINST BIBHUDANANDA - CASE REGISTER AGAINST BIBHUDANANDA

FIR REGISTER AGAINST RANGE OFFICER: ଇଟିଭି ଭାରତର ମହାପ୍ରଭାବ, ୪ଟି ମୟୂର ରଖିଥିବା ଖବର ପ୍ରସାରିତ ହେବା ପରେ ରେଞ୍ଜ ଅଧିକାରୀ ବିଭୂଦାନନ୍ଦ ମିଶ୍ରଙ୍କ ବିରୋଧରେ ରୁଜୁ ହେଲା ଆଉ ଗୋଟିଏ ମାମଲା । ଆଉ ଖସି ପାରିବେନି ରେଞ୍ଜର ସାହେବ । ଅଧିକ ପଢନ୍ତୁ

ବାଜିଲା ଖବର ଚେଇଁଲା ଭିଜିଲାନ୍ସ, ମୟୂର ରଖି ଫସିଲେ ରେଞ୍ଜର ସାହେବ
ବାଜିଲା ଖବର ଚେଇଁଲା ଭିଜିଲାନ୍ସ, ମୟୂର ରଖି ଫସିଲେ ରେଞ୍ଜର ସାହେବ (ETV Bharat Odisha)
author img

By ETV Bharat Odisha Team

Published : Aug 23, 2024, 4:58 PM IST

Updated : Aug 23, 2024, 5:34 PM IST

କଟକ: ଇଟିଭି ଭାରତର ମହାପ୍ରଭାବ । ଖବର ପ୍ରସାରଣ ପରେ ବନ ବିଭାଗ ରେଞ୍ଜ ଅଫିସରଙ୍କ ବିରୋଧରେ ଆଉ ଏକ ମାମଲା ରୁଜୁ କଲା ଭିଜିଲାନ୍ସ । ଆଠଗଡ଼ ସ୍ଥିତ ନିଜର ଏକ ଫର୍ମହାଉସରେ ୪ ଟି ମୟୂର ରଖିବା ଖବର କେବଳ ଇଟିଭି ଭାରତରେ ପ୍ରସାରିତ ହୋଇଥିଲା । ତେବେ ଆଜି ରେଞ୍ଜ ଅଧିକାରୀ ବିଭୂଦାନନ୍ଦ ମିଶ୍ରଙ୍କ ବିରୋଧରେ Wild life Protection Act 1972 u/s 9 & 39 ଧାରାରେ ମାମଲା ରୁଜୁ କରିଛି । ଏନେଇ ଭିଜିଲାନ୍ସ ପକ୍ଷରୁ ଏକ ପ୍ରେସ ରିଲିଜ ମାଧ୍ୟମରେ ସୂଚନା ଦିଆଯାଇଛି । କେବଳ ସେତିକି ନୁହେଁ ନିଜର ଫାର୍ମହାଉସରେ ରଖା ଯାଇଥିବା ୪ଟି ମୟୂରକୁ ଜବତ କରିବା ସହ ସ୍ଥାନୀୟ ବନ ବିଭାଗ କର୍ମଚାରୀଙ୍କୁ ହସ୍ତାନ୍ତର କରାଯାଇଛି । ତେବେ ଏହି ଘଟଣାର ତଦନ୍ତ ଜାରି ରହିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି । ଅନେକ ଦିଗ ପ୍ରତି ଏହା ତଦନ୍ତ କରାଯାଉଛି ।

ବାଜିଲା ଖବର ଚେଇଁଲା ଭିଜିଲାନ୍ସ, ମୟୂର ରଖି ଫସିଲେ ରେଞ୍ଜର ସାହେବ (ETV Bharat Odisha)

କ୍ଷମତାକୁ ଅପବ୍ୟବହାର କରିଥିଲେ କି ରେଞ୍ଜର ସାହେବ ?

ବିଶେଷକରି ଏହି ମୟୂର ଗୁଡିକ କେବେ ଆଣିଥିଲେ ଫରେଷ୍ଟ ଡିଭିଜିନ ରେଞ୍ଜ ଅଫିସର ବିଭୂଦାନନ୍ଦ ମିଶ୍ର ! କେଉଁଠାରୁ ଆଣିଥିଲେ ! ତାଙ୍କୁ କିଏ ଦେଲା ! ଏହି ଘଟଣାରେ ଆଉ କେଉଁ ମାନେ ସାମିଲ ଅଛନ୍ତି ? ସେ ଜଣେ ଫରେଷ୍ଟ ବିଭାଗର ରେଞ୍ଜର ହୋଇ କେମିତି ଆଇନକୁ ଉଲ୍ଲଙ୍ଘନ କରି ନିଜ ଫର୍ମହାଉସରେ ୪ଟି ମୟୂର ରଖିଥିଲେ ! ନିଜର କ୍ଷମତାକୁ ଅପବ୍ୟବହାର କରିଥିଲେ କି !ଏଭଳି ଅନେକ ଦିଗକୁ ଲକ୍ଷ୍ୟ ରଖି ତଦନ୍ତ କରାଯାଇପାରେ । କାରଣ ମୟୂର ରଖିବା ସମ୍ପୂର୍ଣ୍ଣ ବେଆଇନ୍ ।

ଘରେ ମୟୁର ରଖିଲେ କ'ଣ ଆଇନଗତ କାର୍ଯ୍ୟାନୁଷ୍ଠାନ !

ଆପଣ ଜାଣିଛନ୍ତି କି ମୟୂରକୁ କେହି ନିଜର ଘରେ ରଖି ପାରିବେ ନାହିଁ । ଏହା ଆଇନଗତ ଅପରାଧ । Wild life Protection Act 1972 u/s 9 & 39 ଅନୁଯାୟୀ ଜଣେ ଯଦି ଘରେ ମୟୂର ରଖିବ ତେବେ ତା ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହି ନିୟମକୁ ଉଲ୍ଲଘଂନ କଲେ ଅର୍ଥାତ ନିଜ ପାଖରେ କିମ୍ବା ନିଜ ଘରେ ମୟୂର ରଖିଲେ ୬ ବର୍ଷ ଜେଲଦଣ୍ଡର ବ୍ୟବସ୍ଥା ରହିଛି । ଜେଲଦଣ୍ଡ ସହିତ ୫ ହଜାର ଟଙ୍କାର ଜୋରିମାନାର ବ୍ୟବସ୍ଥା ରହିଛି । ସମ୍ପୃକ୍ତ ବ୍ୟକ୍ତି ଯଦି ଏହି ମାମଲାରେ ବନ୍ଧା ହୁଏ ବା ତା ବିରୋଧରେ ମାମଲା ରୁଜୁ ହୁଏ । ତେବେ ସମ୍ପୃକ୍ତ ବ୍ୟକ୍ତିକୁ ଜାମିନ ମିଳିବ ନାହିଁ ।ଅର୍ଥାତ ଏହା ଏକ ଜାମିନ ବିହୀନ ମାମଲା ଅଟେ ।
ଏହା ମଧ୍ୟ ପଢନ୍ତୁ ....ମୟୂର ପ୍ରେମରେ ରେଞ୍ଜର ସାହେବ, ଭିଜିଲାନ୍ସ ରେଡ୍ ପରେ ସାମ୍ନାକୁ ଆସିଲା ସତ - PEACOCK SPOTTED IN FARMHOUSE

କ'ଣ କହିଲେ ଆଇନଜୀବୀ ?

ହାଇକୋର୍ଟର ଆଇନଜୀବୀ ଆଲୋକ ମହାପାତ୍ରଙ୍କ କହିଛନ୍ତି,"ମୟୂରଙ୍କ ସୁରକ୍ଷା ପାଇଁ ଏହି ଆଇନ ରହିଛି । ଯିଏ ଏହି ଆଇନକୁ ଉଲ୍ଲଙ୍ଘନ କରିବ ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହି କ୍ରମରେ ଜଣେ ରେଞ୍ଜ ଅଧିକାରୀ ଆଇନ ଜାଣି ମଧ୍ୟ ଆଇନକୁ ନିଜ ହାତକୁ ନେଇଛନ୍ତି । ଅର୍ଥାତ ଆଇନକୁ ଉଲ୍ଲଙ୍ଘନ କରି ସେ ୪ଟି ମୟୂର ନିଜ ପାଖରେ ରଖିଛନ୍ତି । ଯାହାକି ତାଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରିବ । ଭିଜିଲାନ୍ସ ଯଦିଓ ଆଉ ଏକ ମାମଲା ରୁଜୁ କରିଛି । ଏହି ମାମଲାରେ ତାଙ୍କୁ ଜାମିନ ମିଳିବ ନାହିଁ । ହୁଏତ ସେ ମୟୂର ବ୍ୟବସାୟ ପାଇଁ ଏହା ରଖିଥାଇ ପାରନ୍ତି । କାରଣ ସେ ଏହି ବିଭାଗର ଜଣେ ବରିଷ୍ଠ ଅଧିକାରୀ । ଅର୍ଥ ପାଇବା ଲାଳସାରେ ସେ ଏପରି କରିଥାଇ ପାରନ୍ତି । ତେଣୁ ଘଟଣାକୁ ସଠିକ୍ ଭାବରେ ତଦନ୍ତ କରିଲେ ପ୍ରକୃତ ତଥ୍ୟ ପଦାକୁ ଆସିବ ।"

କ'ଣ ଥିଲା ପୁରା ଘଟଣା ?

ମୟୂର ପ୍ରେମରେ ରେଞ୍ଜର ସାହେବ । ଘଟଣା ସ୍ଥଳକୁ ଯାଇ ରେଞ୍ଜର ମୟୂର ରଖିଥିବା ଖବର ପ୍ରଥମେ ଇଟିଭି ଭାରତ ପ୍ରସାରିତ ହୋଇଥିଲା । ବାଡ଼ ଖାଇଲା ଫସଲ । ଭିଜିଲାନ୍ସ ଜାଲରେ ପଡିଥିବା ଢେଙ୍କାନାଳ ରେଞ୍ଜ ଅଫିସର ବିଭୂଦାନନ୍ଦ ମିଶ୍ରଙ୍କର ଏକ ଫର୍ମହାଉସରେ ରେଡ ପରେ ଠାବ ହେଲା ମୟୂର । ଗୋଟିଏ କି ଦୁଇଟି ନୁହେଁ ବରଂ ରେଡ ବେଳେ ଠାବ ହେଲା ଚାରି ଚାରିଟି ମୟୂର । ବଡ଼ କଥା ହେଉଛି ମୟୁର ଗୁଡିକୁ ଯେଉଁ ଭଳି ଅବସ୍ଥାରେ ରଖା ଯାଇଥିଲା ତାହା ସମସ୍ତଙ୍କୁ ଚକିତ କରିଦେବ । କାରଣ ଛୋଟ କୋଠରୀରେ ଏଭଳି ଅବସ୍ଥାରେ ମୟୂର ଗୁଡିକ ଥିବା ଦେଖି ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ ଖୋଦ ପ୍ରାଣୀ ସମ୍ପଦ ବିଭାଗର ଅଧିକରିଣୀ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଢେଙ୍କାନାଳ ଫରେଷ୍ଟ ବିଭାଗର ରେଞ୍ଜର ବିଭୂଦାନନ୍ଦ ମିଶ୍ରଙ୍କ ବିଭିନ୍ନ ସ୍ଥାନରେ ରେଡ ଜାରି ରଖିଛି ଭିଜିଲାନ୍ସ ବିଭାଗ ।ଏହି କ୍ରମରେ କଟକ ଆଠଗଡ଼ ରାହାଙ୍ଗୋଳ ସ୍ଥିତ ଫାର୍ମହାଉସରେ ରେଡ କରିଥିଲା ଭିଜିଲାନ୍ସ । ତାଙ୍କୁ ବର୍ତ୍ତମାନ ଭିଜିଲାନ୍ସ ଗିରିଫ କରିଥିବା ଜଣାପଡ଼ିଛି ।

ଇଟିଭି ଭାରତ, କଟକ

Last Updated : Aug 23, 2024, 5:34 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.